ପୁଟିନ କହିଲେ-ଖାମେନିଙ୍କ ଭୁଲର ଦଣ୍ଡ ପାଉଛି ଇରାନ, ଜାଣନ୍ତୁ ଆଉ କ’ଣ କହିଲେ?

ମସ୍କୋ ୨୦।୬: ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଇସ୍ରାଏଲ-ଇରାନ ଯୁଦ୍ଧକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। କ୍ରେମଲିନରେ ସାମ୍ବାଦିକଙ୍କ ସହ ଆଳାପରେ ପୁଟିନ କହିଛନ୍ତି ଯେ ଯଦି ଋଷିଆର ଡିଫେନ୍ସ ସିଷ୍ଟମ ଇରାନ ନେଇଯାଇଥାନ୍ତା ତେହେରାନ ଉପରେ ଇସ୍ରାଏଲ ଆକ୍ରମଣ କରିବାର ଦୁଃସାହାସ କରି ନଥାନ୍ତା। ପୁଟିନ କହିଛନ୍ତି କିଛି ବର୍ଷ ପୂର୍ବେ ଏଥି ପାଇଁ ମୁଁ ନିଜେ ଇରାନ ସୁପ୍ରିମ ଲିଡରଙ୍କୁ ଅଫର ଦେଇଥିଲି। ହେଲେ ସେ ଏ ନେଇ ନିଷ୍ପତ୍ତି ନେଇ ପାରିନଥିଲେ। ଇରାନରେ ଇସ୍ରାଏଲ ଟାର୍ଗେଟ୍ କିଲିଂ କରୁଛି। ଏଥି ପାଇଁ ଡ୍ରୋନ ଓ ଯୁଦ୍ଧ ବିମାନ ବ୍ୟବହାର କରୁଛି। ଇରାନ ମଧ୍ୟ ଏହାର ଜବାବ ଦେଉଛି, ହେଲେ ଇରାନ ଟାର୍ଗେଟରେ ଇସ୍ରାଏଲର ବଡ଼ ଅଫିସର ପଡୁ ନାହାନ୍ତି। ତେବେ ଇରାନ ଆଇଡିଏଫ ଓ ବୈଜ୍ଞାନିକଙ୍କ ବେସ୍ କୁ ଉଡାଇବାର ସଫଳତା ପାଇଛି। ସାମ୍ବାଦିକଙ୍କ ସହ ଆଲୋଚନାରେ ପୁଟିନ ଏ ପରର୍ଯ୍ୟନ୍ତ ଇରାନ ଆମଠୁ କୌଣସି ପ୍ରକାରର ସହାୟତା ମାଗିନଥିବାର କହିଛନ୍ତି। ଏଣୁ ମାମଲାରେ ଆମେ ବି କିଛି କହୁନାହୁଁ ବୋଲି ସେ କହିଛନ୍ତି। ପୁଟିନ କହିଛନ୍ତି ଯେ ଇରାନ ସହିତ ଆମର ଏପରି କୌଣସି ସନ୍ଧି ନାହିଁ ଯାହା ଦ୍ୱାରା ଆକ୍ରମଣ ସ୍ଥିତିରେ ଆମେ ସ୍ୱତଃ ଆକ୍ଟିଭ ମୋଡରେ ଆସି ପାରିବୁ। ପୁଟିନ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ଇରାନ ପକ୍ଷରୁ ଆମକୁ କୌଣସି ପ୍ରସ୍ତାବ ଆସି ନାହିଁ ସେ ପର୍ଯ୍ୟନ୍ତ ଏଥିରେ କିଛି କରିବାକୁ ସକ୍ଷମ ନୁହଁ। ଏଣୁ ଏହି ପ୍ରସଙ୍ଗରେ ଋଷିଆର କୌଣ

ପୁଟିନ କହିଲେ-ଖାମେନିଙ୍କ ଭୁଲର ଦଣ୍ଡ ପାଉଛି ଇରାନ, ଜାଣନ୍ତୁ ଆଉ କ’ଣ କହିଲେ?

ମସ୍କୋ ୨୦।୬: ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଇସ୍ରାଏଲ-ଇରାନ ଯୁଦ୍ଧକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। କ୍ରେମଲିନରେ ସାମ୍ବାଦିକଙ୍କ ସହ ଆଳାପରେ ପୁଟିନ କହିଛନ୍ତି ଯେ ଯଦି ଋଷିଆର ଡିଫେନ୍ସ ସିଷ୍ଟମ ଇରାନ ନେଇଯାଇଥାନ୍ତା ତେହେରାନ ଉପରେ ଇସ୍ରାଏଲ ଆକ୍ରମଣ କରିବାର ଦୁଃସାହାସ କରି ନଥାନ୍ତା। ପୁଟିନ କହିଛନ୍ତି କିଛି ବର୍ଷ ପୂର୍ବେ ଏଥି ପାଇଁ ମୁଁ ନିଜେ ଇରାନ ସୁପ୍ରିମ ଲିଡରଙ୍କୁ ଅଫର ଦେଇଥିଲି। ହେଲେ ସେ ଏ ନେଇ ନିଷ୍ପତ୍ତି ନେଇ ପାରିନଥିଲେ। 

ଇରାନରେ ଇସ୍ରାଏଲ ଟାର୍ଗେଟ୍ କିଲିଂ କରୁଛି। ଏଥି ପାଇଁ ଡ୍ରୋନ ଓ ଯୁଦ୍ଧ ବିମାନ ବ୍ୟବହାର କରୁଛି। ଇରାନ ମଧ୍ୟ ଏହାର ଜବାବ ଦେଉଛି, ହେଲେ ଇରାନ ଟାର୍ଗେଟରେ ଇସ୍ରାଏଲର ବଡ଼ ଅଫିସର ପଡୁ ନାହାନ୍ତି। ତେବେ ଇରାନ ଆଇଡିଏଫ ଓ ବୈଜ୍ଞାନିକଙ୍କ ବେସ୍ କୁ ଉଡାଇବାର ସଫଳତା ପାଇଛି। ସାମ୍ବାଦିକଙ୍କ ସହ ଆଲୋଚନାରେ ପୁଟିନ ଏ ପରର୍ଯ୍ୟନ୍ତ ଇରାନ ଆମଠୁ କୌଣସି ପ୍ରକାରର ସହାୟତା ମାଗିନଥିବାର କହିଛନ୍ତି। ଏଣୁ ମାମଲାରେ ଆମେ ବି କିଛି କହୁନାହୁଁ ବୋଲି ସେ କହିଛନ୍ତି। 

ପୁଟିନ କହିଛନ୍ତି ଯେ ଇରାନ ସହିତ ଆମର ଏପରି କୌଣସି ସନ୍ଧି ନାହିଁ ଯାହା ଦ୍ୱାରା ଆକ୍ରମଣ ସ୍ଥିତିରେ ଆମେ ସ୍ୱତଃ ଆକ୍ଟିଭ ମୋଡରେ ଆସି ପାରିବୁ। ପୁଟିନ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ଇରାନ ପକ୍ଷରୁ ଆମକୁ କୌଣସି ପ୍ରସ୍ତାବ ଆସି ନାହିଁ ସେ ପର୍ଯ୍ୟନ୍ତ ଏଥିରେ କିଛି କରିବାକୁ ସକ୍ଷମ ନୁହଁ। ଏଣୁ ଏହି ପ୍ରସଙ୍ଗରେ ଋଷିଆର କୌଣସି ପ୍ରତିକ୍ରିୟା ନାହିଁ। ତେବେ ଯଦି ଇରାନ ଚାହିଁବ ପୁଟିନ ସୈନ୍ୟ ସହାୟତା କରିପାରିବେ କି ବୋଲି ପଚରା ଯିବାରେ ସେ ଏହି ପ୍ରଶ୍ନକୁ ଟାଳି ଯାଇଛନ୍ତି।