ଭୋପାଳ ମନ୍ତ୍ରୀଙ୍କ ବଙ୍ଗଳାରେ ଅଜବ ଦୃଶ୍ୟ, ନିମ୍ଵ ଗଛରେ ଫଳୁଛି ଆମ୍ଵ

ନୂଆଦିଲ୍ଲୀ ୨୬।୦୫: ମଧ୍ୟପ୍ରଦେଶ ରାଜଧାନୀ ଭୋପଳରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ପଞ୍ଚାୟତ ଗ୍ରାମୀଣ ବିକାଶ ଏବଂ ଶ୍ରମ ବିଭାଗ ମନ୍ତ୍ରୀ ପ୍ରହଲାଦ ସିଂହ ପଟେଲଙ୍କ ବଙ୍ଗଳାରେ ଲାଗିଥିବା ଏକ ଗଛକୁ ନେଇ ସବୁଠି ଚର୍ଚ୍ଚା । ବଙ୍ଗଳାରେ ଏକ ନିମ୍ବ ଗଛ ଅଛି, କିନ୍ତୁ ସେଥିରେ ଆମ୍ବ ଫଳୁଛି । ଗତ ୨୫ ତାରିଖ ଅର୍ଥାତ୍‌ ଶନିବାର ମନ୍ତ୍ରୀଙ୍କ ନଜର ଯେତେବେଳେ ନିମ୍ବ ଗଛ ଉପରେ ପଡ଼ିଲା, ସେ ବି ଚକିତ ହୋଇଗଲେ । ସୋସିଆଲ ମିଡିଆରେ ସେ ଏହି ଘଟଣାର ଫଟୋ ଓ ଭିଡିଓ ଶେୟାର କଲେ ।ଭୋପାଳର ପ୍ରଫେସର କଲୋନି ନିକଟସ୍ଥ ସିଭିଲ ଲାଇନ୍‌ରେ ବି-୭ ବଙ୍ଗଳାରେ ପ୍ରହଲାଦ ପଟେଲ ରହୁଛନ୍ତି । ତାଙ୍କ ବଙ୍ଗଳା ଆଖପାଖରେ ଅନେକ ବୃକ୍ଷଲତା ଲାଗିଛି । ତା’ରି ଭିତରେ ବଢ଼ିଥିବା ନିମ୍ବ ଗଛରେ ଆମ୍ବ ଫଳୁଛି । ବଙ୍ଗଳାର ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ପ୍ରହଲାଦ ତା’ର ନିରୀକ୍ଷଣ ଲାଗି ସେଠାରେ ପହଞ୍ଚିଥିଲେ । ଏହି ସମୟରେ ନିମ୍ବ ଗଛ ଉପରେ ତାଙ୍କ ନଜର ପଡ଼ିଲା । ଗଛଟି ପ୍ରାୟ ୨୦-୨୫ ବର୍ଷ ପୁରୁଣା ବୋଲି ଅନୁମାନ କରାଯାଉଛି । ପ୍ରହଲାଦ ପଟେଲ ସୋସିଆଲ ମିଡିଆରେ ଗଛର ଭିଡିଓ ଶେୟାର କରି କହିଛନ୍ତି ‘ଜଣେ ପ୍ରତିଭାସମ୍ପନ୍ନ ମାଳୀ ଅନେକ ବର୍ଷ ପୂର୍ବେ ଏହି କୌଶଳ ପ୍ରୟୋଗ କରିଥିବେ, ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟକର ।’ ବୃକ୍ଷର ବୈଜ୍ଞାନିକ ତଥ୍ୟ ବିଷୟରେ ଉଦ୍ଭିଦ ବିଜ୍ଞାନର ଆସିଷ୍ଟାଣ୍ଟ୍‌ ପ୍ରଫେସର କୃଷ୍ଣା ବରମୈୟା କହିଛନ୍ତି ‘ଅନେକ ବର୍ଷ ତଳେ ନିମ୍ବ ଗଛରେ ଆମ୍

ଭୋପାଳ ମନ୍ତ୍ରୀଙ୍କ ବଙ୍ଗଳାରେ ଅଜବ ଦୃଶ୍ୟ, ନିମ୍ଵ ଗଛରେ ଫଳୁଛି ଆମ୍ଵ

ନୂଆଦିଲ୍ଲୀ ୨୬।୦୫: ମଧ୍ୟପ୍ରଦେଶ ରାଜଧାନୀ ଭୋପଳରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ପଞ୍ଚାୟତ ଗ୍ରାମୀଣ ବିକାଶ ଏବଂ ଶ୍ରମ ବିଭାଗ ମନ୍ତ୍ରୀ ପ୍ରହଲାଦ ସିଂହ ପଟେଲଙ୍କ ବଙ୍ଗଳାରେ ଲାଗିଥିବା ଏକ ଗଛକୁ ନେଇ ସବୁଠି ଚର୍ଚ୍ଚା । ବଙ୍ଗଳାରେ ଏକ ନିମ୍ବ ଗଛ ଅଛି, କିନ୍ତୁ ସେଥିରେ ଆମ୍ବ ଫଳୁଛି । ଗତ ୨୫ ତାରିଖ ଅର୍ଥାତ୍‌ ଶନିବାର ମନ୍ତ୍ରୀଙ୍କ ନଜର ଯେତେବେଳେ ନିମ୍ବ ଗଛ ଉପରେ ପଡ଼ିଲା, ସେ ବି ଚକିତ ହୋଇଗଲେ । ସୋସିଆଲ ମିଡିଆରେ ସେ ଏହି ଘଟଣାର ଫଟୋ ଓ ଭିଡିଓ ଶେୟାର କଲେ ।

ଭୋପାଳର ପ୍ରଫେସର କଲୋନି ନିକଟସ୍ଥ ସିଭିଲ ଲାଇନ୍‌ରେ ବି-୭ ବଙ୍ଗଳାରେ ପ୍ରହଲାଦ ପଟେଲ ରହୁଛନ୍ତି । ତାଙ୍କ ବଙ୍ଗଳା ଆଖପାଖରେ ଅନେକ ବୃକ୍ଷଲତା ଲାଗିଛି । ତା’ରି ଭିତରେ ବଢ଼ିଥିବା ନିମ୍ବ ଗଛରେ ଆମ୍ବ ଫଳୁଛି । ବଙ୍ଗଳାର ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ପ୍ରହଲାଦ ତା’ର ନିରୀକ୍ଷଣ ଲାଗି ସେଠାରେ ପହଞ୍ଚିଥିଲେ । ଏହି ସମୟରେ ନିମ୍ବ ଗଛ ଉପରେ ତାଙ୍କ ନଜର ପଡ଼ିଲା । ଗଛଟି ପ୍ରାୟ ୨୦-୨୫ ବର୍ଷ ପୁରୁଣା ବୋଲି ଅନୁମାନ କରାଯାଉଛି । ପ୍ରହଲାଦ ପଟେଲ ସୋସିଆଲ ମିଡିଆରେ ଗଛର ଭିଡିଓ ଶେୟାର କରି କହିଛନ୍ତି ‘ଜଣେ ପ୍ରତିଭାସମ୍ପନ୍ନ ମାଳୀ ଅନେକ ବର୍ଷ ପୂର୍ବେ ଏହି କୌଶଳ ପ୍ରୟୋଗ କରିଥିବେ, ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟକର ।’ 

ବୃକ୍ଷର ବୈଜ୍ଞାନିକ ତଥ୍ୟ ବିଷୟରେ ଉଦ୍ଭିଦ ବିଜ୍ଞାନର ଆସିଷ୍ଟାଣ୍ଟ୍‌ ପ୍ରଫେସର କୃଷ୍ଣା ବରମୈୟା କହିଛନ୍ତି ‘ଅନେକ ବର୍ଷ ତଳେ ନିମ୍ବ ଗଛରେ ଆମ୍ବ ଗଛ ଡାଳର ଗ୍ରାଫ୍ଟିଂ କରାଯାଇଥିବ । କାରଣ ବୃକ୍ଷରେ ଜିନ୍‌ଗତ ସମସ୍ୟା ହୁଏନାହିଁ, ସେଥିପାଇଁ ଆମ୍ବ ଡାଳ ନିମ୍ବ ଗଛରେ ଫିଟ୍‌ ହୋଇଗଲା । ଆଉ ଏବେ ଫଳ ଦେବା ଆରମ୍ଭ କରିଛି । ବୃକ୍ଷଲତାରେ ଏହା ସମ୍ଭବ, କିନ୍ତୁ ମଣିଷ କ୍ଷେତ୍ରରେ ନୁହେଁ ।’