ସାମ୍ବାଦିକ ମଧୁସ୍ମିତା ମୃତ୍ୟୁ ମାମଲା, ଖୁବ ଶୀଘ୍ର ସ୍ବାଗତିକା ଓ ଝରଣାଙ୍କୁ ଜେରା କରିବ ପୋଲିସ
ଭୁବନେଶ୍ବର ୨୬/୭: ସାମ୍ବାଦିକା ମଧୁସ୍ମିତା ପରିଡାଙ୍କ ମୃତ୍ୟୁ ମାମଲାରେ ଖୋଳତାଡ ଜାରି । ପୋଲିସକୁ ସହାୟକ ହେବ ମୃତ୍ୟୁ ପୂର୍ବର ଜମାନବନ୍ଦୀ । ମୃତ୍ୟୁ ପୂର୍ବରୁ ମଧୁମିତା ସୋସିଆଲ ମିଡିଆରେ ତାଙ୍କର ବୟାନ ପୋଷ୍ଟ କରିଥିଲେ । ଏକ ଭିଡିଓ ଜାରି କରି ୨ ଜଣ ଯୁବତୀଙ୍କ ନାଁରେ ଅଭିଯୋଗ ଆଣିଥିଲେ । ଯେଉଁ ୨ ଜଣଙ୍କ ପାଇଁ ମଧୁମିତାଙ୍କ ପରିବାରରେ ଝଡ ଉଠିଥିଲା ସେମାନଙ୍କ ପରିଚୟ ପାଇଛି ପୋଲିସ ।ଜଣେ ସ୍ଵାଗତିକା ଓ ଅନ୍ୟ ଜଣକ ଝରଣା । ଉଭୟଙ୍କୁ ତଦନ୍ତ ପରିସରଭୁକ୍ତ କରିବ ଧଉଳି ଥାନା ପୋଲିସ । ଖୁବଶୀଘ୍ର ସ୍ବାଗତିକା ଓ ଝରଣାକୁ ଡାକି ପଚରା ଉଚୁରା କରିବ ଧଉଳି ପୋଲିସ । ଏମାନଙ୍କ ଠାରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି । ମଧୁସ୍ମିତାଙ୍କ ମୃତ୍ୟୁ ଘଟଣାରେ ସ୍ବାମୀ ଶ୍ରୀଧର ଜେନାଙ୍କୁ ଗିରଫ କରିସାରିଛି ଧଉଳି ପୋଲିସ ।
ଭୁବନେଶ୍ବର ୨୬/୭: ସାମ୍ବାଦିକା ମଧୁସ୍ମିତା ପରିଡାଙ୍କ ମୃତ୍ୟୁ ମାମଲାରେ ଖୋଳତାଡ ଜାରି । ପୋଲିସକୁ ସହାୟକ ହେବ ମୃତ୍ୟୁ ପୂର୍ବର ଜମାନବନ୍ଦୀ । ମୃତ୍ୟୁ ପୂର୍ବରୁ ମଧୁମିତା ସୋସିଆଲ ମିଡିଆରେ ତାଙ୍କର ବୟାନ ପୋଷ୍ଟ କରିଥିଲେ । ଏକ ଭିଡିଓ ଜାରି କରି ୨ ଜଣ ଯୁବତୀଙ୍କ ନାଁରେ ଅଭିଯୋଗ ଆଣିଥିଲେ । ଯେଉଁ ୨ ଜଣଙ୍କ ପାଇଁ ମଧୁମିତାଙ୍କ ପରିବାରରେ ଝଡ ଉଠିଥିଲା ସେମାନଙ୍କ ପରିଚୟ ପାଇଛି ପୋଲିସ ।
ଜଣେ ସ୍ଵାଗତିକା ଓ ଅନ୍ୟ ଜଣକ ଝରଣା । ଉଭୟଙ୍କୁ ତଦନ୍ତ ପରିସରଭୁକ୍ତ କରିବ ଧଉଳି ଥାନା ପୋଲିସ । ଖୁବଶୀଘ୍ର ସ୍ବାଗତିକା ଓ ଝରଣାକୁ ଡାକି ପଚରା ଉଚୁରା କରିବ ଧଉଳି ପୋଲିସ । ଏମାନଙ୍କ ଠାରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି । ମଧୁସ୍ମିତାଙ୍କ ମୃତ୍ୟୁ ଘଟଣାରେ ସ୍ବାମୀ ଶ୍ରୀଧର ଜେନାଙ୍କୁ ଗିରଫ କରିସାରିଛି ଧଉଳି ପୋଲିସ ।