ଦେଶ ଛାଡିବାକୁ ଚାହୁଁଥିବା ନାଗରିକଙ୍କୁ ବଡ ଅଫର ଦେଉଛି ଏହି ଦେଶ

ଷ୍ଟକହୋମ: ୟୁରୋପୀୟ ଦେଶ ସ୍ୱିଡେନ ବିଦେଶରେ ଜନ୍ମିତ ନିଜ ଦେଶର ନାଗରିକଙ୍କୁ ପଇସା ନେଇ ଦେଶ ଛାଡିବାର ଅଫର ଦେଉଛି। ଏପରିକି ଦେଶ ଛାଡି ଯିବା ପାଇଁ ବିମାନ ଟିକେଟ ବାବଦ ଖର୍ଚ୍ଚ ମଧ୍ୟ ଦିଆଯାଉଛି।  ସ୍ୱିଡେନ ଇମିଗ୍ରେସନ ମିନିଷ୍ଟର ମାରିୟା ମାଲ୍ମର ଷ୍ଟେନଗାର୍ଡ ଏହି ଅନନ୍ୟ ପ୍ରସ୍ତାବ ଦେଇଛନ୍ତି। ପ୍ରସ୍ତାବ ଅନୁସାରେ ବିଦେଶରେ ଜନ୍ମିତ ଯେଉଁ ସ୍ୱିଡିସ୍ ନାଗରିକ ଦେଶ ଛାଡିବାକୁ ଚାହୁଁଛନ୍ତି, ସେମାନେ ସ୍ୱେଚ୍ଛାରେ ଯାଇ ପାରିବେ। ଏଥି ଲାଗି ସେମାନଙ୍କୁ ପଇସା ବି ମିଳିବ। ସ୍ୱିଡେନରେ ପୂର୍ବରୁ ସ୍ୱଇଛା ଇମିଗ୍ରେସନ ଯୋଜନା ରହିଛି, ଯେଉଁଥିରେ ଶରଣାର୍ଥୀ ଓ ପ୍ରବାସୀଙ୍କୁ ଦେଶ ଛାଡିଲେ ୧୦ ହଜାର ସ୍ୱିଡିଶ କ୍ରାଉନ ଅର୍ଥାତ ୮୦ ହଜାର ଟଙ୍କା ଦିଆଯାଉଛି। ଯଦି କୌଣସି ଶିଶୁ ସ୍ୱିଡେନ ଛାଡି ଯାଉଥାଏ ତାକୁ ୫ ହଜାର ସ୍ୱିଡିସ କ୍ରାଉନ ଅର୍ଥାତ ୪୦ ହଜାର ଟଙ୍କା ଦିଆଯାଉଛି। ଏହି ପଇସା ସେମାନଙ୍କୁ ଏକକାଳୀନ ଦିଆଯାଉଛି। କେବଳ ଏତିକି ନୁହେଁ ଦେଶ ଛାଡି ଯିବା ପାଇଁ ସରକାର ବିମାନ ଭଡ଼ା ମଧ୍ୟ ଦେଉଛନ୍ତି। ହେଲେ ଏଥିରେ ଏବେ ଦେଶର ନାଗରିକମାନଙ୍କୁ ମଧ୍ୟ ଯୋଡିବାକୁ ଉଦ୍ୟମ କରାଯାଉଛି। ନୂଆ ପ୍ରସ୍ତାବ ଅନୁସାରେ ଏହି ଯୋଜନାରେ ଏବେ ସବୁ ନାଗରିକଙ୍କୁ ସାମିଲ କରାଯିବ। ଦେଶଛାଡି ଯାଉଥିବା ଲୋକଙ୍କୁ ଅନୁଦାନ ୧୦ ହଜାର ସ୍ୱିଡିସ କ୍ରାଉନକୁ ମଧ୍ୟ ବଢାଇବାର କଥା କୁହାଯାଇଛି, ତେବେ ସରକାର ଏହାକୁ ଖାରଜ କରିଦେଇଛନ୍ତି। ସରକାର କହିଛନ୍ତି ଯେ ଏହା ଦ

ଦେଶ ଛାଡିବାକୁ ଚାହୁଁଥିବା ନାଗରିକଙ୍କୁ ବଡ ଅଫର ଦେଉଛି ଏହି ଦେଶ

ଷ୍ଟକହୋମ: ୟୁରୋପୀୟ ଦେଶ ସ୍ୱିଡେନ ବିଦେଶରେ ଜନ୍ମିତ ନିଜ ଦେଶର ନାଗରିକଙ୍କୁ ପଇସା ନେଇ ଦେଶ ଛାଡିବାର ଅଫର ଦେଉଛି। ଏପରିକି ଦେଶ ଛାଡି ଯିବା ପାଇଁ ବିମାନ ଟିକେଟ ବାବଦ ଖର୍ଚ୍ଚ ମଧ୍ୟ ଦିଆଯାଉଛି।  ସ୍ୱିଡେନ ଇମିଗ୍ରେସନ ମିନିଷ୍ଟର ମାରିୟା ମାଲ୍ମର ଷ୍ଟେନଗାର୍ଡ ଏହି ଅନନ୍ୟ ପ୍ରସ୍ତାବ ଦେଇଛନ୍ତି। ପ୍ରସ୍ତାବ ଅନୁସାରେ ବିଦେଶରେ ଜନ୍ମିତ ଯେଉଁ ସ୍ୱିଡିସ୍ ନାଗରିକ ଦେଶ ଛାଡିବାକୁ ଚାହୁଁଛନ୍ତି, ସେମାନେ ସ୍ୱେଚ୍ଛାରେ ଯାଇ ପାରିବେ। ଏଥି ଲାଗି ସେମାନଙ୍କୁ ପଇସା ବି ମିଳିବ। 

ସ୍ୱିଡେନରେ ପୂର୍ବରୁ ସ୍ୱଇଛା ଇମିଗ୍ରେସନ ଯୋଜନା ରହିଛି, ଯେଉଁଥିରେ ଶରଣାର୍ଥୀ ଓ ପ୍ରବାସୀଙ୍କୁ ଦେଶ ଛାଡିଲେ ୧୦ ହଜାର ସ୍ୱିଡିଶ କ୍ରାଉନ ଅର୍ଥାତ ୮୦ ହଜାର ଟଙ୍କା ଦିଆଯାଉଛି। ଯଦି କୌଣସି ଶିଶୁ ସ୍ୱିଡେନ ଛାଡି ଯାଉଥାଏ ତାକୁ ୫ ହଜାର ସ୍ୱିଡିସ କ୍ରାଉନ ଅର୍ଥାତ ୪୦ ହଜାର ଟଙ୍କା ଦିଆଯାଉଛି। ଏହି ପଇସା ସେମାନଙ୍କୁ ଏକକାଳୀନ ଦିଆଯାଉଛି। କେବଳ ଏତିକି ନୁହେଁ ଦେଶ ଛାଡି ଯିବା ପାଇଁ ସରକାର ବିମାନ ଭଡ଼ା ମଧ୍ୟ ଦେଉଛନ୍ତି। ହେଲେ ଏଥିରେ ଏବେ ଦେଶର ନାଗରିକମାନଙ୍କୁ ମଧ୍ୟ ଯୋଡିବାକୁ ଉଦ୍ୟମ କରାଯାଉଛି। 

ନୂଆ ପ୍ରସ୍ତାବ ଅନୁସାରେ ଏହି ଯୋଜନାରେ ଏବେ ସବୁ ନାଗରିକଙ୍କୁ ସାମିଲ କରାଯିବ। ଦେଶଛାଡି ଯାଉଥିବା ଲୋକଙ୍କୁ ଅନୁଦାନ ୧୦ ହଜାର ସ୍ୱିଡିସ କ୍ରାଉନକୁ ମଧ୍ୟ ବଢାଇବାର କଥା କୁହାଯାଇଛି, ତେବେ ସରକାର ଏହାକୁ ଖାରଜ କରିଦେଇଛନ୍ତି। ସରକାର କହିଛନ୍ତି ଯେ ଏହା ଦ୍ୱାରା ଏହି ବାର୍ତ୍ତା ଯିବ ଯେ ସ୍ୱିଡେନ ସେମାନଙ୍କୁ ପସନ୍ଦ କରୁ ନାହିଁ। ବିଶ୍ୱର ବିଭିନ୍ନ ଦେଶରୁ ଲୋକେ ଯାଇ ସ୍ୱିଡେନରେ ବସବାସ କରୁଛନ୍ତି ଖାସ ଏହି କାରଣରୁ ୨୦ ବର୍ଷରେ ଦେଶର ଜନସଂଖ୍ୟା ଦୁଇଗୁଣା ହୋଇଯାଇଛି। ଏଥିରେ ପ୍ରବାସୀଙ୍କ ସଂଖ୍ୟା ୨୦ ଲକ୍ଷରୁ ଅଧିକ ହୋଇଗଲାଣି। ଯାହା ସ୍ୱିଡେନ ମୋଟ ଜନସଂଖ୍ୟାର ପଞ୍ଚମାଂଶରେ ପରିଣତ ହୋଇଛି। ଜନସଂଖ୍ୟା ବୃଦ୍ଧି ଲାଗି ସରକାର ୨୦୧୫ ମସିହାରେ ଅନେକ କଟକଣା ଜାରି କରିଥିଲେ। ହେଲେ ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିନାହିଁ। 

ତେବେ ଗତବର୍ଷ ସ୍ୱିଡେନ ଛାଡି ଯାଇଥିବା ଲୋକଙ୍କ ସଂଖ୍ୟା ସେଠାକୁ ଆସି ବସବାସ କରୁଥିବା ଲୋକଙ୍କ ସଂଖ୍ୟା ଠାରୁ ଅଧିକ ଥିଲା। ଗତ ୫୦ ବର୍ଷରେ ଏହା ପ୍ରଥମ ଥର ହୋଇଛି। ଇମିଗ୍ରେସନ ମନ୍ତ୍ରୀଙ୍କ କହିବା କଥା ହେଉଛି ଲୋକେ ସ୍ୱିଡେନକୁ ଆସୁଛନ୍ତି, ହେଲେ ସ୍ୱିଡେନ ସମାଜରେ ନିଜକୁ ଚଳାଇ ପାରୁ ନାହାନ୍ତି। ଏପରି ଲୋକଙ୍କ ପାଇଁ ସ୍ୱିଡେନ ଛାଡି ଚାଲିଯିବାକୁ ଏହା ଏକ ଅପୂର୍ବ ସୁଯୋଗ। ଏଥି ପାଇଁ ସେମାନଙ୍କୁ ସରକାର ଆର୍ଥିକ ସହାୟତା ମଧ୍ୟ ଦେବେ। ସ୍ୱିଡେନରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ପିଲା ଇରାକ, ସିରିୟା, ସୋମାଲିଆ ଭଳି ଦେଶରେ ଜନ୍ମ ହୋଇଥିଲେ। ହେଲେ ସେମାନେ ଏବେ ସ୍ୱିଡେନ ଆସି ବସବାସ କରିବାକୁ ଚାହୁଁଛନ୍ତି। ଏପରି ଲୋକେ ମଧ୍ୟ ସରକାରଙ୍କ ଏହି ଅଫରର ଲାଭ ପାଇପାରିବେ।