ଛାତ୍ରଙ୍କ ପ୍ରାଇଭେଟ ପାର୍ଟର ଯାଞ୍ଚ କଲେ ମହିଳା ପୋଲିସ, ରାଗିଲେ ମୁଖ୍ୟମନ୍ତ୍ରୀ

ଗୁଆହାଟି,୧୭।୯: ଆସାମରେ ଗ୍ରୁପ-୩ର ପରୀକ୍ଷା ସମୟରେ ଜଣେ ଛାତ୍ରଙ୍କ ପ୍ରାଇଭେଟ ପାର୍ଟରେ ମହିଳା ପୋଲିସ ଯାଞ୍ଚ କରୁଥିବା ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ଏହି ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୋମବାର ଡିଜିପିଙ୍କୁ ଏହି ଘଟଣାର ତଦନ୍ତ ଏବଂ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଏହି ଘଟଣା ନଲବାଡିରେ ଘଟିଥିଲା, ଯେଉଁଠାରେ ଗ୍ରୁପ- ୩ ପଦବୀରେ ନିଯୁକ୍ତି ପାଇଁ ପରୀକ୍ଷା କରାଯାଇଥିଲା। ଛାତ୍ରଙ୍କ ମୌଳିକ ଅଧିକାରର ଉଲ୍ଲଂଘନ ଅଭିଯୋଗରେ ଆମ ଆଦମୀ ପାର୍ଟିର […] The post ଛାତ୍ରଙ୍କ ପ୍ରାଇଭେଟ ପାର୍ଟର ଯାଞ୍ଚ କଲେ ମହିଳା ପୋଲିସ, ରାଗିଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.

ଛାତ୍ରଙ୍କ ପ୍ରାଇଭେଟ ପାର୍ଟର ଯାଞ୍ଚ କଲେ ମହିଳା ପୋଲିସ, ରାଗିଲେ ମୁଖ୍ୟମନ୍ତ୍ରୀ

ଗୁଆହାଟି,୧୭।୯: ଆସାମରେ ଗ୍ରୁପ-୩ର ପରୀକ୍ଷା ସମୟରେ ଜଣେ ଛାତ୍ରଙ୍କ ପ୍ରାଇଭେଟ ପାର୍ଟରେ ମହିଳା ପୋଲିସ ଯାଞ୍ଚ କରୁଥିବା ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ଏହି ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୋମବାର ଡିଜିପିଙ୍କୁ ଏହି ଘଟଣାର ତଦନ୍ତ ଏବଂ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଏହି ଘଟଣା ନଲବାଡିରେ ଘଟିଥିଲା, ଯେଉଁଠାରେ ଗ୍ରୁପ- ୩ ପଦବୀରେ ନିଯୁକ୍ତି ପାଇଁ ପରୀକ୍ଷା କରାଯାଇଥିଲା।
ଛାତ୍ରଙ୍କ ମୌଳିକ ଅଧିକାରର ଉଲ୍ଲଂଘନ ଅଭିଯୋଗରେ ଆମ ଆଦମୀ ପାର୍ଟିର ରାଜ୍ୟ ୟୁନିଟ ଜାତୀୟ ମାନବାଧିକାର ଆୟୋଗ (NHRC) କୁ ଏକ ଚିଠି ପଠାଇଛି।
ଶର୍ମା କହିଛନ୍ତି ଯେ ଉତ୍ତର ଲଖିମପୁରରେ ହୋଇଥିବା ଅନ୍ୟ ଏକ ଘଟଣା ବିଷୟରେ ପୋଲିସ ମହାନିର୍ଦ୍ଦେଶକ ତାଙ୍କୁ ସୂଚନା ଦେଇଥିଲେ, ଯେଉଁଠାରେ ପରୀକ୍ଷା ସମୟରେ ଜଣେ ମହିଳା ପ୍ରାର୍ଥୀଙ୍କଠାରୁ କପି ସାମଗ୍ରୀ ଉଦ୍ଧାର କରାଯାଇଥିଲା। ସେ କହିଛନ୍ତି ଯେ ମୋ ପାଇଁ ଆମ ମା’ ଏବଂ ଭଉଣୀଙ୍କ ସମ୍ମାନ ଏବଂ ଗାରିମା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଉପରେ କୌଣସି ପ୍ରକାରର ବୁଝାମଣା ହୋଇପାରିବ ନାହିଁ।

The post ଛାତ୍ରଙ୍କ ପ୍ରାଇଭେଟ ପାର୍ଟର ଯାଞ୍ଚ କଲେ ମହିଳା ପୋଲିସ, ରାଗିଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.