କେବଳ ଘରର ସୌନ୍ଦର୍ଯ୍ୟ ନୁହେଁ, ଐଶ୍ୱର୍ଯ୍ୟ ବୃଦ୍ଧି କରେ ଏସବୁ ଇଣ୍ଡୋର୍ ପ୍ଲାଣ୍ଟ, ଜାଣନ୍ତୁ…
ଇଣ୍ଡୋର୍ ପ୍ଲାଣ୍ଟ କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରେନାହିଁ ଘର ପରିବେଶକୁ ବିଶୁଦ୍ଧ କରିବା ସହ ଘରେ ସକାରାତ୍ମକ ଊର୍ଜ୍ଜା ଉତ୍ପନ୍ନ କରିଥାଏ। ତେବେ ଏମିତି ବି କିଛି ଗଛ ରହିଛି ଯାହାକୁ ଘରେ ଲଗାଇଲେ ଐଶ୍ୱର୍ଯ୍ୟ ବୃଦ୍ଧି ହେବା ସହ ସୁଖଶାନ୍ତି ବଢ଼ିଥାଏ… * ବାମ୍ବୋ ପ୍ଲାଣ୍ଟ ଘରକୁ ସୁଖ, ଶାନ୍ତି, ସୌଭାଗ୍ୟ ଓ ପ୍ରସିଦ୍ଧି ଆଣିଥାଏ। ଏହାକୁ ଲିଭିଂ ରୁମ୍ରେ ରଖିବା ଶୁଭ ହୋଇଥାଏ। ତା’ଛଡ଼ା ଅଫିସ୍ ଡେସ୍କରେ ବି ଏହାକୁ ରଖିପାରିବେ। ଆବଶ୍ୟକ […] The post କେବଳ ଘରର ସୌନ୍ଦର୍ଯ୍ୟ ନୁହେଁ, ଐଶ୍ୱର୍ଯ୍ୟ ବୃଦ୍ଧି କରେ ଏସବୁ ଇଣ୍ଡୋର୍ ପ୍ଲାଣ୍ଟ, ଜାଣନ୍ତୁ… appeared first on Dharitri Odia News.
ଇଣ୍ଡୋର୍ ପ୍ଲାଣ୍ଟ କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରେନାହିଁ ଘର ପରିବେଶକୁ ବିଶୁଦ୍ଧ କରିବା ସହ ଘରେ ସକାରାତ୍ମକ ଊର୍ଜ୍ଜା ଉତ୍ପନ୍ନ କରିଥାଏ। ତେବେ ଏମିତି ବି କିଛି ଗଛ ରହିଛି ଯାହାକୁ ଘରେ ଲଗାଇଲେ ଐଶ୍ୱର୍ଯ୍ୟ ବୃଦ୍ଧି ହେବା ସହ ସୁଖଶାନ୍ତି ବଢ଼ିଥାଏ…
* ବାମ୍ବୋ ପ୍ଲାଣ୍ଟ ଘରକୁ ସୁଖ, ଶାନ୍ତି, ସୌଭାଗ୍ୟ ଓ ପ୍ରସିଦ୍ଧି ଆଣିଥାଏ। ଏହାକୁ ଲିଭିଂ ରୁମ୍ରେ ରଖିବା ଶୁଭ ହୋଇଥାଏ। ତା’ଛଡ଼ା ଅଫିସ୍ ଡେସ୍କରେ ବି ଏହାକୁ ରଖିପାରିବେ। ଆବଶ୍ୟକ ହେଲେ କାହାକୁ ଗିଫ୍ଟ ଆକାରରେ ବି ଏହି ପ୍ଲାଣ୍ଟ ଦେଇପାରିବେ।
* ମନିପ୍ଲାଣ୍ଟକୁ ଇଣ୍ଡୋର ପ୍ଲାଣ୍ଟ ଭାବେ ଘର ଭିତରେ ରଖିହେବ। ଯଦି ସୁବିଧା ନାହିଁ ତା’ହେଲେ ଅଗଣାରେ ବି ଲଗାଇହେବ। ଖାସ୍ କରି ଘରର ଦକ୍ଷିଣ-ପୂର୍ବ କୋଣରେ ଏହି ଗଛକୁ ଲଗାଇବା ଦ୍ୱାରା ଘରର ଐଶ୍ୱର୍ଯ୍ୟ ବୃଦ୍ଧି ପାଇଥାଏ।
* ପ୍ରେମ ଓ ସଦ୍ଭାବର ପ୍ରତୀକ କୁହାଯାଉଥିବା ପିସ୍ ଲିଲିକୁ ଖାସ୍ କରି ବେଡ୍ରୁମ୍ରେ ଲଗାଇଲେ ନିଦ ଭଲ ହେବା ସହ ଦୁଃସ୍ବପ୍ନ ଆସି ନଥାଏ। ତା’ଛଡ଼ା ପତ୍ନୀପତିଙ୍କ ସମ୍ପର୍କ ବି ନିବିଡ଼ ହୋଇଥାଏ।
* ସ୍ନେକ୍ ପ୍ଲାଣ୍ଟ ବି ସକାରାତ୍ମକ ଊର୍ଜ୍ଜାକୁ ଆକର୍ଷିତ କରିଥାଏ। ତା’ଛଡ଼ା ଏହା ଏକ ଏୟାର୍ ପ୍ୟୁରିଫାୟାର୍ ପ୍ଲାଣ୍ଟ ମଧ୍ୟ। ସେଥିପାଇଁ ଏହାକୁ ଘରେ ବିଶେଷକରି ଝରକା ପାଖରେ ରଖିଲେ ଘରର ବାତାବରଣ ସ୍ବଚ୍ଛ ରହିଥାଏ ବୋଲି ବିଶ୍ୱାସ କରାଯାଏ।
* ରବର ପ୍ଲାଣ୍ଟକୁ ବି ଘର ଭିତରେ ଲଗାଇବା ଶୁଭ। କାରଣ ଏହି ଗଛ ଆର୍ଥିକ ସମୃଦ୍ଧି ଆଣିବାରେ ବିଶେଷ ସହାୟକ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଏହି ଗଛକୁ ଘରର ଦକ୍ଷିଣ-ପୂର୍ବ ଦିଗରେ ଲଗାଇବା ଶୁଭ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।
The post କେବଳ ଘରର ସୌନ୍ଦର୍ଯ୍ୟ ନୁହେଁ, ଐଶ୍ୱର୍ଯ୍ୟ ବୃଦ୍ଧି କରେ ଏସବୁ ଇଣ୍ଡୋର୍ ପ୍ଲାଣ୍ଟ, ଜାଣନ୍ତୁ… appeared first on Dharitri Odia News.