ରୋଗୀକୁ ଭୁଲ୍ ଇଞ୍ଜେକ୍ସନ ! ବେକ ବିନ୍ଧା ରୋଗୀଙ୍କୁ ଦେଇଦେଲେ କୁକୁର କାମୁଡା ଇଞ୍ଜେକ୍ସନ

ଭଦ୍ରକ ୪।୪: ରୋଗୀକୁ ଭୁଲ ଇଞ୍ଜେକ୍ସନ ଦିଆଯିବା ଅଭିଯୋଗ । ଭୁଲରେ କୁକୁର କାମୁଡା ଇଜେକ୍ସନ ଦିଆଯାଇଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏମିତି ଅଭିଯୋଗ ଆସିଛି । ଅଭିଯୋଗ ଅନୁଯାୟୀ, ସ୍ଥାନୀୟ ଦକ୍ଷିଣ ବାଡ ଗ୍ରାମର ବିଜୟ ବିଶ୍ଵାଳଙ୍କର ରାତିରେ ବେକ ଷଣ୍ଢା ଓ ଅଣ୍ଟା   ବିନ୍ଧିବାରୁ  ସେ ମେଡିକାଲ ଆସି ଡାକ୍ତର ଦେଖାଇଥିଲେ ।  ପ୍ରେସକ୍ରିପ୍ସନରେ ଥଣ୍ଡା ପାଇଁ Diclofenac injection ଲେଖା ହୋଇଥିଲା ।  କାଜୁଆଲଟିରେ ଥିବା ନର୍ସ  ଦେଖିଥିଲେ । ପୂର୍ବରୁ କୁକୁର କାମୁଡ଼ା ପେସେଣ୍ଟଙ୍କ ପାଇଁ ଲୋଡ୍ ହୋଇଥିବା ଇଞ୍ଜେକ୍ସନଟିକୁ ବିଜୟ ବିଶ୍ଵାଳଙ୍କୁ ଦେଇ ଦେଇଥିଲେ । ଏହା ଜାଣିପାରି ନର୍ସଙ୍କୁ ପଚାରିବାରୁ ନର୍ସ ଜଣଙ୍କ ଅନ୍ୟମନସ୍କରେ ଦେଇ ଦେଇଥିବା କହିଥିଲେ । କଥାଟି ଲୋକ ଲୋଚନକୁ ଆସିବାରୁ ନର୍ସ ଜଣକ ପ୍ରେସକ୍ରିପ୍ସନଟି ନେଇ ପଳାଇ ଯାଇଥିଲେ। ପରିବାର ଲୋକ ଆସି ମେଡିକାଲ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ପେସେଣ୍ଟର ଚିକିତ୍ସା କରାଯାଇଥିଲା । ଏ ନେଇ ମେଡିକାଲ ଅଧିକାରୀ ଏକ ବୈଠକ ଡକାଇବା ସହ ନର୍ସଙ୍କୁ କାରଣ ଦର୍ଶାଇବା ପାଇଁ ନୋଟିସ୍ ଜାରି କରିଛନ୍ତି । You Can Read :କାରଣ ଦର୍ଶାଅ ନୋଟିସ୍ ପରେ ସଫେଇ ଦେଲେ ସୁର ରାଉତରାୟ ; କହିଲେ- ବଡ ପାଇଁ ଗଳି ଗଳି ଯାଇ ପ୍ରଚାର କରିବି, ସାନକୁ ଟିକେ ଦେଖିବାକୁ କହିବି   

ରୋଗୀକୁ ଭୁଲ୍ ଇଞ୍ଜେକ୍ସନ ! ବେକ ବିନ୍ଧା ରୋଗୀଙ୍କୁ ଦେଇଦେଲେ କୁକୁର କାମୁଡା ଇଞ୍ଜେକ୍ସନ

ଭଦ୍ରକ ୪।୪: ରୋଗୀକୁ ଭୁଲ ଇଞ୍ଜେକ୍ସନ ଦିଆଯିବା ଅଭିଯୋଗ । ଭୁଲରେ କୁକୁର କାମୁଡା ଇଜେକ୍ସନ ଦିଆଯାଇଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏମିତି ଅଭିଯୋଗ ଆସିଛି । 

ଅଭିଯୋଗ ଅନୁଯାୟୀ, ସ୍ଥାନୀୟ ଦକ୍ଷିଣ ବାଡ ଗ୍ରାମର ବିଜୟ ବିଶ୍ଵାଳଙ୍କର ରାତିରେ ବେକ ଷଣ୍ଢା ଓ ଅଣ୍ଟା   ବିନ୍ଧିବାରୁ  ସେ ମେଡିକାଲ ଆସି ଡାକ୍ତର ଦେଖାଇଥିଲେ ।  ପ୍ରେସକ୍ରିପ୍ସନରେ ଥଣ୍ଡା ପାଇଁ Diclofenac injection ଲେଖା ହୋଇଥିଲା ।  କାଜୁଆଲଟିରେ ଥିବା ନର୍ସ  ଦେଖିଥିଲେ । ପୂର୍ବରୁ କୁକୁର କାମୁଡ଼ା ପେସେଣ୍ଟଙ୍କ ପାଇଁ ଲୋଡ୍ ହୋଇଥିବା ଇଞ୍ଜେକ୍ସନଟିକୁ ବିଜୟ ବିଶ୍ଵାଳଙ୍କୁ ଦେଇ ଦେଇଥିଲେ । ଏହା ଜାଣିପାରି ନର୍ସଙ୍କୁ ପଚାରିବାରୁ ନର୍ସ ଜଣଙ୍କ ଅନ୍ୟମନସ୍କରେ ଦେଇ ଦେଇଥିବା କହିଥିଲେ । କଥାଟି ଲୋକ ଲୋଚନକୁ ଆସିବାରୁ ନର୍ସ ଜଣକ ପ୍ରେସକ୍ରିପ୍ସନଟି ନେଇ ପଳାଇ ଯାଇଥିଲେ। ପରିବାର ଲୋକ ଆସି ମେଡିକାଲ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ପେସେଣ୍ଟର ଚିକିତ୍ସା କରାଯାଇଥିଲା । ଏ ନେଇ ମେଡିକାଲ ଅଧିକାରୀ ଏକ ବୈଠକ ଡକାଇବା ସହ ନର୍ସଙ୍କୁ କାରଣ ଦର୍ଶାଇବା ପାଇଁ ନୋଟିସ୍ ଜାରି କରିଛନ୍ତି ।

 You Can Read :

କାରଣ ଦର୍ଶାଅ ନୋଟିସ୍ ପରେ ସଫେଇ ଦେଲେ ସୁର ରାଉତରାୟ ; କହିଲେ- ବଡ ପାଇଁ ଗଳି ଗଳି ଯାଇ ପ୍ରଚାର କରିବି, ସାନକୁ ଟିକେ ଦେଖିବାକୁ କହିବି