ସପା ବିଧାୟକଙ୍କ ଝିଅ ସହ ପୁଅ ବାହା ଦେବାରୁ ବରିଷ୍ଠ ନେତାଙ୍କୁ ନିଲମ୍ବିତ କଲେ ମୁଖ୍ୟ ମାୟାବତୀ !

ଲକ୍ଷ୍ନୌ: ବିରୋଧୀ ଦଳର ନେତାଙ୍କ ଝିଅ ସହ ପୁଅକୁ ବାହା ଦେବାରୁ ଦଳରୁ ନିଲମ୍ବିତ ହେଲେ ବରିଷ୍ଠ ନେତା! ବହୁଜନ ସମାଜ ପାର୍ଟି(ବିଏସପି) ମୁଖ୍ୟ ମାୟାବତୀ ଏହି କାରଣରୁ ନିଜ ଦଳର ଜଣେ ବରିଷ୍ଠ ନେତାଙ୍କୁ ନିଲମ୍ବିତ କରିଛନ୍ତି। ବିଏସ୍‌ପି ନେତା ସୁରେନ୍ଦ୍ର ସାଗର ତାଙ୍କ ପୁଅଙ୍କୁ ସମାଜବାଦୀ ପାର୍ଟି(ଏସ୍‌ପି) ବିଧାୟକ ତ୍ରିଭୁବନ ଦତ୍ତଙ୍କ ଝିଅ ସହ ବାହା କରାଇଥିଲେ। ଏଥିପାଇଁ ଦଳର ସୁପ୍ରିମୋ ମାୟାବତୀ ତାଙ୍କୁ ନିଲମ୍ବିତ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।  ବରେଲି ନିର୍ବାଚନ ମଣ୍ଡଳୀରେ ସୁରେନ୍ଦ୍ର ଜଣେ ଟାଣୁଆ ବିଏସ୍‌ପି ନେତା ଭାବେ ଜଣାଶୁଣା। ସେ ୫ ଥର ପାଇଁ ରାମପୁର ଜିଲ୍ଲାର ସଭାପତି ଦାୟିତ୍ୱ ସମ୍ଭାଳିବା ସହିତ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ହୋଇସାରିଛନ୍ତି। ଦଳରେ ତାଙ୍କର ଏତେବଡ଼ ବ୍ୟକ୍ତିତ୍ୱ ସତ୍ତ୍ୱେ ଏସ୍‌ପି ନେତାଙ୍କ ସହିତ ବନ୍ଧୁବାନ୍ଧିବା ସାଗରଙ୍କୁ ମହଙ୍ଗା ପଡ଼ିଛି। ସେପଟେ ତ୍ରୁଭୁବନ ଦତ୍ତ ପୂର୍ବରୁ ବିଏସ୍‌ପି ଦଳରେ ଥାଇ ସାଂସଦ ହୋଇଥିଲେ। ହେଲେ ପରବର୍ତ୍ତି ସମୟରେ ସେ ଏସ୍‌ପିକୁ ଆସି ଆମ୍ବେଦକର ନଗରରୁ ବିଧାୟକ ଅଛନ୍ତି। ନିକଟରେ ସପା ମୁଖ୍ୟ ଅଖିଳେଶ ଯାଦବ ଆମ୍ବେଦକର ନଗରସ୍ଥିତ ଶ୍ରୀ ଦତ୍ତଙ୍କ ଘରକୁ ଯାଇଥିଲେ। ଏହାପରେ ଏହି ବିବାହକୁ ନେଇ ଖୋଳତାଡ଼ କରିଥିଲା ବିଏସ୍‌ପି। ଏହି ଘଟଣାରେ ସୁରେନ୍ଦ୍ରଙ୍କ ସହ ରାମପୁର ଜିଲ୍ଲା ବିଏସ୍‌ପି ଅଧ୍ଯକ୍ଷ ପ୍ରମୋଦ ସାଗରଙ୍କୁ ବି ନିଜ ପଦରୁ ହଟାଇ ଦିଆଯାଇଛି। କାର୍ଯ୍ୟାନ

ସପା ବିଧାୟକଙ୍କ ଝିଅ ସହ ପୁଅ ବାହା ଦେବାରୁ ବରିଷ୍ଠ ନେତାଙ୍କୁ ନିଲମ୍ବିତ କଲେ ମୁଖ୍ୟ ମାୟାବତୀ !

ଲକ୍ଷ୍ନୌ: ବିରୋଧୀ ଦଳର ନେତାଙ୍କ ଝିଅ ସହ ପୁଅକୁ ବାହା ଦେବାରୁ ଦଳରୁ ନିଲମ୍ବିତ ହେଲେ ବରିଷ୍ଠ ନେତା! ବହୁଜନ ସମାଜ ପାର୍ଟି(ବିଏସପି) ମୁଖ୍ୟ ମାୟାବତୀ ଏହି କାରଣରୁ ନିଜ ଦଳର ଜଣେ ବରିଷ୍ଠ ନେତାଙ୍କୁ ନିଲମ୍ବିତ କରିଛନ୍ତି। ବିଏସ୍‌ପି ନେତା ସୁରେନ୍ଦ୍ର ସାଗର ତାଙ୍କ ପୁଅଙ୍କୁ ସମାଜବାଦୀ ପାର୍ଟି(ଏସ୍‌ପି) ବିଧାୟକ ତ୍ରିଭୁବନ ଦତ୍ତଙ୍କ ଝିଅ ସହ ବାହା କରାଇଥିଲେ। ଏଥିପାଇଁ ଦଳର ସୁପ୍ରିମୋ ମାୟାବତୀ ତାଙ୍କୁ ନିଲମ୍ବିତ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।  

ବରେଲି ନିର୍ବାଚନ ମଣ୍ଡଳୀରେ ସୁରେନ୍ଦ୍ର ଜଣେ ଟାଣୁଆ ବିଏସ୍‌ପି ନେତା ଭାବେ ଜଣାଶୁଣା। ସେ ୫ ଥର ପାଇଁ ରାମପୁର ଜିଲ୍ଲାର ସଭାପତି ଦାୟିତ୍ୱ ସମ୍ଭାଳିବା ସହିତ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ହୋଇସାରିଛନ୍ତି। ଦଳରେ ତାଙ୍କର ଏତେବଡ଼ ବ୍ୟକ୍ତିତ୍ୱ ସତ୍ତ୍ୱେ ଏସ୍‌ପି ନେତାଙ୍କ ସହିତ ବନ୍ଧୁବାନ୍ଧିବା ସାଗରଙ୍କୁ ମହଙ୍ଗା ପଡ଼ିଛି। ସେପଟେ ତ୍ରୁଭୁବନ ଦତ୍ତ ପୂର୍ବରୁ ବିଏସ୍‌ପି ଦଳରେ ଥାଇ ସାଂସଦ ହୋଇଥିଲେ। ହେଲେ ପରବର୍ତ୍ତି ସମୟରେ ସେ ଏସ୍‌ପିକୁ ଆସି ଆମ୍ବେଦକର ନଗରରୁ ବିଧାୟକ ଅଛନ୍ତି। 

ନିକଟରେ ସପା ମୁଖ୍ୟ ଅଖିଳେଶ ଯାଦବ ଆମ୍ବେଦକର ନଗରସ୍ଥିତ ଶ୍ରୀ ଦତ୍ତଙ୍କ ଘରକୁ ଯାଇଥିଲେ। ଏହାପରେ ଏହି ବିବାହକୁ ନେଇ ଖୋଳତାଡ଼ କରିଥିଲା ବିଏସ୍‌ପି। ଏହି ଘଟଣାରେ ସୁରେନ୍ଦ୍ରଙ୍କ ସହ ରାମପୁର ଜିଲ୍ଲା ବିଏସ୍‌ପି ଅଧ୍ଯକ୍ଷ ପ୍ରମୋଦ ସାଗରଙ୍କୁ ବି ନିଜ ପଦରୁ ହଟାଇ ଦିଆଯାଇଛି। କାର୍ଯ୍ୟାନୁଷ୍ଠାନକୁ ନେଇ ବିଏସ୍‌ପି କହିଛି ଯେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ନିଲମ୍ବିତ କରାଯାଇଛି। 

ଏଭଳି ଅଭିଯୋଗ ଲଗାଇ ଦଳ ନିଲମ୍ବିତ କରିବା ପରେ ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ନେତା ସୁରେନ୍ଦ୍ର ସାଗର। ସେ ଅଭିଯୋଗ ଖଣ୍ଡନ କରିବା ସହିତ ମୁଁ କୌଣସି ଉଶୃଙ୍ଖଳିତ କାର୍ଯ୍ଯରେ ଲିପ୍ତ ନଥିଲି ବୋଲି କହିଛନ୍ତି। କେବଳ ମୋ ପୁଅ ଅଙ୍କୁର ସପା ବିଧାୟକ ତ୍ରିଭୁବନ ଦତ୍ତଙ୍କ ଝିଅଙ୍କୁ ବିବାହ କରିବାରୁ ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ସୁରେନ୍ଦ୍ର କହିଛନ୍ତି।

ବିଏସ୍‌ପିର ଏଭଳି କାର୍ଯ୍ୟାନୁଷ୍ଠାନ ନୂଆ ନୁହେଁ। ଏହାପୂର୍ବରୁ ନଭେମ୍ବରରେ ପୂର୍ବତନ ଡିଭିଜନାଲ ଇନ୍‌ଚାର୍ଜ ପ୍ରଶାନ୍ତ ଗୌତମଙ୍କୁ ମଧ୍ୟ ଦଳରୁ ବିଦା କରିଥିଲେ। ତାଙ୍କର  ଭୁଲ ଥିଲା ଯେ ସେ ସପା ନେତା ମୁନକଡ଼ ଅଲୀଙ୍କ ପୁଅ ବାହାଘରରେ ଯୋଗ ଦେଇଥିଲେ।