ବାତ୍ୟା ‘ଫେଙ୍ଗଲ’ ନେଇ ଆଇଏମଡିର ରିପୋର୍ଟ; ୧୯ଜଣଙ୍କ ଜୀବନ ନେଇଛି ସାମୁଦ୍ରିକ ଝଡ଼

ଚେନ୍ନାଇ: ସାମୁଦ୍ରିକ ଝଡ଼ ଫେଙ୍ଗଲ ଭାରତ ଏବଂ ଶ୍ରୀଲଙ୍କାରେ ତାଣ୍ଡବ ରଚିଛି । ୧୯ଜଣଙ୍କ ଜୀବନ ନେଇଛି ବାତ୍ୟା । ତାମିଲନାଡ଼ୁ ଏବଂ ପୁଡୁଚେରୀରେ ସ୍ଥଳଭାଗ ଛୁଇଁବା ପରେ ଛାରଖାର କରିଥିଲା । ଘଣ୍ଟା ପ୍ରତି ୯୦ କିଲୋମିଟର ବେଗରେ ପବନ ବହି ଗଛପତ୍ର ଭାଙ୍ଗିଥିଲା । ରାସ୍ତାରେ ଟଳିପଡ଼ିଥିଲା ବଡ଼ ବଡ଼ ବୃକ୍ଷ । ପଚଣ୍ଡ ପବନ ଏବଂ ପ୍ରବଳ ବର୍ଷାରେ ଘରଦ୍ବାର ଭାଙ୍ଗିବା ସହିତ ମୂଲ୍ୟବାନ ଜୀବନ ଯାଇଛି । ସେପଟେ ପୁଡୁଚେରୀରେ ବର୍ଷା ୩୦ ବର୍ଷର ରେକର୍ଡ ଭାଙ୍ଗିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଭାରତର ଦକ୍ଷିଣ ତଟ ଏବଂ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ତାଣ୍ଡବ ରଚିଛି । ୨୪ ଘଣ୍ଟା ଲଗାଣ ବର୍ଷାରେ ଉବୁଟୁବୁ ହୋଇଥିଲା ପୁଡୁଚେରୀ । ଆଇଏଡି ଅନୁଯାୟୀ, ବାତ୍ୟା ଫେଙ୍ଗଲ ଯୋଗୁ କେନ୍ଦ୍ରଶାସିତ ଅଞ୍ଚଳରେ ୩୦ ବର୍ଷରେ ସର୍ବାଧିକ ବର୍ଷା ହୋଇଛି । ପ୍ରବଳ ବର୍ଷାରେ ଜଳମଗ୍ନ ହୋଇଥିଲା ଚେନ୍ନାଇ ।  ବାତ୍ୟା ଫେଙ୍ଗଲ ଦୁଇ ଦେଶରେ ମୋଟ୍ ୧୯ଜଣଙ୍କ ଜୀବନ ନେଇଛି । ଶ୍ରୀଲଙ୍କାରେ ୧୬ଜଣ ପ୍ରାଣ ହରାଇଥିବା ବେଳେ ଭାରତରୁ ୪ଜଣ ଲୋକଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ସାମୁଦ୍ରିକ ଝଡ଼ରେ ପ୍ରାୟ ୧.୩୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଶ୍ରୀଲଙ୍କାରେ ଏବେ ବି ରେସକ୍ୟୁ ଅପରେସନ ଜାରି ରହିଛି । ନଭେମ୍ବର ୩୦ ତାରିଖରେ   ବର୍ଷା ବିତ୍ପାତ ପରେ ବାତ୍ୟା ଫେଙ୍ଗଲ ଧୀରେ ଧୀରେ ଦୁର୍ବଳ ହୋଇଥିଲା ।   

ବାତ୍ୟା ‘ଫେଙ୍ଗଲ’ ନେଇ ଆଇଏମଡିର ରିପୋର୍ଟ; ୧୯ଜଣଙ୍କ ଜୀବନ ନେଇଛି ସାମୁଦ୍ରିକ ଝଡ଼

ଚେନ୍ନାଇ: ସାମୁଦ୍ରିକ ଝଡ଼ ଫେଙ୍ଗଲ ଭାରତ ଏବଂ ଶ୍ରୀଲଙ୍କାରେ ତାଣ୍ଡବ ରଚିଛି । ୧୯ଜଣଙ୍କ ଜୀବନ ନେଇଛି ବାତ୍ୟା । ତାମିଲନାଡ଼ୁ ଏବଂ ପୁଡୁଚେରୀରେ ସ୍ଥଳଭାଗ ଛୁଇଁବା ପରେ ଛାରଖାର କରିଥିଲା । ଘଣ୍ଟା ପ୍ରତି ୯୦ କିଲୋମିଟର ବେଗରେ ପବନ ବହି ଗଛପତ୍ର ଭାଙ୍ଗିଥିଲା । ରାସ୍ତାରେ ଟଳିପଡ଼ିଥିଲା ବଡ଼ ବଡ଼ ବୃକ୍ଷ । ପଚଣ୍ଡ ପବନ ଏବଂ ପ୍ରବଳ ବର୍ଷାରେ ଘରଦ୍ବାର ଭାଙ୍ଗିବା ସହିତ ମୂଲ୍ୟବାନ ଜୀବନ ଯାଇଛି । ସେପଟେ ପୁଡୁଚେରୀରେ ବର୍ଷା ୩୦ ବର୍ଷର ରେକର୍ଡ ଭାଙ୍ଗିଛି ।

 ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଭାରତର ଦକ୍ଷିଣ ତଟ ଏବଂ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ତାଣ୍ଡବ ରଚିଛି । ୨୪ ଘଣ୍ଟା ଲଗାଣ ବର୍ଷାରେ ଉବୁଟୁବୁ ହୋଇଥିଲା ପୁଡୁଚେରୀ । ଆଇଏଡି ଅନୁଯାୟୀ, ବାତ୍ୟା ଫେଙ୍ଗଲ ଯୋଗୁ କେନ୍ଦ୍ରଶାସିତ ଅଞ୍ଚଳରେ ୩୦ ବର୍ଷରେ ସର୍ବାଧିକ ବର୍ଷା ହୋଇଛି । ପ୍ରବଳ ବର୍ଷାରେ ଜଳମଗ୍ନ ହୋଇଥିଲା ଚେନ୍ନାଇ ।  

ବାତ୍ୟା ଫେଙ୍ଗଲ ଦୁଇ ଦେଶରେ ମୋଟ୍ ୧୯ଜଣଙ୍କ ଜୀବନ ନେଇଛି । ଶ୍ରୀଲଙ୍କାରେ ୧୬ଜଣ ପ୍ରାଣ ହରାଇଥିବା ବେଳେ ଭାରତରୁ ୪ଜଣ ଲୋକଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ସାମୁଦ୍ରିକ ଝଡ଼ରେ ପ୍ରାୟ ୧.୩୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଶ୍ରୀଲଙ୍କାରେ ଏବେ ବି ରେସକ୍ୟୁ ଅପରେସନ ଜାରି ରହିଛି । ନଭେମ୍ବର ୩୦ ତାରିଖରେ   ବର୍ଷା ବିତ୍ପାତ ପରେ ବାତ୍ୟା ଫେଙ୍ଗଲ ଧୀରେ ଧୀରେ ଦୁର୍ବଳ ହୋଇଥିଲା ।