ବାରବାଟୀ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଶେଷ, ତଥାପି କାଉଣ୍ଟରରେ ଲାଗିଛି ଲମ୍ବା ଲାଇନ୍

କଟକ ୦୬।୦୨ : ଲାଇନ୍‌ରେ ଲୋକ, ହେଲେ କାଉଣ୍ଟରରୁ ସରିଗଲାଣି ଟିକେଟ୍‌ । ତଥାପି କାଉଣ୍ଟର ଆଗରେ ଲାଗିଛି ଲୋକଙ୍କ ଭିଡ । କଟକ ବାରବାଟୀ ଷ୍ଟାଡିୟମ୍‌ରେ ଥିବା ଟିକେଟ୍‌ କାଉଣ୍ଟରରେ ଗୁରୁବାର ଦିନ ବି ଟିକେଟ୍‌ ନେବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ଫେବୃଆରୀ ୯ରେ କଟକ ବାରବାଟି ଷ୍ଟାଡିୟମ୍‌ରେ ଖେଳାଯିବ ଇଣ୍ଡିଆ-ଇଂଲଣ୍ଡ ଦିନିକିଆ ମ୍ୟାଚ୍‌ । ଏଥିପାଇଁ ଉଭୟ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ରେ ଟିକେଟ୍‌ ବିକ୍ରି ହେଉଛି । ଅନ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି ସରିଥିବା ବେଳେ ଅଫଲାଇନ୍‌ରେ ଚାଲିଛି ଟିକେଟ୍‌ ବିକ୍ରି। ବୁଧବାରଠୁ ଟିକେଟ୍‌ ବିକ୍ରି ଆରମ୍ଭ ହେବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା । ଯେଉଁଥି ଲାଗି ମଙ୍ଗଳବାର ରାତିରୁ ଟିକେଟ୍‌ କାଉଣ୍ଟର ଆଗରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ବୁଧବାର ଦିନ ହିଁ ଅଫଲାଇନ୍‌ରେ ସମସ୍ତ ଟିକେଟ୍ ବିକ୍ରି ସରିଥିଲା ।  ହେଲେ ଗୁରୁବାର ଦିନ ଅନେକ ଲୋକ ଟିକେଟ୍‌ କାଉଣ୍ଟରରେ  ଲାଇନ୍‌ରେ ଛିଡା ହୋଇଛନ୍ତି । ଆଉ ଟିକେଟ୍‌ ନେବା ପାଇଁ ଜିଦ୍‌ ଧରିଛନ୍ତି । ତେବେ କାଉଣ୍ଟରରେ ଟିକେଟ୍‌ ନଥିବା କହି ପୋଲିସ ସମସ୍ତ ଲୋକଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲା । ହେଲେ ଲୋକ ନିଜ ଜିଦ୍‌ରେ ଅଟଳ ରହିଛନ୍ତି । ଆଉ ଟିକେଟ୍‌ ଆଶାରେ ଧାଡିରେ ଛିଡା ହୋଇଛନ୍ତି । 

ବାରବାଟୀ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଶେଷ, ତଥାପି କାଉଣ୍ଟରରେ ଲାଗିଛି ଲମ୍ବା ଲାଇନ୍

କଟକ ୦୬।୦୨ : ଲାଇନ୍‌ରେ ଲୋକ, ହେଲେ କାଉଣ୍ଟରରୁ ସରିଗଲାଣି ଟିକେଟ୍‌ । ତଥାପି କାଉଣ୍ଟର ଆଗରେ ଲାଗିଛି ଲୋକଙ୍କ ଭିଡ । କଟକ ବାରବାଟୀ ଷ୍ଟାଡିୟମ୍‌ରେ ଥିବା ଟିକେଟ୍‌ କାଉଣ୍ଟରରେ ଗୁରୁବାର ଦିନ ବି ଟିକେଟ୍‌ ନେବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । 

ଫେବୃଆରୀ ୯ରେ କଟକ ବାରବାଟି ଷ୍ଟାଡିୟମ୍‌ରେ ଖେଳାଯିବ ଇଣ୍ଡିଆ-ଇଂଲଣ୍ଡ ଦିନିକିଆ ମ୍ୟାଚ୍‌ । ଏଥିପାଇଁ ଉଭୟ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ରେ ଟିକେଟ୍‌ ବିକ୍ରି ହେଉଛି । ଅନ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି ସରିଥିବା ବେଳେ ଅଫଲାଇନ୍‌ରେ ଚାଲିଛି ଟିକେଟ୍‌ ବିକ୍ରି। ବୁଧବାରଠୁ ଟିକେଟ୍‌ ବିକ୍ରି ଆରମ୍ଭ ହେବ ବୋଲି ପୂର୍ବରୁ ଘୋଷଣା ହୋଇଥିଲା । ଯେଉଁଥି ଲାଗି ମଙ୍ଗଳବାର ରାତିରୁ ଟିକେଟ୍‌ କାଉଣ୍ଟର ଆଗରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ବୁଧବାର ଦିନ ହିଁ ଅଫଲାଇନ୍‌ରେ ସମସ୍ତ ଟିକେଟ୍ ବିକ୍ରି ସରିଥିଲା ।  ହେଲେ ଗୁରୁବାର ଦିନ ଅନେକ ଲୋକ ଟିକେଟ୍‌ କାଉଣ୍ଟରରେ  ଲାଇନ୍‌ରେ ଛିଡା ହୋଇଛନ୍ତି । ଆଉ ଟିକେଟ୍‌ ନେବା ପାଇଁ ଜିଦ୍‌ ଧରିଛନ୍ତି । ତେବେ କାଉଣ୍ଟରରେ ଟିକେଟ୍‌ ନଥିବା କହି ପୋଲିସ ସମସ୍ତ ଲୋକଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲା । ହେଲେ ଲୋକ ନିଜ ଜିଦ୍‌ରେ ଅଟଳ ରହିଛନ୍ତି । ଆଉ ଟିକେଟ୍‌ ଆଶାରେ ଧାଡିରେ ଛିଡା ହୋଇଛନ୍ତି ।