ଆପଲ୍ ସିଇଓଙ୍କୁ କେତେ ଟଙ୍କା ମିଳେ, ସାମନାକୁ ଆସିଲା ଟିମ୍ କୁକ୍ଙ୍କ ୨୦୨୩ ଦରମା
ନୂଆଦିଲ୍ଲୀ: ଆପଲ୍ ଏବଂ ଏହାର ସିଇଓ ଟିମ୍ କୁକ୍ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କମ୍ପାନିର ସର୍ବୋଚ୍ଚ ପଦରେ ଥିବା କାରଣରୁ ଅନେକ ଦାୟିତ୍ୱ ସହ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଷ୍ଟିଭ୍ ଜବ୍ସଙ୍କ ନିଧନ ପରଠୁ ଆପଲ୍କୁ ବଢାଇବା ପାଇଁ ଟିମ୍ କୁକ୍ ବଡ଼ ଭୂମିକା ଗ୍ରହଣ କରୁଛନ୍ତି । ଟିମ୍ କୁକ୍ କମ୍ପନସେସନ କମିଟି ପକ୍ଷରୁ ସୁପାରିଶ ମିଳିବା ପରେ ୪୦ ପ୍ରତିଶତ ଯାଏ କମ୍ପନସେସନ କମ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏକ ରିପୋର୍ଟରେ ଏବେ ଟିମ୍ କୁକ୍ଙ୍କ ଦରମାର ଖୁଲାସା ହୋଇଛି । ଏଥିରେ କୁହାଯାଇଛି ଯେ ଟିମ୍ କୁକ୍ଙ୍କୁ ୨୦୨୩ ମସିହାରେ ୩ ମିଲିୟନ ଡଲାର ବେସିକ୍ ଦରମା ମିଳିଥିଲା, ୪୭ ମିଲିୟନ ଡଲାର ଷ୍ଟକ୍ ଆୱାର୍ଡ, ୧୦.୭ ମିଲିୟନ ଡଲାର ନନ୍-ଇକ୍ୱିଟି ଇନ୍ସେଟିଭ, ୨.୫ ମିଲିୟନ ଡଲାର ଅନ୍ୟ ରାଶି ମିଳିଛି । ଏହି ତୁଳନାରେ ୨୦୨୨ରେ ଟିମ୍ କୁକଙ୍କୁ ମୋଟ ୯୯.୪ ମିଲିୟନ ଡଲାର ମିଳିଥିଲା । ପଢନ୍ତୁ: ମୁକେଶ ଅମ୍ବାନୀଙ୍କୁ ପ୍ରତିମାସରେ ଏତେ ଟଙ୍କା ଦେବେ ଟିମ୍ କୁକ୍, ଜାଣନ୍ତୁ ଆପଲ ଷ୍ଟୋରର ଭଡ଼ା କେତେ? ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା ମଧ୍ୟ ପ୍ରାୟ ସମାନ ଆୟ କରିଥିଲେ । ନାଡେଲ ୨୦୨୩ରେ ୪୮.୫ ମିଲିୟନ ଡଲାର ଦରମା ପାଇଥିଲେ । ଅନ୍ୟପଟେ ଗୁଗଲ ସିଇଓ ସୁନ୍ଦର ପିଚାଇ ୨୦୨୨ରେ ୨୨୬ ମିଲିୟନ ଡଲାର ଆୟ କରିଥିଲେ । ସେହିପରି ଆଡୋବିର ସିଇଓ ଶାନ୍ତନୁ ନାରାୟଣ ୨୦୨୨ରେ ୩୧ ମିଲିୟନ ଡଲାର ଆୟ କରିଥିଲେ
ନୂଆଦିଲ୍ଲୀ: ଆପଲ୍ ଏବଂ ଏହାର ସିଇଓ ଟିମ୍ କୁକ୍ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କମ୍ପାନିର ସର୍ବୋଚ୍ଚ ପଦରେ ଥିବା କାରଣରୁ ଅନେକ ଦାୟିତ୍ୱ ସହ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଷ୍ଟିଭ୍ ଜବ୍ସଙ୍କ ନିଧନ ପରଠୁ ଆପଲ୍କୁ ବଢାଇବା ପାଇଁ ଟିମ୍ କୁକ୍ ବଡ଼ ଭୂମିକା ଗ୍ରହଣ କରୁଛନ୍ତି । ଟିମ୍ କୁକ୍ କମ୍ପନସେସନ କମିଟି ପକ୍ଷରୁ ସୁପାରିଶ ମିଳିବା ପରେ ୪୦ ପ୍ରତିଶତ ଯାଏ କମ୍ପନସେସନ କମ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।
ଏକ ରିପୋର୍ଟରେ ଏବେ ଟିମ୍ କୁକ୍ଙ୍କ ଦରମାର ଖୁଲାସା ହୋଇଛି । ଏଥିରେ କୁହାଯାଇଛି ଯେ ଟିମ୍ କୁକ୍ଙ୍କୁ ୨୦୨୩ ମସିହାରେ ୩ ମିଲିୟନ ଡଲାର ବେସିକ୍ ଦରମା ମିଳିଥିଲା, ୪୭ ମିଲିୟନ ଡଲାର ଷ୍ଟକ୍ ଆୱାର୍ଡ, ୧୦.୭ ମିଲିୟନ ଡଲାର ନନ୍-ଇକ୍ୱିଟି ଇନ୍ସେଟିଭ, ୨.୫ ମିଲିୟନ ଡଲାର ଅନ୍ୟ ରାଶି ମିଳିଛି । ଏହି ତୁଳନାରେ ୨୦୨୨ରେ ଟିମ୍ କୁକଙ୍କୁ ମୋଟ ୯୯.୪ ମିଲିୟନ ଡଲାର ମିଳିଥିଲା ।
ପଢନ୍ତୁ: ମୁକେଶ ଅମ୍ବାନୀଙ୍କୁ ପ୍ରତିମାସରେ ଏତେ ଟଙ୍କା ଦେବେ ଟିମ୍ କୁକ୍, ଜାଣନ୍ତୁ ଆପଲ ଷ୍ଟୋରର ଭଡ଼ା କେତେ?
ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା ମଧ୍ୟ ପ୍ରାୟ ସମାନ ଆୟ କରିଥିଲେ । ନାଡେଲ ୨୦୨୩ରେ ୪୮.୫ ମିଲିୟନ ଡଲାର ଦରମା ପାଇଥିଲେ । ଅନ୍ୟପଟେ ଗୁଗଲ ସିଇଓ ସୁନ୍ଦର ପିଚାଇ ୨୦୨୨ରେ ୨୨୬ ମିଲିୟନ ଡଲାର ଆୟ କରିଥିଲେ । ସେହିପରି ଆଡୋବିର ସିଇଓ ଶାନ୍ତନୁ ନାରାୟଣ ୨୦୨୨ରେ ୩୧ ମିଲିୟନ ଡଲାର ଆୟ କରିଥିଲେ ।
The post ଆପଲ୍ ସିଇଓଙ୍କୁ କେତେ ଟଙ୍କା ମିଳେ, ସାମନାକୁ ଆସିଲା ଟିମ୍ କୁକ୍ଙ୍କ ୨୦୨୩ ଦରମା appeared first on Prameya News7.