ଏଥର ମୌସୁମୀରେ ଭଲ ବର୍ଷା, ଜାଣନ୍ତୁ କ’ଣ କହୁଛନ୍ତି ପାଣିପାଗ ବିଶେଷଜ୍ଞ

ନୂଆଦିଲ୍ଲୀ ୧୧।୨: ପାଣିପାଗ ବୌଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ ୨୦୨୩ ଉତପ୍ତ ବର୍ଷ ରହିବା ପରେ ‘ଅଲ ନିନୋ’ ପ୍ରଭାବ ଜୁନ ସୁଧା ସମାପ୍ତ ହୋଇଯିବ। ଏଣୁ ଚଳିତବର୍ଷ ଦେଶରେ ଉତ୍ତମ ମୌସୁମୀ ବର୍ଷାର ଆକଳନ କରିଛନ୍ତି। ଗତ ସପ୍ତାହରେ ବିଶ୍ୱର ଦୁଇ ପ୍ରମୁଖ ଜଳବାୟୁ ଏଜେନ୍ସୀ ସାରା ବିଶ୍ୱର ପାଣିପାଗକୁ ପ୍ରଭାବିତ କରୁଥିବା ‘ଅଲ ନିନୋ’ ଏବେ ଦୁର୍ବଳ ହେବା ଆରମ୍ଭ କରିଥିବା ଘୋଷଣା କରିବା ସହ ଅଗଷ୍ଟ ସୁଧା ‘ଲା ନିନା’ ସ୍ଥିତି ବନିବାର ଆକଳନ କରିଥିଲେ। ଅଲ ନିନୋ ଭୂ ମଧ୍ୟସାଗରୀୟ ପ୍ରଶାନ୍ତ ମହାସାଗରରେ ଜଳ ଉତପ୍ତ ହେବାର ପ୍ରକ୍ରିୟା। ଏହି ପ୍ରାକୃତିକ ପ୍ରକ୍ରିୟା ଉପରେ ପାଖରୁ ନଜର ରଖିଥିବା ଭାରତୀୟ ପାଣିପାଗ ବୈଜ୍ଞାନିକ କହିଛନ୍ତି ଯେ ଜୁନ-ଅଗଷ୍ଟ ସୁଦ୍ଧା ‘ଲା ନିନା’ ସ୍ଥିତି ବନିବାର ଅର୍ଥ ଏହା ହୋଇପାରେ ଯେ ଏ ବର୍ଷ ମୌସୁମୀ ବର୍ଷା ଗତବର୍ଷ ତୁଳନାରେ ଭଲ ରହିବ। ପୃଥିବୀ ବିଜ୍ଞାନ ମନ୍ତ୍ରାଳୟଙ୍କ ପୂର୍ବତନ ସଚିବ ମାଧବନ ରାଜୀବନ କହିଛନ୍ତି ଯେ ଜୁନ-ଜୁଲାଇ ସୁଦ୍ଧା ‘ ଲା ନିନା’ ସ୍ଥିତି ବନିବାର ଅନେକ ସମ୍ଭାବନା ରହିଛି। ମାଧବନ ରାଜୀବନ କହିଛନ୍ତି ଯେ ‘ଯଦି ଅଲ ନିନୋ, ଇଏନଏସଓ (ଅଲ ନିନୋ ସାଉଦର୍ଣ୍ଣ ଓସ୍ସିଲେସନ) ନ୍ୟୁଟ୍ରଲ ସ୍ଥିତିକୁ ପରିବର୍ତ୍ତିତ ହୋଇଗଲା ତେବେ ମଧ୍ୟ ଏ ବର୍ଷ ମୌସୁମୀ ବର୍ଷା ଗତବର୍ଷ ତୁଳନାରେ ଭଲ ରହିବ ’ । ଭାରତର ବାର୍ଷିକ ବର୍ଷାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷାର ଯୋଗଦାନ ପାଖାପାଖି ୭୦ ପ୍ରତ

ଏଥର ମୌସୁମୀରେ ଭଲ ବର୍ଷା, ଜାଣନ୍ତୁ କ’ଣ କହୁଛନ୍ତି ପାଣିପାଗ ବିଶେଷଜ୍ଞ

ନୂଆଦିଲ୍ଲୀ ୧୧।୨: ପାଣିପାଗ ବୌଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ ୨୦୨୩ ଉତପ୍ତ ବର୍ଷ ରହିବା ପରେ ‘ଅଲ ନିନୋ’ ପ୍ରଭାବ ଜୁନ ସୁଧା ସମାପ୍ତ ହୋଇଯିବ। ଏଣୁ ଚଳିତବର୍ଷ ଦେଶରେ ଉତ୍ତମ ମୌସୁମୀ ବର୍ଷାର ଆକଳନ କରିଛନ୍ତି। ଗତ ସପ୍ତାହରେ ବିଶ୍ୱର ଦୁଇ ପ୍ରମୁଖ ଜଳବାୟୁ ଏଜେନ୍ସୀ ସାରା ବିଶ୍ୱର ପାଣିପାଗକୁ ପ୍ରଭାବିତ କରୁଥିବା ‘ଅଲ ନିନୋ’ ଏବେ ଦୁର୍ବଳ ହେବା ଆରମ୍ଭ କରିଥିବା ଘୋଷଣା କରିବା ସହ ଅଗଷ୍ଟ ସୁଧା ‘ଲା ନିନା’ ସ୍ଥିତି ବନିବାର ଆକଳନ କରିଥିଲେ।

ଅଲ ନିନୋ ଭୂ ମଧ୍ୟସାଗରୀୟ ପ୍ରଶାନ୍ତ ମହାସାଗରରେ ଜଳ ଉତପ୍ତ ହେବାର ପ୍ରକ୍ରିୟା। ଏହି ପ୍ରାକୃତିକ ପ୍ରକ୍ରିୟା ଉପରେ ପାଖରୁ ନଜର ରଖିଥିବା ଭାରତୀୟ ପାଣିପାଗ ବୈଜ୍ଞାନିକ କହିଛନ୍ତି ଯେ ଜୁନ-ଅଗଷ୍ଟ ସୁଦ୍ଧା ‘ଲା ନିନା’ ସ୍ଥିତି ବନିବାର ଅର୍ଥ ଏହା ହୋଇପାରେ ଯେ ଏ ବର୍ଷ ମୌସୁମୀ ବର୍ଷା ଗତବର୍ଷ ତୁଳନାରେ ଭଲ ରହିବ। ପୃଥିବୀ ବିଜ୍ଞାନ ମନ୍ତ୍ରାଳୟଙ୍କ ପୂର୍ବତନ ସଚିବ ମାଧବନ ରାଜୀବନ କହିଛନ୍ତି ଯେ ଜୁନ-ଜୁଲାଇ ସୁଦ୍ଧା ‘ ଲା ନିନା’ ସ୍ଥିତି ବନିବାର ଅନେକ ସମ୍ଭାବନା ରହିଛି।

ମାଧବନ ରାଜୀବନ କହିଛନ୍ତି ଯେ ‘ଯଦି ଅଲ ନିନୋ, ଇଏନଏସଓ (ଅଲ ନିନୋ ସାଉଦର୍ଣ୍ଣ ଓସ୍ସିଲେସନ) ନ୍ୟୁଟ୍ରଲ ସ୍ଥିତିକୁ ପରିବର୍ତ୍ତିତ ହୋଇଗଲା ତେବେ ମଧ୍ୟ ଏ ବର୍ଷ ମୌସୁମୀ ବର୍ଷା ଗତବର୍ଷ ତୁଳନାରେ ଭଲ ରହିବ ’ । ଭାରତର ବାର୍ଷିକ ବର୍ଷାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷାର ଯୋଗଦାନ ପାଖାପାଖି ୭୦ ପ୍ରତିଶତ, ଯାହା କୃଷି କ୍ଷେତ୍ର ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧୪ ପ୍ରତିଶତ ଓ ଦେଶର ୧.୪ ବିଲିୟନ ଜନସଂଖ୍ୟାର ଅଧାରୁ ଅଧିକ ଲୋକଙ୍କୁ ରୋଜଗାର ଦେଇଥାଏ।

ଆମେରିକାର  ନ୍ୟାସନାଲ ଓସନିକ ଆଣ୍ଡ ଆଟମୋସଫେରିକ ଆଡମିନେଷ୍ଟ୍ରେସନ (ଏନଓଏଏ) ଗତ ସପ୍ତାହରେ କହିଥିଲେ ଯେ ଏ ସମ୍ପର୍କରେ ୭୯ ପ୍ରତିଶତ ସମ୍ଭାବନା ରହିଛି ଯେ ‘ଅଲ ନିନୋ’ ଏପ୍ରିଲ-ଜୁନ ସୁଦ୍ଧା ‘ଇଏନଏସଓ-ନ୍ୟୁଟ୍ରଲ’ ରେ ପରିବର୍ତ୍ତିତ ହୋଇଯିବ ଓ ଜୁନ-ଅଗଷ୍ଟରେ ‘ଲା ନିନା’   ବିକଶିତ ହେବାର ୫୫ ପ୍ରତିଶତ ସମ୍ଭାବନା ରହିଛି। ସେହିପରି ୟୁରୋପୀୟ ସଂଘର କପରନିକସ କ୍ଲାଇମେଟ୍ ଚେଞ୍ଜ ସର୍ଭିସ ପୁଷ୍ଟି କରିଛନ୍ତି ଯେ ‘ଅଲ ନିନୋ’ ଦୁର୍ବଳ ହେବାରେ ଲାଗିଲାଣି।

ତେବେ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)ଙ୍କ ବରିଷ୍ଠ ବୈଜ୍ଞାନିକ ଡି. ଶିବାନନ୍ଦ ପଇ କହିଛନ୍ତି ଯେ ‘ଏବେ ଆମେ ନିଶ୍ଚିତ ଭାବେ କିଛି କହିପାରିବାନି। କେତେକ ମଡେଲ ‘ଲା ନିନା’ର ସଂକେତ ଦେଉଥିବା ବେଳେ କେତେକ ଇଏନଏସଓ-ନ୍ୟୁଟ୍ରଲ ଦିଗକୁ ସଂକେତ ଦେଉଛନ୍ତି। ହେଲେ ଏବେ ପ୍ରାୟ ମଡେଲ ‘ଅଲ ନିନୋ’ ସମାପ୍ତ ହେଉଥିବାର ସଂକେତ ଦେଉଛନ୍ତି’। ପଇ କହିଛନ୍ତି ଯେ ଅଲ ନିନୋ ୨୦୨୪ ପ୍ରଥମ ୬ ମାସ ପର୍ଯ୍ୟନ୍ତ ଜାରି ରହିବ, ବିଶ୍ୱ ପାଣିପାଗ ବିଭାଗ ସଙ୍ଗଠନ (ଡବ୍ଲୁଏମଓ) ପୂର୍ବରୁ ଅନୁମାନ କରିଥିଲେ ଯେ ୨୦୨୩ ଅପେକ୍ଷା ୨୦୨୪ଅଧିକ ଉଷ୍ମ ରହିବ। ଏଥିରେ ଯଦି ଲା ନିନା ବିକଶିତ ହୁଏ ତେବେ ଚଳିତ ବର୍ଷ ୨୦୨୩ ଅପେକ୍ଷା ଅଧିକ ଉଷ୍ମ ହେବ ନାହିଁ।

ଭାରତୀୟ ଉଷ୍ମ କଟିବନ୍ଧିୟ ପାଣିପାଗ ବିଜ୍ଞାନ ସଂସ୍ଥାଙ୍କ ଜଳ ବାୟୁ ବୈଜ୍ଞାନିକ ରକ୍ସି ମ୍ୟାଥ୍ୟୁ କୋଲ କହିଛନ୍ତି ଯେ ନବୀନତମ ପୂର୍ବାନୁମାନ ଜୁନ ସୁଦ୍ଧା ଲା ନିନାରେ ତ୍ୱରିତ ପରିବର୍ତ୍ତନର ସଂକେତ ଦେଉଛି, ଯାହାର ପରିଣାମ ସଠିକ ସମୟରେ ଓ ମୌସୁମୀରେ ଭଲ ବର୍ଷା ହୋଇପାରେ ବୋଲି କହିଛନ୍ତି।

The post ଏଥର ମୌସୁମୀରେ ଭଲ ବର୍ଷା, ଜାଣନ୍ତୁ କ’ଣ କହୁଛନ୍ତି ପାଣିପାଗ ବିଶେଷଜ୍ଞ appeared first on Prameya News7.