ନ୍ୟୁୟର୍କ ମାନହାନଟନରେ ଆଖିବୁଜା ଗୁଳିମାଡ଼, ୫ ମୃତ
ନୂଆଦିଲ୍ଲୀ ୨୯/୦୭: ରକ୍ତରଞ୍ଜିତ ହୋଇଛି ଆମେରିକାର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ । ଆଖିବୁଜା ଗୁଳିମାଡ । ରିପୋର୍ଟ ଅନୁଯାୟୀ, ସୋମବାର (ଜୁଲାଇ ୨୮) ନ୍ୟୁୟର୍କର ସେଣ୍ଟ୍ରାଲ ମାନହାଟନରେ ଜଣେ ବ୍ୟକ୍ତି ଆଖିବୁଜା ଗୁଳିମାଡ କରିଥିଲେ । ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ସମୟରେ ଜଣେ ପୋଲିସ ଅଧିକାରୀ ମଧ୍ୟ ପ୍ରାଣ ହରାଇଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି, ହମଲା କରିଥିବା ବ୍ୟକ୍ତି ନିଜେ ପ୍ରାଣ ହରାଇଛନ୍ତି । ପୋଲିସ କହିବା କଥା ନିଜକୁ ଗୁଳି କରିବା ଯୋଗୁଁ ଅଭିଯୁକ୍ତଙ୍କ ବି ମୃତ୍ୟୁ ହୋଇଛି । ପୋଲିସ ସୂଚନା ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ଶେନ୍ ଟାମୁରା ନାମକ ଜଣେ ୨୭ ବର୍ଷୀୟ ଯୁବକ ହଠାତ୍ ବନ୍ଧୁକ ଧରି ଏକ ୪୪ ମହଲା କୋଠାରେ ପ୍ରବେଶ କରିଥିଲେ। ସେ କୋଠା ଭିତରେ ପହଞ୍ଚିବା ମାତ୍ରେ ସେ ଅଚାନକ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ସେହି ବ୍ୟକ୍ତି ନିଜକୁ ମଧ୍ୟ ଗୁଳି କରିଥିଲେ। ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତ ଅଭିଯୁକ୍ତ ଜଣଙ୍କ ଶେନ୍ ଟାମୁରା ଲସ୍ ଭେଗାସର ବାସିନ୍ଦା। ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଆକ୍ରମଣକାରୀଙ୍କ ପାଖରେ ହ୍ୟାଣ୍ଡଗନ୍ ରଖିବାର ଲାଇସେନ୍ସ ମଧ୍ୟ ଥିଲା।US: Gunman dead after shooting police officer, two civilians in midtown Manhattan, says NYPDRead @ANI Story | https://t.co/Mi9Bf1jzCs#US #G
ନୂଆଦିଲ୍ଲୀ ୨୯/୦୭: ରକ୍ତରଞ୍ଜିତ ହୋଇଛି ଆମେରିକାର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ । ଆଖିବୁଜା ଗୁଳିମାଡ । ରିପୋର୍ଟ ଅନୁଯାୟୀ, ସୋମବାର (ଜୁଲାଇ ୨୮) ନ୍ୟୁୟର୍କର ସେଣ୍ଟ୍ରାଲ ମାନହାଟନରେ ଜଣେ ବ୍ୟକ୍ତି ଆଖିବୁଜା ଗୁଳିମାଡ କରିଥିଲେ । ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ସମୟରେ ଜଣେ ପୋଲିସ ଅଧିକାରୀ ମଧ୍ୟ ପ୍ରାଣ ହରାଇଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି, ହମଲା କରିଥିବା ବ୍ୟକ୍ତି ନିଜେ ପ୍ରାଣ ହରାଇଛନ୍ତି । ପୋଲିସ କହିବା କଥା ନିଜକୁ ଗୁଳି କରିବା ଯୋଗୁଁ ଅଭିଯୁକ୍ତଙ୍କ ବି ମୃତ୍ୟୁ ହୋଇଛି ।
ପୋଲିସ ସୂଚନା ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ଶେନ୍ ଟାମୁରା ନାମକ ଜଣେ ୨୭ ବର୍ଷୀୟ ଯୁବକ ହଠାତ୍ ବନ୍ଧୁକ ଧରି ଏକ ୪୪ ମହଲା କୋଠାରେ ପ୍ରବେଶ କରିଥିଲେ। ସେ କୋଠା ଭିତରେ ପହଞ୍ଚିବା ମାତ୍ରେ ସେ ଅଚାନକ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ସେହି ବ୍ୟକ୍ତି ନିଜକୁ ମଧ୍ୟ ଗୁଳି କରିଥିଲେ। ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତ ଅଭିଯୁକ୍ତ ଜଣଙ୍କ ଶେନ୍ ଟାମୁରା ଲସ୍ ଭେଗାସର ବାସିନ୍ଦା। ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଆକ୍ରମଣକାରୀଙ୍କ ପାଖରେ ହ୍ୟାଣ୍ଡଗନ୍ ରଖିବାର ଲାଇସେନ୍ସ ମଧ୍ୟ ଥିଲା।
US: Gunman dead after shooting police officer, two civilians in midtown Manhattan, says NYPD
Read @ANI Story | https://t.co/Mi9Bf1jzCs#US #Gunman #dead #shooting #NYPD #NewYork pic.twitter.com/EuxRWvwfSk— ANI Digital (@ani_digital) July 29, 2025
ନ୍ୟୁୟର୍କ ଅଗ୍ନିଶମ ବିଭାଗ କହିଛି ଯେ ସୋମବାର ସନ୍ଧ୍ୟାରେ ପାର୍କ ଆଭେନ୍ୟୁରେ ଅବସ୍ଥିତ ଏହି କୋଠାରୁ ଏକ କଲ୍ ଆସିଥିଲା । ଯେଉଁଥିରେ କୁହାଯାଇଥିଲା ଯେ କାହାକୁ ଗୁଳି କରାଯାଇଛି। ସୂଚନା ମିଳିବା ମାତ୍ରେ ପୋଲିସ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦାୟିତ୍ୱ ଗ୍ରହଣ କରିଥିଲେ।
ଗନ୍ ଭାୟୋଲେନ୍ସ ଆର୍କାଇଭ୍ର ତଥ୍ୟ ଅନୁଯାୟୀ, ମିଡଟାଉନ୍ ମାନହାଟନ୍ର କୋଠାରେ ଘଟିଥିବା ମାରାତ୍ମକ ଗୁଳିକାଣ୍ଡ ଚଳିତ ବର୍ଷ ଆମେରିକାରେ ୨୫୪ତମ ଗୁଳିକାଣ୍ଡ ଘଟଣା । ଯେଉଁଥିରେ ସାଧାରଣ ଲୋକଙ୍କୁ ଟାର୍ଗେଟ କରାଯାଇଛି। ନ୍ୟୁୟର୍କ ସହରର ମେୟର ଏରିକ୍ ଆଡାମ୍ସ ସାମାଜିକ ଗଣମାଧ୍ୟମ ମାଧ୍ୟମରେ କହିଛନ୍ତି, ମିଡଟାଉନ୍ରେ ଗୁଳିକାଣ୍ଡ ଘଟଣାରେ ତଦନ୍ତ ଚାଲିଛି। ସେ କହିଛନ୍ତି ଭୟ ନକରି ସତର୍କ ରୁହନ୍ତୁ । ଯଦି ଆପଣ ଏହି ଅଞ୍ଚଳରେ ଅଛନ୍ତି, ତେବେ ବାହାରକୁ ଯାଆନ୍ତୁ ନାହିଁ। ଆକ୍ରମଣକାରୀର ମୃତ୍ୟୁ ହୋଇଛି। ପୋଲିସ ଅପରାଧ ଘଟଣା ତଦନ୍ତ କରୁଛି । ବର୍ତ୍ତମାନ ସବୁକିଛି ନିୟନ୍ତ୍ରଣରେ ଅଛି।