ପ୍ରେମିକ ପାଇଁ ସ୍ବାମୀଙ୍କୁ ହତ୍ୟା
ଉଦଳା,୧୦।୧(ସନ୍ତୋଷ କୁମାର ବାଚ୍ଛିିନୀ): ମୟୂରଭଞ୍ଜ ଜିଲା ଉଦଳା ଥାନା ନୟାରଙ୍ଗାମାଟିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକ ପାଇଁ ସ୍ବାମୀଙ୍କୁ କାଠଫାଳିଆରେ ପିଟି ହତ୍ୟା କରିଛନ୍ତି ସ୍ତ୍ରୀ। ପୋଲିସ ଅଭିଯୁକ୍ତ ସ୍ତ୍ରୀ ପାନ ମୁର୍ମୁ ଏବଂ ପ୍ରେମିକ ଚନ୍ଦ୍ରମୋହନ ହେମ୍ବ୍ରମଙ୍କୁ ଗିରଫ କରିଛି। ମୃତକ ହେଲେ ରାଇସେନ ମୁର୍ମୁ। ପୋଲିସ ସୂଚନା ଅନୁଯାୟୀ, ପାନ ମୁର୍ମୁଙ୍କ ସହ ସେହି ଗ୍ରାମର ଚନ୍ଦ୍ରମୋହନଙ୍କ ଅନୈତିକ ସମ୍ପର୍କ ଥିଲା। ସୋମବାର ଗଁାରେ ଜାହିରା ପୂଜା ଚାଲିଥିଲା। ପୂଜା ପାଇଁ […] The post ପ୍ରେମିକ ପାଇଁ ସ୍ବାମୀଙ୍କୁ ହତ୍ୟା appeared first on Dharitri Odia News.
ଉଦଳା,୧୦।୧(ସନ୍ତୋଷ କୁମାର ବାଚ୍ଛିିନୀ): ମୟୂରଭଞ୍ଜ ଜିଲା ଉଦଳା ଥାନା ନୟାରଙ୍ଗାମାଟିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକ ପାଇଁ ସ୍ବାମୀଙ୍କୁ କାଠଫାଳିଆରେ ପିଟି ହତ୍ୟା କରିଛନ୍ତି ସ୍ତ୍ରୀ। ପୋଲିସ ଅଭିଯୁକ୍ତ ସ୍ତ୍ରୀ ପାନ ମୁର୍ମୁ ଏବଂ ପ୍ରେମିକ ଚନ୍ଦ୍ରମୋହନ ହେମ୍ବ୍ରମଙ୍କୁ ଗିରଫ କରିଛି। ମୃତକ ହେଲେ ରାଇସେନ ମୁର୍ମୁ। ପୋଲିସ ସୂଚନା ଅନୁଯାୟୀ, ପାନ ମୁର୍ମୁଙ୍କ ସହ ସେହି ଗ୍ରାମର ଚନ୍ଦ୍ରମୋହନଙ୍କ ଅନୈତିକ ସମ୍ପର୍କ ଥିଲା। ସୋମବାର ଗଁାରେ ଜାହିରା ପୂଜା ଚାଲିଥିଲା। ପୂଜା ପାଇଁ କୁକୁଡ଼ା ଆଣିବାରେ ରାଇସେନ ବିଳମ୍ବ କରିଥିଲେ। ଏନେଇ ଚନ୍ଦ୍ରମୋହନଙ୍କ ସହିତ ରାଇସେନଙ୍କର ଝଗଡ଼ା ହୋଇଥିଲା। ଝଗଡ଼ା ସମୟରେ ରାଇସେନଙ୍କ ସ୍ତ୍ରୀ ପାନ ମୁର୍ମୁ ସେଠାରେ ପହଞ୍ଚି ଚନ୍ଦ୍ରମୋହନଙ୍କ ସପକ୍ଷରେ ରହିଥିଲେ। ଏପରିକି ସେ ନିଜ ସ୍ବାମୀଙ୍କୁୁ ବିରୋଧ କରିଥିଲେ। ପ୍ରେମିକଙ୍କୁ ବଞ୍ଚାଇବାକୁ ଯାଇ ସ୍ବାମୀଙ୍କୁ ଏକ କାଠଫାଳିଆରେ ପିଟିପିଟି ହତ୍ୟା କରିଥିଲେ। ଉଦଳା ପୋଲିସ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଛି। ଏନେଇ ଥାନାରେ ଏକ ମାମଲା (ନଂ.୧୯/୨୪) ରୁଜୁ ହୋଇଛି।
The post ପ୍ରେମିକ ପାଇଁ ସ୍ବାମୀଙ୍କୁ ହତ୍ୟା appeared first on Dharitri Odia News.