କେନ୍ଦୁଝରରେ ପତାକା ଉତ୍ତୋଳନ କଲେ ଜିଲାପାଳ
କେନ୍ଦୁଝର,୧୫ା୮: ଗୁରୁବାର ଜିଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମଠାରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲାପାଳ ବିଶାଲ ସିଂହ ଯୋଗ ଦେଇ ସମ୍ମିଳିତ ପରେଡ୍କୁ ଉଦ୍ବୋଧନ ଦେବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ପରେଡ୍ ଓ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଉଦ୍ବୋଧନ ଦେଇ ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ ଓ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ବିଷୟରେ କହିଥିଲେ। […] The post କେନ୍ଦୁଝରରେ ପତାକା ଉତ୍ତୋଳନ କଲେ ଜିଲାପାଳ appeared first on Dharitri Odia News.
କେନ୍ଦୁଝର,୧୫ା୮: ଗୁରୁବାର ଜିଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମଠାରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲାପାଳ ବିଶାଲ ସିଂହ ଯୋଗ ଦେଇ ସମ୍ମିଳିତ ପରେଡ୍କୁ ଉଦ୍ବୋଧନ ଦେବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ପରେଡ୍ ଓ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ଉଦ୍ବୋଧନ ଦେଇ ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ ଓ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ବିଷୟରେ କହିଥିଲେ। ବିଭିନ୍ନ ସରକାରୀ ବିଭାଗର ସଚେତନ ମୂଳକ ଓ ଯୋଜନା ମଣ୍ଡପ ପ୍ରଦର୍ଶିତ ହୋଇଥିଲା। ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ, ଛାତ୍ର ତଥା ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ବିଭାଗର କର୍ମଚାରୀ, ସାମାଜିକ କର୍ମୀଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା। ଜିଲାର ବହୁ ବରିଷ୍ଠ ସରକାରୀ ଅଧିକାରୀ, ବିଶିଷ୍ଟ ବ୍ୟକ୍ତି, ସାମାଜିକ କର୍ମୀ ଉପସ୍ଥିତ ରହି ପରେଡ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।
The post କେନ୍ଦୁଝରରେ ପତାକା ଉତ୍ତୋଳନ କଲେ ଜିଲାପାଳ appeared first on Dharitri Odia News.