ବରଗଡ଼ରେ ପୁଣି ଚାଞ୍ଚଲ୍ୟ: ଶ୍ୱଶୁର ଘରେ ଜ୍ବାଇଁଙ୍କୁ ହତ୍ୟା
ପାଇକମାଳ.୧୬।୧(ବଡ଼ ଶତପଥି): ବରଗଡ଼ଜିଲା ପାଇକମାଳ ଥାନା ନରସିଂହପଡ଼ାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଗୁରୁବାର ପାଇକମାଳ ଥାନାରେ ଅଭିଯୋଗ ହୋଇଛି । ମୃତକ ଯୁବକ ଜଣକ ହେଲେ ସୋହେଲା ଥାନା ବୁଡାମାଲ ଗ୍ରାମର ଗୋବିନ୍ଦ ପ୍ରଧାନ(୩୭) । ମିଳିଥିବା ସୂଚନା ମୁତାବକ, ଗୋବିନ୍ଦ ଏବଂ ତାଙ୍କ ସ୍ତ୍ରୀ ବେବି ପ୍ରଧାନଙ୍କ ସହ ପାଇକମାଳ ଥାନା ନରସିଂହପଡାରେ ରହୁଥିଲେ। ହେଲେ କିଛି ଦିନ ହେଲା ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ମନାନ୍ତର ହୋଇଥିଲା। ଫଳରେ ଗୋବିନ୍ଦ ନୃସିଂହନାଥ ବିବାସିନୀ ମନ୍ଦିର […] The post ବରଗଡ଼ରେ ପୁଣି ଚାଞ୍ଚଲ୍ୟ: ଶ୍ୱଶୁର ଘରେ ଜ୍ବାଇଁଙ୍କୁ ହତ୍ୟା appeared first on Dharitri Odia News.
ପାଇକମାଳ.୧୬।୧(ବଡ଼ ଶତପଥି): ବରଗଡ଼ଜିଲା ପାଇକମାଳ ଥାନା ନରସିଂହପଡ଼ାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଗୁରୁବାର ପାଇକମାଳ ଥାନାରେ ଅଭିଯୋଗ ହୋଇଛି । ମୃତକ ଯୁବକ ଜଣକ ହେଲେ ସୋହେଲା ଥାନା ବୁଡାମାଲ ଗ୍ରାମର ଗୋବିନ୍ଦ ପ୍ରଧାନ(୩୭) ।
ମିଳିଥିବା ସୂଚନା ମୁତାବକ, ଗୋବିନ୍ଦ ଏବଂ ତାଙ୍କ ସ୍ତ୍ରୀ ବେବି ପ୍ରଧାନଙ୍କ ସହ ପାଇକମାଳ ଥାନା ନରସିଂହପଡାରେ ରହୁଥିଲେ। ହେଲେ କିଛି ଦିନ ହେଲା ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ମନାନ୍ତର ହୋଇଥିଲା। ଫଳରେ ଗୋବିନ୍ଦ ନୃସିଂହନାଥ ବିବାସିନୀ ମନ୍ଦିର ନିକଟରେ ଏକ ଖେଳଣା ଦୋକାନ କରି ସେଠାରେ ରହୁଥିଲେ। ବୁଧବାର ସନ୍ଧ୍ୟାରେ ଗୋବିନ୍ଦ ନୃସିଂହପଡ଼ାରେ ରହୁଥିବା ସ୍ତ୍ରୀଙ୍କ ପାଖକୁ ଆସିଥିଲା। ସେଠାରେ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା। ସେତିକିବେଳେ ସ୍ତ୍ରୀ ଓ ଶାଶୁ ଗୋଲାପି ପ୍ରଧାନ ମିଶି ଗୋବିନ୍ଦଙ୍କୁ ଗାଳିଗୁଲଜ କରିଥିବା ପଡାବାସୀ କହିଛନ୍ତି।
ହେଲେ ବୁଧବାର ବିଳମ୍ବିତ ରାତିରେ ଗୋବିନ୍ଦଙ୍କୁ ରକ୍ତାକ୍ତ ଅବସ୍ଥାରେ ଶ୍ୱଶୁର ଘର ଲୋକେ ପାଇକମାଳ ସରକାରୀ ଚିକିତ୍ସାଳୟକୁ ଆଣିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପଦ୍ମପୁର ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ଗୋବିନ୍ଦଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଗୋବିନ୍ଦଙ୍କ ବାପା ନିରଞ୍ଜନ ପ୍ରଧାନ ସୋହେଲାରୁ ପଦ୍ମପୁର ଆସିଥିଲେ। ପୁଅର ମୃତଦେହ ଦେଖି ପାଇକମାଳ ଆସି ଥାନାରେ ପହଞ୍ଚି ପୁଅକୁ ହତ୍ୟା କରାଯାଇଥିବା ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଭିତ୍ତି କରି ପାଇଲମାଳ ଥାନା ପୋଲିସ ଏକ ମାମଲା(ନଂ.୧୨/୨୫ ଧାରା୧୦୩(୧)/୩(୫) ବିଏନ୍ଏସ୍ ଅନୁସାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଗୁରୁବାର ଅପରାହ୍ନରେ ସାଇଣ୍ଟିଫିକ ଟିମ୍ ନୃସିଂହପଡ଼ା ଗାଁରେ ପହଞ୍ଚି ଘଟଣାର ଅନୁସନ୍ଧାନ କରି ଫେରିଛି। ଏନେଇ ପାଇକମାଳ ଥାନା ଆଇଆଇସି ସୁଶାନ୍ତ କୁମାର ପ୍ରଧାନଙ୍କୁ ପଚାରିବାରୁ ଅଭିଯୋଗକୁ ଭିତ୍ତି କରି ପୋଲିସ ସ୍ତ୍ରୀ ବେବି ପ୍ରଧାନ ଓ ତାଙ୍କ ମା’ ଗୋଲାପି ପ୍ରଧାନଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରାଯାଉଛି ବୋଲି କହିଛନ୍ତି।
The post ବରଗଡ଼ରେ ପୁଣି ଚାଞ୍ଚଲ୍ୟ: ଶ୍ୱଶୁର ଘରେ ଜ୍ବାଇଁଙ୍କୁ ହତ୍ୟା appeared first on Dharitri Odia News.