ଅଠରନଳା ପୋଲ ଉପରୁ ପଡି ଯୁବକ ମୃତ
ପୁରୀ : ଅଠରନଳା ପୁରୁଣା ପୋଲ ଉପରୁ ତଳକୁ ଖସି ଯୁବକଙ୍କ ମୃତ୍ୟୁ । ଯୁବକ ଜଣକ ପୋଲ ଉପରେ ବସିଥିବାବେଳେ ଅସାବଧାନତାରୁ ପୋଲ ତଳକୁ ଖସିପଡିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଉକ୍ତ ଯୁବକଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ବର୍ତ୍ତମାନ ଯାଏଁ ମୃତ ଯୁବକଙ୍କର କୌଣସି ପରିଚୟ ମିଳିନାହିଁ । […]
ପୁରୀ : ଅଠରନଳା ପୁରୁଣା ପୋଲ ଉପରୁ ତଳକୁ ଖସି ଯୁବକଙ୍କ ମୃତ୍ୟୁ । ଯୁବକ ଜଣକ ପୋଲ ଉପରେ ବସିଥିବାବେଳେ ଅସାବଧାନତାରୁ ପୋଲ ତଳକୁ ଖସିପଡିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଉକ୍ତ ଯୁବକଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ବର୍ତ୍ତମାନ ଯାଏଁ ମୃତ ଯୁବକଙ୍କର କୌଣସି ପରିଚୟ ମିଳିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ବାକି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।