ବର୍ଷା ପାଣିରେ ଉବୁଟୁବୁ ମାର୍କେଟ

ଜି.ଉଦୟଗିରି,୨୨ା୩ (ଶିଶିର ପଟ୍ଟନାୟକ): ଜି.ଉଦୟଗିରି ସହରରେ ଅଦିନିଆ ବର୍ଷା ଯୋଗୁ ରାସ୍ତା ଘାଟ ଅବସ୍ଥା ବେହାଲ ହୋଇଥିବା ବେଳେ ଭଞ୍ଜ ମାର୍କେଟ କମ୍ପ୍ଲେକ୍ସ ବର୍ଷା ପାଣିରେ ଉବୁଟୁବୁ ହୋଇଛି। ଡ୍ରେନେଜ ବ୍ୟବସ୍ଥା ଠିକ୍‌ ନ ଥିବା ବେଳେ ବର୍ଷା ଜଳ ନିଷ୍କାସନରେ ବାଧାପ୍ରାପ୍ତ ହେବା ସହିତ ଦୋକାନ ଭିତରେ ପାଣି ପଶିଛି। ବହୁ ଦୋକାନରେ ପାଣି ପଶିଥିବା ବେଳେ ଲକ୍ଷାଧିକ ଟଙ୍କାର ଇଲୋକଟ୍ରୋନିକ୍ସ ଜିନିଷ କ୍ଷତି ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ଅନେକ ଦୋକାନର ଏହିଭଳି ଅବସ୍ଥା […] The post ବର୍ଷା ପାଣିରେ ଉବୁଟୁବୁ ମାର୍କେଟ appeared first on Dharitri Odia News.

ବର୍ଷା ପାଣିରେ ଉବୁଟୁବୁ ମାର୍କେଟ

ଜି.ଉଦୟଗିରି,୨୨ା୩ (ଶିଶିର ପଟ୍ଟନାୟକ): ଜି.ଉଦୟଗିରି ସହରରେ ଅଦିନିଆ ବର୍ଷା ଯୋଗୁ ରାସ୍ତା ଘାଟ ଅବସ୍ଥା ବେହାଲ ହୋଇଥିବା ବେଳେ ଭଞ୍ଜ ମାର୍କେଟ କମ୍ପ୍ଲେକ୍ସ ବର୍ଷା ପାଣିରେ ଉବୁଟୁବୁ ହୋଇଛି। ଡ୍ରେନେଜ ବ୍ୟବସ୍ଥା ଠିକ୍‌ ନ ଥିବା ବେଳେ ବର୍ଷା ଜଳ ନିଷ୍କାସନରେ ବାଧାପ୍ରାପ୍ତ ହେବା ସହିତ ଦୋକାନ ଭିତରେ ପାଣି ପଶିଛି।

ବହୁ ଦୋକାନରେ ପାଣି ପଶିଥିବା ବେଳେ ଲକ୍ଷାଧିକ ଟଙ୍କାର ଇଲୋକଟ୍ରୋନିକ୍ସ ଜିନିଷ କ୍ଷତି ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ଅନେକ ଦୋକାନର ଏହିଭଳି ଅବସ୍ଥା ହୋଇଥିବା ଯୋଗୁ ଦୋକାନୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ବହୁ ପୁରାତନ ମାର୍କେଟ କମ୍ପ୍ଲେକ୍ସରେ ଡ୍ରେନେଜ ବ୍ୟବସ୍ଥା ପ୍ରତି ଧ୍ୟାନ ନ ଦେବା, ନିୟମିତ ବ୍ୟବଧାନରେ ମରାମତି କରାନଯିବା କଥା ବ୍ୟବସାୟୀ ମାନେ ଅଭିଯୋଗ କରୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ତେଣୁ ଆଗକୁ ଅଧିକ ବର୍ଷା ହେବାର ପାଣିପାଗ ବିଭାଗ ସତର୍କ କରୁଥିବା ଯୋଗୁ ଯୁଦ୍ଧ କାଳିନ ଭିତିରେ ଡ୍ରେନେଜ ବ୍ୟବସ୍ଥା ସୁଧାରିବାକୁ ଦାବି ହୋଇଛି।

The post ବର୍ଷା ପାଣିରେ ଉବୁଟୁବୁ ମାର୍କେଟ appeared first on Dharitri Odia News.