ପୋଷା କୁକୁରକୁ ବୁଲାଇ ନେବା ପାଇଁ ଛାଡିଦେଲେ ସରକାରୀ ଚାକିରୀ, ରିଜାଇନ ଲେଟରରେ ଦେଲେ ଏପରି କାରଣ

ବର୍ଲିନ,୯।୧: ଯଦି କୌଣସି ଟ୍ରିପ୍‌ରେ ଯିବା ପାଇଁ ଆପଣଙ୍କୁ ଚାକିରୀ ଛାଡି ଦେବାକୁ କୁହାଯାଏ, କ’ଣ ଆପଣ ଚାକିରୀ ଛାଡିଦେବେ? ନୁହେଁ ନା। ସାଧାରଣତଃ ଟ୍ରିପ୍‌ କିମ୍ବା ଭ୍ୟାକେଶନ କଥା ଉଠିଲେ ଲୋକଙ୍କ ପାଟିରୁ ବାହାରିଥାଏ, ମାଲିକ କିମ୍ବା ଅଫିସରେ ବୁଝି ଏ ସମ୍ପର୍କରେ ଜଣାଉଛି। ଆଉ ଯଦି ଏହି ଟ୍ରିପ୍‌ ଲମ୍ବା ସମୟର ଥାଏ ତେବେ ବାଧ୍ୟ ହୋଇ ଏହାକୁ କ୍ୟାନଶଲ କରିବାକୁ ପଡେ। ନିକଟରେ ଜର୍ମାନୀରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ […] The post ପୋଷା କୁକୁରକୁ ବୁଲାଇ ନେବା ପାଇଁ ଛାଡିଦେଲେ ସରକାରୀ ଚାକିରୀ, ରିଜାଇନ ଲେଟରରେ ଦେଲେ ଏପରି କାରଣ appeared first on Dharitri Odia News.

ପୋଷା କୁକୁରକୁ ବୁଲାଇ ନେବା ପାଇଁ ଛାଡିଦେଲେ ସରକାରୀ ଚାକିରୀ, ରିଜାଇନ ଲେଟରରେ ଦେଲେ ଏପରି କାରଣ

ବର୍ଲିନ,୯।୧: ଯଦି କୌଣସି ଟ୍ରିପ୍‌ରେ ଯିବା ପାଇଁ ଆପଣଙ୍କୁ ଚାକିରୀ ଛାଡି ଦେବାକୁ କୁହାଯାଏ, କ’ଣ ଆପଣ ଚାକିରୀ ଛାଡିଦେବେ? ନୁହେଁ ନା। ସାଧାରଣତଃ ଟ୍ରିପ୍‌ କିମ୍ବା ଭ୍ୟାକେଶନ କଥା ଉଠିଲେ ଲୋକଙ୍କ ପାଟିରୁ ବାହାରିଥାଏ, ମାଲିକ କିମ୍ବା ଅଫିସରେ ବୁଝି ଏ ସମ୍ପର୍କରେ ଜଣାଉଛି। ଆଉ ଯଦି ଏହି ଟ୍ରିପ୍‌ ଲମ୍ବା ସମୟର ଥାଏ ତେବେ ବାଧ୍ୟ ହୋଇ ଏହାକୁ କ୍ୟାନଶଲ କରିବାକୁ ପଡେ। ନିକଟରେ ଜର୍ମାନୀରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ବ୍ୟକ୍ତିଜଣକ ନିଜ କୁକୁରଙ୍କୁ ବୁଲାଇବା ପାଇଁ ଚାକିରୀ ଛାଡି ଦେଇଛନ୍ତି।

୨୭ ବର୍ଷିୟ ୟାନିକ ବ୍ଲୋଜମ୍ୟାନ ନିଜ କୁକୁର କାର୍ଲଙ୍କୁ ବୁଲାଇବାକୁ ଚାକିରୀ ଛାଡି ଦେଇଛନ୍ତି। ଚାକିରୀ ଛାଡି ସେ ଏବେ କାର୍ଲଙ୍କ ସହ ବିଶ୍ୱ ଭ୍ରମଣରେ ବାହାରିଛନ୍ତି। ଏଯାଏଁ ସେ ନରୱେରୁ ଇଟାଲୀ ପର୍ଯ୍ୟନ୍ତ ୩୭୨୮ ମାଇଲ ଯାତ୍ରା କରୁଛନ୍ତି। ନିଜ ପୋଷା କୁକୁର କାର୍ଲ ସହ ବିଶ୍ୱ ଭ୍ରମଣ ପାଇଁ ୟାନିକ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଚାକିରୀ ସୁଦ୍ଧା ଛାଡି ଦେଇଥିଲେ।
ୟାନିକ ୨୦୨୩ ଜୁଲାଇରେ ନିଜରର ଯାତ୍ରା ଆରମ୍ଭ କରିଥିଲେ। ସେ ଜର୍ମାନୀରୁ ନରୱେ, ଡେନମାର୍କ, ସ୍ବିଜରଲ୍ୟାଣ୍ଡ ଏବଂ ଇଟାଲୀକୁ ଯାତ୍ରା କରିଥିଲେ।

ଏସମ୍ପର୍କରେ ସେ କହିଛନ୍ତି, ୟାନିକ ଓ କାର୍ଲ ଯାତ୍ରା ସମୟରେ ଜଙ୍ଗଲ, ବେଳାଭୂମି, ତୁଷାରପାତ ହେଉଥିବା ଚମତ୍କାର ସ୍ଥାନ, ମରୁଭୂମି ଓ ପାହାଡ ଉପଭୋଗ କରିଥିଲ। ଏହିପରି ଦୈନିକ ଆମେ ୧୩ ମାଇଲ ଯାତ୍ରା କରୁଛୁ। କାର୍ଲ ସହ କିଛିି ସ୍ମୃତି ସଂଗ୍ରହ ପାଇଁ ଏହିଭଳି ଅହରହ ଯାତ୍ରା କରୁଛୁ। ଯାତ୍ରା ଆରମ୍ଭ କରିବା ପୂର୍ବରୁ ମୋ ପାଖରେ ୩ଟି ବିକଳ୍ପ ଥିଲା। ଚାକିରୀ କରିବି, ଅଧ୍ୟୟନ କରିବି କିମ୍ବା ମୋର ସଉକ ବା ହବିକୁ ପୂରଣ କରିବି। ଶେଷରେ ମୁଁ ୩ୟ ବିକଳ୍ପକୁ ବାଛିଥିଲି।
ନିଜର ସଉକକୁ ପୂରଣ କରିବା ପାଇଁ ଗୋଟିଏ ବର୍ଷ କାମ କରି ୫.୫୦ ଲକ୍ଷ ଟଙ୍କା ସଞ୍ଚୟ କରଥିଲି। ଏହାପରେ ଯାତ୍ରା ଆରମ୍ଭ କରିଥିଲି। ଏବେ ୟୁରୋପ ଦେଇ ଯାତ୍ରା କରୁଛୁ। ମୋର ନିଷ୍ପତ୍ତି ମୋତେ ବହୁତ ଖୁସି ଦେଉଛି।

 

The post ପୋଷା କୁକୁରକୁ ବୁଲାଇ ନେବା ପାଇଁ ଛାଡିଦେଲେ ସରକାରୀ ଚାକିରୀ, ରିଜାଇନ ଲେଟରରେ ଦେଲେ ଏପରି କାରଣ appeared first on Dharitri Odia News.