ବନ୍ଦେ ଭାରତ ଟ୍ରେନ୍ ଉପରକୁ ଟେକାପଥର ମାଡ଼, ଭାଙ୍ଗିଲା ଝରକା କାଚ
ରାୟଗଡ଼ା,୭ା୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଷ୍ଟେଶନ ନିକଟବର୍ତ୍ତୀ ଲାଡ଼ା ଷ୍ଟେଶନଠାରେ ବିଶାଖାପାଟଣାଠାରୁ ରାୟପୁର ଯାଉଥିବା ବନ୍ଦେ ଭାରତ ଟ୍ରେନକୁ କେହି ଟେକାପଥର ମାଡ଼ କରିଥିଲେ। ଫଳରେ ଟ୍ରେନ୍ର ୧୭୨୯ ଓ ୧୭୩୧ ନମ୍ବର କୋଚର ଝରକା କାଚରେ ଫାଟ ହୋଇଥିବା ଦେଖିବାକୁ ମିଳିଛି। ଖବରପାଇ ରେଳ କର୍ତ୍ତୃପକ୍ଷ ଓ ଆର୍ପିଏଫ କର୍ତ୍ତୃପକ୍ଷ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ବନ୍ଦେ ଭାରତ ଟ୍ରେନ୍କୁ ସନ୍ଧ୍ୟା ୫ଟାରେ ବିଶାଖାପାଟଣା-ରାୟଗଡ଼ା ରେଳ ଷ୍ଟେଶନ ମଧ୍ୟରେ […] The post ବନ୍ଦେ ଭାରତ ଟ୍ରେନ୍ ଉପରକୁ ଟେକାପଥର ମାଡ଼, ଭାଙ୍ଗିଲା ଝରକା କାଚ appeared first on Dharitri Odia News.
ରାୟଗଡ଼ା,୭ା୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଷ୍ଟେଶନ ନିକଟବର୍ତ୍ତୀ ଲାଡ଼ା ଷ୍ଟେଶନଠାରେ ବିଶାଖାପାଟଣାଠାରୁ ରାୟପୁର ଯାଉଥିବା ବନ୍ଦେ ଭାରତ ଟ୍ରେନକୁ କେହି ଟେକାପଥର ମାଡ଼ କରିଥିଲେ। ଫଳରେ ଟ୍ରେନ୍ର ୧୭୨୯ ଓ ୧୭୩୧ ନମ୍ବର କୋଚର ଝରକା କାଚରେ ଫାଟ ହୋଇଥିବା ଦେଖିବାକୁ ମିଳିଛି। ଖବରପାଇ ରେଳ କର୍ତ୍ତୃପକ୍ଷ ଓ ଆର୍ପିଏଫ କର୍ତ୍ତୃପକ୍ଷ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଘଟଣାରୁ ପ୍ରକାଶ ଯେ, ବନ୍ଦେ ଭାରତ ଟ୍ରେନ୍କୁ ସନ୍ଧ୍ୟା ୫ଟାରେ ବିଶାଖାପାଟଣା-ରାୟଗଡ଼ା ରେଳ ଷ୍ଟେଶନ ମଧ୍ୟରେ ଥିବା ରାୟଗଡ଼ା ଜିଲାର ଲାଡା ଷ୍ଟେଶନ ପରି ହେବା ବେଳେ କେହି ଟ୍ରେନ୍ ଉପରକୁ ପଥର ଫୋପାଡ଼ିଥିଲେ। ଫଳରେ ଟ୍ରେନ୍ ଝରକାର କାଚରେ ଫାଟ ହୋଇଛି। ତେବେ କିଏ କାହିଁକି ଏହି ପଥରେ ଫୋପାଡ଼ିଲା ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ରେଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
The post ବନ୍ଦେ ଭାରତ ଟ୍ରେନ୍ ଉପରକୁ ଟେକାପଥର ମାଡ଼, ଭାଙ୍ଗିଲା ଝରକା କାଚ appeared first on Dharitri Odia News.