ଦିଦିଙ୍କ ବଡ଼ ଘୋଷଣା, ଅସହାୟ ବାଂଲାଦେଶୀଙ୍କୁ ବେଙ୍ଗଲରେ ଆଶ୍ରୟ ମିଳିବ

ନୂଆଦିଲ୍ଲୀ : ବାଂଲାଦେଶରେ ଏବେ ଅଶାନ୍ତିର ନିଆଁ‌ ଜଳୁଛି। କୋଟା ବିରୋଧୀ ଆନ୍ଦୋଳନ ବାଂଲାଦେଶରେ ଭୟଙ୍କର ହିଂସାର ରୂପ ନେଇଛି ଏବଂ ହିଂସା ଯୋଗୁଁ ବାଂଲାଦେଶରେ ଶତାଧିକ ଲୋକଙ୍କ ମୃତ୍ୟୁ ହେଲାଣି। ତେବେ ଏଭଳି ଜଟିଳ ସ୍ଥିତିରେ ବାଂଲାଦେଶ ନାଗରିକଙ୍କ ପାଇଁ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ମମତା କହିଛନ୍ତି ଯଦି ହିଂସାଗ୍ରସ୍ତ ବାଂଲାଦେଶର ଲୋକମାନେ ସହାୟତା ପାଇଁ ବେଙ୍ଗଲର କବାଟ ବାଡ଼େଇବେ, ତା’ହେଲେ ସେମାନଙ୍କୁ ଏଠାରେ ଆଶ୍ରୟ ମିଳିବ […]

ଦିଦିଙ୍କ ବଡ଼ ଘୋଷଣା, ଅସହାୟ ବାଂଲାଦେଶୀଙ୍କୁ ବେଙ୍ଗଲରେ ଆଶ୍ରୟ ମିଳିବ

ନୂଆଦିଲ୍ଲୀ : ବାଂଲାଦେଶରେ ଏବେ ଅଶାନ୍ତିର ନିଆଁ‌ ଜଳୁଛି। କୋଟା ବିରୋଧୀ ଆନ୍ଦୋଳନ ବାଂଲାଦେଶରେ ଭୟଙ୍କର ହିଂସାର ରୂପ ନେଇଛି ଏବଂ ହିଂସା ଯୋଗୁଁ ବାଂଲାଦେଶରେ ଶତାଧିକ ଲୋକଙ୍କ ମୃତ୍ୟୁ ହେଲାଣି। ତେବେ ଏଭଳି ଜଟିଳ ସ୍ଥିତିରେ ବାଂଲାଦେଶ ନାଗରିକଙ୍କ ପାଇଁ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ମମତା କହିଛନ୍ତି ଯଦି ହିଂସାଗ୍ରସ୍ତ ବାଂଲାଦେଶର ଲୋକମାନେ ସହାୟତା ପାଇଁ ବେଙ୍ଗଲର କବାଟ ବାଡ଼େଇବେ, ତା’ହେଲେ ସେମାନଙ୍କୁ ଏଠାରେ ଆଶ୍ରୟ ମିଳିବ ମମତା କହିଛନ୍ତି, ”ବାଂଲାଦେଶର ସ୍ଥିତି ବିଷୟରେ ମୁଁ କିଛି କହିପାରିବି ନାହିଁ। କାରଣ ଏହା ଆଉ ଗୋଟିଏ ଦେଶ ଏବଂ ଏହା ଏକ ରାଷ୍ଟ୍ରର ଆଭ୍ୟନ୍ତରୀଣ ବ୍ୟାପାର। ଏ ସମ୍ପର୍କରେ ଭାରତ ସରକାର କହିବେ। କିନ୍ତୁ ଅସହାୟ ଲୋକମାନେ ଯଦି ବେଙ୍ଗଲର କବାଟ ବାଡ଼େଇବେ, ତା’ହେଲେ ଆମେ ନିଶ୍ଚିତ ସେମାନଙ୍କୁ ଆଶ୍ରୟ ଦେବୁ। ମିଳିତ ଜାତିସଂଘ ସଂକଳ୍ପରେ ମଧ୍ୟ ଏହା ରହିଛି। ପଡ଼ୋଶୀମାନେ ଶରଣାର୍ଥୀଙ୍କୁ ସମ୍ମାନ ଦେବାର ନିୟମ ରହିଛି। ଟିଏମସିର ସହିଦ ଦିବସ କାର୍ଯ୍ୟକ୍ରମକୁ କୋଲକତାରେ ସମ୍ବୋଧନ କରିବା ବେଳେ ମମତା ଏକଥା କହିଛନ୍ତି।