ବାଇକ୍‌କୁ ଧକ୍କା ଦେଇ ରାସ୍ତାରେ ଜଳିଗଲା ବସ୍‌, ଜଣଙ୍କ ଜୀବନ ଗଲା

ଯାଜପୁର,୧୪ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁରର ଏନ୍‌ଏଚ୍‌ ୧୬ ଛତିଆ ନିକଟରେ ଏକ ବାଇକ୍‌କୁ ଧକ୍କା ଦେଇ ବସ୍‌ଟି ଜଳିଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଚକାଡୋଳା ନାମକ ବସ୍‌ଟି ବାରିପଦାରୁ ଭୁବନେଶ୍ବର ଅଭିମୁଖେ ଆସୁଥିବାବେଳେ ଏହି ଅଘଟଣ ଘଟିଛି। ବସ୍‌ରେ ଥିବା ଅନ୍ୟ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏନ୍‌ଏଚ୍‌ ୧୬ରେ କିଛି ଲୋକ ଜବରଦଖଲ କରି ଦୋକାନ ଦେଇଥିବାରୁ ଅନେକ ସମୟରେ ଏପରି ଦୁର୍ଘଟଣା ଘଟି ଜନଜୀବନ […] The post ବାଇକ୍‌କୁ ଧକ୍କା ଦେଇ ରାସ୍ତାରେ ଜଳିଗଲା ବସ୍‌, ଜଣଙ୍କ ଜୀବନ ଗଲା appeared first on Dharitri Odia News.

ବାଇକ୍‌କୁ ଧକ୍କା ଦେଇ ରାସ୍ତାରେ ଜଳିଗଲା ବସ୍‌, ଜଣଙ୍କ ଜୀବନ ଗଲା

ଯାଜପୁର,୧୪ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁରର ଏନ୍‌ଏଚ୍‌ ୧୬ ଛତିଆ ନିକଟରେ ଏକ ବାଇକ୍‌କୁ ଧକ୍କା ଦେଇ ବସ୍‌ଟି ଜଳିଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି।

ଚକାଡୋଳା ନାମକ ବସ୍‌ଟି ବାରିପଦାରୁ ଭୁବନେଶ୍ବର ଅଭିମୁଖେ ଆସୁଥିବାବେଳେ ଏହି ଅଘଟଣ ଘଟିଛି। ବସ୍‌ରେ ଥିବା ଅନ୍ୟ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ଏନ୍‌ଏଚ୍‌ ୧୬ରେ କିଛି ଲୋକ ଜବରଦଖଲ କରି ଦୋକାନ ଦେଇଥିବାରୁ ଅନେକ ସମୟରେ ଏପରି ଦୁର୍ଘଟଣା ଘଟି ଜନଜୀବନ ହାନି ହେଉଛି। ବାରମ୍ବାର ଉଚ୍ଛେଦ କରାଯାଉଥିଲେ ହେଁ ସେମାନେ ପୁଣି ରାସ୍ତାକୁ କବ୍‌ଜା କରି ଦୋକାନ ଦେଉଛନ୍ତି। ଫଳରେ ରାସ୍ତା ସଂକୁଚିତ ହୋଇ ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

The post ବାଇକ୍‌କୁ ଧକ୍କା ଦେଇ ରାସ୍ତାରେ ଜଳିଗଲା ବସ୍‌, ଜଣଙ୍କ ଜୀବନ ଗଲା appeared first on Dharitri Odia News.