ପୂର୍ବ ଶତ୍ରୁତାରୁ ରାତିଅଧରେ ଲଗାଇଦେଲେ ନିଆଁ: ଜୀବନ୍ତ ଜଳିଗଲେ ୨୫ ଛେଳି, ୪ ଗୋରୁ
ବାଲେଶ୍ୱର ଅଫିସ,୧୦।୩: ବାଲେଶ୍ୱର ଜିଲା ଶ୍ରୀରାମପୁର ପଞ୍ଚାୟତ ବଳବୁଧି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୫ ଛେଳି ଓ ୪ ଗୋର ଜୀବନ୍ତ ଜଳି ଯାଇଛନ୍ତି। ଗାଁର କୈଳାସ ମଲ୍ଲିକଙ୍କ ଘରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ପରିବାରର ସମସ୍ତ ସଦସ୍ୟ ଶୋଇପଡିଥିବା ବେଳେ ହଠାତ ଛେଳିଙ୍କ ରଡ଼ିଶୁଣି କୈଳାସଙ୍କ ସ୍ତ୍ରୀ ସୁମତି ଘର ଜଳୁଥିବା ଦେଖି ପରିବାର ସଦସ୍ୟଙ୍କୁ ଉଠାଇଥିଲେ। ପରିବାର ସଦସ୍ୟ ନିଆଁ ଲିଭାଇବାକୁ ପ୍ରଚେଷ୍ଟା କରିଥିଲେ। ପରେ ଅଗ୍ନିସମବାହିନୀ ଘଟଣାସ୍ଥଳରେ […] The post ପୂର୍ବ ଶତ୍ରୁତାରୁ ରାତିଅଧରେ ଲଗାଇଦେଲେ ନିଆଁ: ଜୀବନ୍ତ ଜଳିଗଲେ ୨୫ ଛେଳି, ୪ ଗୋରୁ appeared first on Dharitri Odia News.
ବାଲେଶ୍ୱର ଅଫିସ,୧୦।୩: ବାଲେଶ୍ୱର ଜିଲା ଶ୍ରୀରାମପୁର ପଞ୍ଚାୟତ ବଳବୁଧି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୫ ଛେଳି ଓ ୪ ଗୋର ଜୀବନ୍ତ ଜଳି ଯାଇଛନ୍ତି। ଗାଁର କୈଳାସ ମଲ୍ଲିକଙ୍କ ଘରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ପରିବାରର ସମସ୍ତ ସଦସ୍ୟ ଶୋଇପଡିଥିବା ବେଳେ ହଠାତ ଛେଳିଙ୍କ ରଡ଼ିଶୁଣି କୈଳାସଙ୍କ ସ୍ତ୍ରୀ ସୁମତି ଘର ଜଳୁଥିବା ଦେଖି ପରିବାର ସଦସ୍ୟଙ୍କୁ ଉଠାଇଥିଲେ। ପରିବାର ସଦସ୍ୟ ନିଆଁ ଲିଭାଇବାକୁ ପ୍ରଚେଷ୍ଟା କରିଥିଲେ। ପରେ ଅଗ୍ନିସମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ସେତବେଳକୁ ଘରକୁ ଲାଗିଥିବା ଗୁହାଳଘର ସମ୍ପୂର୍ଣ୍ଣ ଜଳିଯାଇଥିଲା। ଏହା ସହ ୨୫ ଛେଳି ଓ ୪ ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଘର ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିବାବେଳେ ନ୍ୟାୟ ଦାବି କରିଛନ୍ତି।
The post ପୂର୍ବ ଶତ୍ରୁତାରୁ ରାତିଅଧରେ ଲଗାଇଦେଲେ ନିଆଁ: ଜୀବନ୍ତ ଜଳିଗଲେ ୨୫ ଛେଳି, ୪ ଗୋରୁ appeared first on Dharitri Odia News.