ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ବୁର୍ଜା ମାଝି (୪୫)। ମିଳିଥିବା ସୂଚନା ମୁତାବକ, ବେତିଆପଡା ଗାଁର ବୁର୍ଜାଙ୍କ ସମେତ ପୂର୍ଣ୍ଣ ମାଝି, ଲିପା ମାଝି, ମୁଗ୍ରୀ ମାଝି ଓ ପାଗୁ ମାଝି ସ୍ଥାନୀୟ ଜଙ୍ଗଲକୁ ଜାଳେଣି କାଠ ଆଣିବାକୁ ଯାଇଥିଲେ। ସେତିକିବେଳେ ହଠାତ୍‌ […] The post ମହୁମାଛି ନେଇଗଲେ ଜୀବନ… appeared first on Dharitri Odia News.

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ବୁର୍ଜା ମାଝି (୪୫)।

ମିଳିଥିବା ସୂଚନା ମୁତାବକ, ବେତିଆପଡା ଗାଁର ବୁର୍ଜାଙ୍କ ସମେତ ପୂର୍ଣ୍ଣ ମାଝି, ଲିପା ମାଝି, ମୁଗ୍ରୀ ମାଝି ଓ ପାଗୁ ମାଝି ସ୍ଥାନୀୟ ଜଙ୍ଗଲକୁ ଜାଳେଣି କାଠ ଆଣିବାକୁ ଯାଇଥିଲେ। ସେତିକିବେଳେ ହଠାତ୍‌ ଏକ ମହୁମାଛି ଦଳ ଆକ୍ରମଣ କରିବାରୁ ୫ ଜଣ ଗୁରୁତର ହୋଇଥିଲେ। ପରିବାର ଲୋକେ ସମସ୍ତଙ୍କୁ ନିକଟସ୍ଥ ବେନଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ୪ଜଣଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ଗାଁକୁ ଫେରି ଆସିଥିଲେ। କିନ୍ତୁ ବୁର୍ଜାଙ୍କୁ ଭବାନୀପାଟଣା ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ମୃତ୍ୟ ଘଟିଛି। ବିଜେପୁର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ୮/୨୪) ରୁଜୁ ହୋଇଛି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ଦେବାକୁ ସାଧାରଣରେ ଦାବି ହେଉଛି।

The post ମହୁମାଛି ନେଇଗଲେ ଜୀବନ… appeared first on Dharitri Odia News.