କୋଲକାତା ବଳାତ୍କାର ମାମଲା: ଆଜି ୬ ଅଭିଯୁକ୍ତଙ୍କର ହେବ ପଲିଗ୍ରାଫ୍‌ ଟେଷ୍ଟ୍‌

କୋଲକାତା,୨୪ା୮: ଶନିବାର ସିବିଆଇ ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ପଚରାଉଚରା କରିବ। ବର୍ତ୍ତମାନ ପର୍ଯ୍ୟନ୍ତ ସନ୍ଦୀପ ଘୋଷଙ୍କୁ ପ୍ରାୟ ୧୦୦ ଘଣ୍ଟା ଧରି ପଚରାଉଚରା କରାଯାଇଛି। ସନ୍ଦୀପଙ୍କ ପଲିଗ୍ରାଫ ଟେଷ୍ଟ୍‌ ମଧ୍ୟ କରାଯିବ। ଏହି ମେଶିନ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛି। ପଲିଗ୍ରାଫିକ୍‌ ଟେଷ୍ଟ୍‌ ପାଇଁ ସିବିଆଇ ସେଟ୍‌ଅପ୍‌ ପ୍ରସ୍ତୁତ କରିଛି। ପଲିଗ୍ରାଫ୍‌ ପରୀକ୍ଷା କେବଳ ସିବିଆଇ କାର୍ଯ୍ୟାଳୟରେ କରାଯିବ। ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ସିଏଫ୍‌ଏସ୍‌ଏଲ୍‌ ଟିମ୍‌ର ବିଶେଷଜ୍ଞମାନେ […] The post କୋଲକାତା ବଳାତ୍କାର ମାମଲା: ଆଜି ୬ ଅଭିଯୁକ୍ତଙ୍କର ହେବ ପଲିଗ୍ରାଫ୍‌ ଟେଷ୍ଟ୍‌ appeared first on Dharitri Odia News.

କୋଲକାତା ବଳାତ୍କାର ମାମଲା: ଆଜି ୬ ଅଭିଯୁକ୍ତଙ୍କର ହେବ ପଲିଗ୍ରାଫ୍‌ ଟେଷ୍ଟ୍‌

କୋଲକାତା,୨୪ା୮: ଶନିବାର ସିବିଆଇ ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ପଚରାଉଚରା କରିବ। ବର୍ତ୍ତମାନ ପର୍ଯ୍ୟନ୍ତ ସନ୍ଦୀପ ଘୋଷଙ୍କୁ ପ୍ରାୟ ୧୦୦ ଘଣ୍ଟା ଧରି ପଚରାଉଚରା କରାଯାଇଛି। ସନ୍ଦୀପଙ୍କ ପଲିଗ୍ରାଫ ଟେଷ୍ଟ୍‌ ମଧ୍ୟ କରାଯିବ। ଏହି ମେଶିନ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛି। ପଲିଗ୍ରାଫିକ୍‌ ଟେଷ୍ଟ୍‌ ପାଇଁ ସିବିଆଇ ସେଟ୍‌ଅପ୍‌ ପ୍ରସ୍ତୁତ କରିଛି। ପଲିଗ୍ରାଫ୍‌ ପରୀକ୍ଷା କେବଳ ସିବିଆଇ କାର୍ଯ୍ୟାଳୟରେ କରାଯିବ। ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ସିଏଫ୍‌ଏସ୍‌ଏଲ୍‌ ଟିମ୍‌ର ବିଶେଷଜ୍ଞମାନେ ଗୋଟିଏ ପରେ ଗୋଟିଏ ଏହି ମାମଲାରେ ଥିବା ୬ ଅଭିଯୁକ୍ତଙ୍କର ପଲିଗ୍ରାଫ ପରୀକ୍ଷା କରିବେ।

ସୂତ୍ରରୁ ପ୍ରକାଶ ଯେ, ପଲିଗ୍ରାଫ ଟେଷ୍ଟ୍‌ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଆଜି କୋଲକାତା ପୋଲିସର ଏସ୍‌ଆଇଟି ଏହାର ରିପୋର୍ଟ ସିବିଆଇକୁ ଦେବ ଯେଉଁଥିରେ ସିବିଆଇ ଏକ ଦୁର୍ନୀତି ମାମଲା ମଧ୍ୟ ପଞ୍ଜୀକୃତ କରିବ।

ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଶୁକ୍ରବାର ସିଆଲ୍‌ଦା କୋର୍ଟରେ ହାଜର କରାଯାଇଥିଲା।

ଏହି ସମୟରେ ଯେତେବେଳେ ମାଜିଷ୍ଟ୍ରେଟ୍‌ ତାଙ୍କୁ ପଚାରିଥିଲେ ଯେ, ସେ କାହିଁକି ପଲିଗ୍ରାଫ ଟେଷ୍ଟ୍‌ ପାଇଁ ସମ୍ମତି ଦେଉଛନ୍ତି, ସେତେବେଳେ ସେ ଜୋର୍‌ରେ କାନ୍ଦିବାକୁ ଲାଗିଲେ। ସେ ମାଜିଷ୍ଟ୍ରେଟ୍‌ଙ୍କୁ କହିଛନ୍ତି, ‘ମୁଁ କୌଣସି ଅପରାଧ କରି ନାହିଁ। ମୋତେ ଫସାଇ ଦିଆଯାଇଛି। ବୋଧହୁଏ ଏକ ପଲିଗ୍ରାଫ ଟେଷ୍ଟ୍‌ କରାଗଲେ ଏହା ସ୍ପଷ୍ଟ ହୋଇଯିବ।

The post କୋଲକାତା ବଳାତ୍କାର ମାମଲା: ଆଜି ୬ ଅଭିଯୁକ୍ତଙ୍କର ହେବ ପଲିଗ୍ରାଫ୍‌ ଟେଷ୍ଟ୍‌ appeared first on Dharitri Odia News.