ପରଲୋକରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା', ଦିଲ୍ଲୀ AIIMS ରେ ଚାଲିଥିଲା ଚିକିତ୍ସା
ନୂଆଦିଲ୍ଲୀ ୧୫/୦୫: କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମାଆ ମାଧବୀ ରାଜେ ସିନ୍ଧିଆଙ୍କ ଦେହାନ୍ତ ହୋଇଛି । ସେ ବୁଧବାର ଦିଲ୍ଲୀର AIIMS ଠାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବୁଧବାର ସକାଳ ୯.୨୮ରେ ତାଙ୍କର ମୃତ୍ୟୁ ହୋଇଥିଲା । ଗତ କିଛି ମାସ ଧରି ସେ ଚିକିତ୍ସିତ ହେଉଥିଲେ। ସେ ନିମୋନିଆ ଏବଂ ସେପସିସ୍ ରୋଗରେ ପୀଡିତ ଥିଲେ ଏବଂ ଗତ କିଛି ଦିନ ହେବ ସେ ଭେଣ୍ଟିଲେଟରରେ ଥିଲେ। ମାଧବୀ ରାଜ୍ ନେପାଳର ରାଜ ପରିବାରର ଥିଲେ । ସେ ଚ୍ୟାରିଟି ଭଳି ମହାନ କାର୍ଯ୍ୟରେ ସେ ବହୁତ ସକ୍ରିୟ ଅଟନ୍ତି । ମାଧବୀ ରାଜ୍ ୨୪ ଟି ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଥିଲେ । ଯାହାକି ଶିକ୍ଷା ଏବଂ ଚିକିତ୍ସା ସେବା କ୍ଷେତ୍ରରେ ସହାୟତା ଯୋଗାଇଥାଏ । ଏହାସହ ସେ ସିନ୍ଧିଆ ବାଳିକା ବିଦ୍ୟାଳୟର ପରିଚାଳନା ବୋର୍ଡର ଚେୟାରମ୍ୟାନ୍ ମଧ୍ୟ ଥିଲେ । ସେ ତାଙ୍କ ସ୍ୱାମୀ ସ୍ୱାମୀ ମାଧବ୍ ରାଓ ସିନ୍ଧିଆଙ୍କ ସ୍ମୃତିରେ ରାଜପ୍ରାସାଦ ସଂଗ୍ରହାଳୟରେ ଏକ ଗ୍ୟାଲେରୀ ପ୍ରସ୍ତୁତ କରିଛନ୍ତି ।
ନୂଆଦିଲ୍ଲୀ ୧୫/୦୫: କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମାଆ ମାଧବୀ ରାଜେ ସିନ୍ଧିଆଙ୍କ ଦେହାନ୍ତ ହୋଇଛି । ସେ ବୁଧବାର ଦିଲ୍ଲୀର AIIMS ଠାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ବୁଧବାର ସକାଳ ୯.୨୮ରେ ତାଙ୍କର ମୃତ୍ୟୁ ହୋଇଥିଲା । ଗତ କିଛି ମାସ ଧରି ସେ ଚିକିତ୍ସିତ ହେଉଥିଲେ। ସେ ନିମୋନିଆ ଏବଂ ସେପସିସ୍ ରୋଗରେ ପୀଡିତ ଥିଲେ ଏବଂ ଗତ କିଛି ଦିନ ହେବ ସେ ଭେଣ୍ଟିଲେଟରରେ ଥିଲେ। ମାଧବୀ ରାଜ୍ ନେପାଳର ରାଜ ପରିବାରର ଥିଲେ । ସେ ଚ୍ୟାରିଟି ଭଳି ମହାନ କାର୍ଯ୍ୟରେ ସେ ବହୁତ ସକ୍ରିୟ ଅଟନ୍ତି ।
ମାଧବୀ ରାଜ୍ ୨୪ ଟି ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଥିଲେ । ଯାହାକି ଶିକ୍ଷା ଏବଂ ଚିକିତ୍ସା ସେବା କ୍ଷେତ୍ରରେ ସହାୟତା ଯୋଗାଇଥାଏ । ଏହାସହ ସେ ସିନ୍ଧିଆ ବାଳିକା ବିଦ୍ୟାଳୟର ପରିଚାଳନା ବୋର୍ଡର ଚେୟାରମ୍ୟାନ୍ ମଧ୍ୟ ଥିଲେ । ସେ ତାଙ୍କ ସ୍ୱାମୀ ସ୍ୱାମୀ ମାଧବ୍ ରାଓ ସିନ୍ଧିଆଙ୍କ ସ୍ମୃତିରେ ରାଜପ୍ରାସାଦ ସଂଗ୍ରହାଳୟରେ ଏକ ଗ୍ୟାଲେରୀ ପ୍ରସ୍ତୁତ କରିଛନ୍ତି ।