ସାମ୍ବାଦିକା ମଧୁମିତାଙ୍କ ମୃତ୍ୟୁ ମାମଲା: ଲ୍ୟାବ୍‌କୁ ପଠାଯିବ ମୋବାଇଲ, ତଥ୍ୟ ନେଲେ ବାୟୁସେନା ଅଧିକାରୀ

ଭୁବନେଶ୍ୱର,୨୭ା୭: ଭୁବନେଶ୍ବରରେ ମହିଳା ସାମ୍ବାଦିକା ମଧୁମିତାଙ୍କ ଆତ୍ମହତ୍ୟା ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି। ବାୟୁସେନା ଅଧିକାରୀ ଏ ସମ୍ପର୍କିତ ତଥ୍ୟ ସଂଗ୍ରହ କରିଛନ୍ତି। ମଧୁମିତାଙ୍କ ସ୍ବାମୀ ତଥା ଗିରଫ ଅଭିଯୁକ୍ତ ଶ୍ରୀଧର ଜେନା ବାୟୁସେନାରେ ଚାକିରି କରିଥିବାରୁ କମିଶନରେଟ୍‌ ପୋଲିସ ପାଖରୁ ଶ୍ରୀଧରଙ୍କ କେସ୍‌ ସମ୍ପର୍କିତ ତଥ୍ୟ ନେଇଛନ୍ତି ଅଧିକାରୀ। ଶ୍ରୀଧରଙ୍କ ଫୋନ୍‌ ଫରେନ୍‌ସିକ୍‌ ଲ୍ୟାବ୍‌କୁ ପଠାଯିବ ବୋଲି କମିଶନରେଟ୍‌ ପୋଲିସ କହିଛି। ଶ୍ରୀଧରଙ୍କ କେତେ ଝିଅଙ୍କ ସହ ସମ୍ପର୍କ ଥିଲା ଏହା ପରେ ସ୍ପଷ୍ଟ ହୋଇଯିବ। […] The post ସାମ୍ବାଦିକା ମଧୁମିତାଙ୍କ ମୃତ୍ୟୁ ମାମଲା: ଲ୍ୟାବ୍‌କୁ ପଠାଯିବ ମୋବାଇଲ, ତଥ୍ୟ ନେଲେ ବାୟୁସେନା ଅଧିକାରୀ appeared first on Dharitri Odia News.

ସାମ୍ବାଦିକା ମଧୁମିତାଙ୍କ ମୃତ୍ୟୁ ମାମଲା: ଲ୍ୟାବ୍‌କୁ ପଠାଯିବ ମୋବାଇଲ, ତଥ୍ୟ ନେଲେ ବାୟୁସେନା ଅଧିକାରୀ

ଭୁବନେଶ୍ୱର,୨୭ା୭: ଭୁବନେଶ୍ବରରେ ମହିଳା ସାମ୍ବାଦିକା ମଧୁମିତାଙ୍କ ଆତ୍ମହତ୍ୟା ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି। ବାୟୁସେନା ଅଧିକାରୀ ଏ ସମ୍ପର୍କିତ ତଥ୍ୟ ସଂଗ୍ରହ କରିଛନ୍ତି। ମଧୁମିତାଙ୍କ ସ୍ବାମୀ ତଥା ଗିରଫ ଅଭିଯୁକ୍ତ ଶ୍ରୀଧର ଜେନା ବାୟୁସେନାରେ ଚାକିରି କରିଥିବାରୁ କମିଶନରେଟ୍‌ ପୋଲିସ ପାଖରୁ ଶ୍ରୀଧରଙ୍କ କେସ୍‌ ସମ୍ପର୍କିତ ତଥ୍ୟ ନେଇଛନ୍ତି ଅଧିକାରୀ। ଶ୍ରୀଧରଙ୍କ ଫୋନ୍‌ ଫରେନ୍‌ସିକ୍‌ ଲ୍ୟାବ୍‌କୁ ପଠାଯିବ ବୋଲି କମିଶନରେଟ୍‌ ପୋଲିସ କହିଛି। ଶ୍ରୀଧରଙ୍କ କେତେ ଝିଅଙ୍କ ସହ ସମ୍ପର୍କ ଥିଲା ଏହା ପରେ ସ୍ପଷ୍ଟ ହୋଇଯିବ।

ସ୍ବାମୀଙ୍କ ପରକୀୟା ପ୍ରୀତି ଯୋଗୁ ମଧୁମିତା ଆତ୍ମହତ୍ୟା କରିଥିବା ତାଭ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଶ୍ରୀଧରଙ୍କୁ ଧଉଳି ଥାନା ପୋଲିସ ଗିରଫ କରିଥିଲା।

The post ସାମ୍ବାଦିକା ମଧୁମିତାଙ୍କ ମୃତ୍ୟୁ ମାମଲା: ଲ୍ୟାବ୍‌କୁ ପଠାଯିବ ମୋବାଇଲ, ତଥ୍ୟ ନେଲେ ବାୟୁସେନା ଅଧିକାରୀ appeared first on Dharitri Odia News.