ଜେଲ୍‌ରେ କମ୍‌, ପାରୋଲରେ ଅଧିକ ଦୁଷ୍କର୍ମକାରୀ ବାବା ରାମ ରହିମ; ପୁଣି ମିଳିଲା ୫୦ଦିନର ପାରୋଲ

ନୂଆଦିଲ୍ଲୀ : ଦୁଇ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ ହରିୟାଣାର ରୋହତକ ଜିଲ୍ଲାର ସୁନାରିଆ ଜେଲରେ ଆଜୀବନ ସଜା ଭୋଗୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମକୁ ପୁଣି ମିଳିବ ପାରୋଲ। ଗତ ୨୯ ଦିନ ପୂର୍ବରୁ ରାମ ରହିମ ପାରୋଲ କାଟି ଜେଲକୁ ଫେରିଥିବା ବେଳେ ପୁଣି ୫୦ ଦିନ ପାରୋଲ ଆବେଦନକୁ କୋର୍ଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ହେଉଛି ଗତ ୨୪ ମାସରେ ଗୁରୁମିତ ରାମ ରହିମର  ସପ୍ତମ […]

ଜେଲ୍‌ରେ କମ୍‌, ପାରୋଲରେ ଅଧିକ ଦୁଷ୍କର୍ମକାରୀ ବାବା ରାମ ରହିମ; ପୁଣି ମିଳିଲା ୫୦ଦିନର ପାରୋଲ
Rape Convict Ram Rahim To Leave Jail Again, 9th Parole In 4 Years

ନୂଆଦିଲ୍ଲୀ : ଦୁଇ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗରେ ହରିୟାଣାର ରୋହତକ ଜିଲ୍ଲାର ସୁନାରିଆ ଜେଲରେ ଆଜୀବନ ସଜା ଭୋଗୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମକୁ ପୁଣି ମିଳିବ ପାରୋଲ। ଗତ ୨୯ ଦିନ ପୂର୍ବରୁ ରାମ ରହିମ ପାରୋଲ କାଟି ଜେଲକୁ ଫେରିଥିବା ବେଳେ ପୁଣି ୫୦ ଦିନ ପାରୋଲ ଆବେଦନକୁ କୋର୍ଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ହେଉଛି ଗତ ୨୪ ମାସରେ ଗୁରୁମିତ ରାମ ରହିମର  ସପ୍ତମ ପାରୋଲ ଏବଂ ଗତ ଚାରି ବର୍ଷରେ ନବମ ।

ଚଳିତ ୫୦ ଦିନର ପାରୋଲ ସମୟରେ ରାମ ରହିମ ଉତ୍ତର ପ୍ରଦେଶର ବାଗବତରେ ଥିବା ବରନାବା ଆଶ୍ରମରେ ରହିବେ । ଶୁକ୍ରବାର ସନ୍ଧ୍ୟା କିମ୍ବା ଶନିବାର ସକାଳେ ସେ ଜେଲରୁ ବାହାରିବେ ବୋଲି ଜଣାପଡିଛି। ଗତବର୍ଷ ନଭେମ୍ବର ୨୦୨୩ରେ ୨୧ ଦିନିଆ ପାରୋଲରେ ମୁକୁଳିଥିଲା ରହିମ। ମାଆଙ୍କ ଅସୁସ୍ଥତା ସହ ବିଭିନ୍ନ କାରଣ ଦର୍ଶାଇ ଏକାଧିକ ଥର ପାରୋଲରେ ବାହାରୁଛି। ଗତବର୍ଷ ରହିମକୁ ତିନି ତିନି ଥର ପାରୋଲ ପ୍ରଦାନ କରାଯାଇଥିଲା। ବିଭିନ୍ନ ପ୍ରକାର କାରଣ ଦର୍ଶାଇ ସେ ବାରମ୍ବାର ପାରୋଲ ଆବେଦନ କରୁଛି ଏବଂ ତାକୁ ଅନୁମତି ମଧ୍ୟ ମିଳିଯାଉଛି। ହରିଆଣା ଜେଲର ନିୟମ ମୁତାବକ ଆଜୀବନ ଜେଲ କାଟୁଥିବା କୌଣସି ବି କଏଦୀ ବର୍ଷରେ ୭୦ ଦିନ ପାରୋଲରେ ଯାଇପାରିବେ।

ସୂଚନାଯୋଗ୍ୟ ଦୁଇଜଣ ମହିଳା ଶିଷ୍ୟାଙ୍କୁ ଦୁଷ୍କର୍ମ ଏବଂ ଗୋଟିଏ ହତ୍ୟା ମାମଲାରେ ୨୦୧୭ ମସିହାରେ ରହିମକୁ ୨୦ ବର୍ଷ କାରାଦଣ୍ଡ ଶୁଣାଇଥିଲେ ଅଦାଲତ। ପରେ ୨୦୦୨ରେ ସାମ୍ବାଦିକ ରାମ ଚନ୍ଦେର ଛତ୍ରପତି ଏବଂ ଡେରା ମ୍ୟାନେଜର ରଞ୍ଜିତ ସିଂଙ୍କ ହତ୍ୟା ସମେତ ଅନ୍ୟ ଦୁଇଟି ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।