ଗଛ ଲଗାଇ ‘ବନ ମହୋତ୍ସବ ସପ୍ତାହ’ ଶୁଭାରମ୍ଭ କଲେ ବିଚାରପତି

କେସିଙ୍ଗା,୧/୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ତାଲୁକ ଆଇନ ସେବା ସମିତି ତରଫରୁ ‘ବନ ମହୋତ୍ସବ ସପ୍ତାହ’ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ଲକର ଦେଓଗାଁସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ କେସିଙ୍ଗା ଜେଏମଏଫସି ଅଦାଲତର ବିଚାରପତି ଦୀପ୍ତା ସେଠୀ ଯୋଗ ଦେଇ ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ଥିବା ବନ ମହୋତ୍ସବ ସପ୍ତାହ ପାଳନ ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟ ପରିସରରେ ସେ […] The post ଗଛ ଲଗାଇ ‘ବନ ମହୋତ୍ସବ ସପ୍ତାହ’ ଶୁଭାରମ୍ଭ କଲେ ବିଚାରପତି appeared first on Dharitri Odia News.

ଗଛ ଲଗାଇ ‘ବନ ମହୋତ୍ସବ ସପ୍ତାହ’ ଶୁଭାରମ୍ଭ କଲେ ବିଚାରପତି

କେସିଙ୍ଗା,୧/୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ତାଲୁକ ଆଇନ ସେବା ସମିତି ତରଫରୁ ‘ବନ ମହୋତ୍ସବ ସପ୍ତାହ’ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ଲକର ଦେଓଗାଁସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ କେସିଙ୍ଗା ଜେଏମଏଫସି ଅଦାଲତର ବିଚାରପତି ଦୀପ୍ତା ସେଠୀ ଯୋଗ ଦେଇ ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ଥିବା ବନ ମହୋତ୍ସବ ସପ୍ତାହ ପାଳନ ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟ ପରିସରରେ ସେ ବୃକ୍ଷ ରୋପଣ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମୁଖ କାର୍ଯ୍ୟାଳୟ ଆଇନ ପରାମର୍ଶଦାତା ସୁକାନ୍ତ କୁମାର ପଧାନ, କେସିଙ୍ଗା ବନାଞ୍ଚଳ ଅଧିକାରୀ ସ୍ନିଗ୍ଧାସରିତା ବଳିଆରସିଂ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାମଚନ୍ଦ୍ର ସା, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ବର୍ଣ୍ଣଲତା ଉପାଧ୍ୟାୟଙ୍କ ସମେତ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ, ବନାଞ୍ଚଳ କର୍ମଚାରୀ ବୃନ୍ଦ ଏବଂ ସ୍କୁଲ ଛାତ୍ରୀଛାତ୍ରମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଏହି ବନ ମହୋତ୍ସବ ସପ୍ତାହ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଜୁଲାଇ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

 

The post ଗଛ ଲଗାଇ ‘ବନ ମହୋତ୍ସବ ସପ୍ତାହ’ ଶୁଭାରମ୍ଭ କଲେ ବିଚାରପତି appeared first on Dharitri Odia News.