ସରପଞ୍ଚ ଦାୟିତ୍ୱ ନେଲେ ନାଏବ ସରପଞ୍ଚ, କହିଲେ ଜନସାଧାରଣଙ୍କ ସହଯୋଗ ରହିଲେ ମୁଁ…
କର୍ଲାମୁଣ୍ଡା,୭ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତରେ ଗତ ଦୁଇ ତାରିଖ ଶୁକ୍ରବାର ସରପଞ୍ଚ ସ୍ବର୍ଗତ ପଞ୍ଚାନନ ବାଗ୍ଙ୍କ ବିୟୋଗ ପରେ ସରପଞ୍ଚ ପଦବୀ ଖାଲି ପଡ଼ିଥିଲା। ତେବେ କର୍ଲାମୁଣ୍ଡା ପଞ୍ଚାୟତ ସମିତି ପତ୍ର ସଂଖ୍ୟା ୧୭୩୫ ତାରିଖ ୫.୫.୨୦୨୫ ଅନୁସାରେ ବୁଧବାର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିତୁ ଜାନୀ ଓ୍ବାର୍ଡସଭ୍ୟ।/ସଭ୍ୟମାନଙ୍କ ଉପସ୍ଥିତରେ ନାଏବ ସରପଞ୍ଚ ପୂର୍ଣ୍ଣମୀ ମାଝୀଙ୍କୁ ସରପଞ୍ଚ ଦାୟିତ୍ୱ ପ୍ରଦାନ କରିଥିଲେ। ଏଥିରେ ସମିତିସଭ୍ୟ ଆନନ୍ଦ ନାଗଙ୍କ ସମେତ ପଞ୍ଚାୟତ […] The post ସରପଞ୍ଚ ଦାୟିତ୍ୱ ନେଲେ ନାଏବ ସରପଞ୍ଚ, କହିଲେ ଜନସାଧାରଣଙ୍କ ସହଯୋଗ ରହିଲେ ମୁଁ… appeared first on Dharitri Odia News.
କର୍ଲାମୁଣ୍ଡା,୭ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତରେ ଗତ ଦୁଇ ତାରିଖ ଶୁକ୍ରବାର ସରପଞ୍ଚ ସ୍ବର୍ଗତ ପଞ୍ଚାନନ ବାଗ୍ଙ୍କ ବିୟୋଗ ପରେ ସରପଞ୍ଚ ପଦବୀ ଖାଲି ପଡ଼ିଥିଲା। ତେବେ କର୍ଲାମୁଣ୍ଡା ପଞ୍ଚାୟତ ସମିତି ପତ୍ର ସଂଖ୍ୟା ୧୭୩୫ ତାରିଖ ୫.୫.୨୦୨୫ ଅନୁସାରେ ବୁଧବାର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିତୁ ଜାନୀ ଓ୍ବାର୍ଡସଭ୍ୟ।/ସଭ୍ୟମାନଙ୍କ ଉପସ୍ଥିତରେ ନାଏବ ସରପଞ୍ଚ ପୂର୍ଣ୍ଣମୀ ମାଝୀଙ୍କୁ ସରପଞ୍ଚ ଦାୟିତ୍ୱ ପ୍ରଦାନ କରିଥିଲେ। ଏଥିରେ ସମିତିସଭ୍ୟ ଆନନ୍ଦ ନାଗଙ୍କ ସମେତ ପଞ୍ଚାୟତ ପ୍ରତିନିଧି, ପଞ୍ଚାୟତ କର୍ମଚାରୀମାନେ ଉପସ୍ଥିତ ଥିଲେ। ଜନସାଧାରଣଙ୍କ ସହଯୋଗରେ ପଞ୍ଚାୟତର ବିକାଶ କରିବି ବୋଲି ନୂତନ ଭାବେ ସରପଞ୍ଚ ଦାୟିତ୍ୱ ନେଇଥିବା ପୂର୍ଣ୍ଣମୀ ମାଝୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
The post ସରପଞ୍ଚ ଦାୟିତ୍ୱ ନେଲେ ନାଏବ ସରପଞ୍ଚ, କହିଲେ ଜନସାଧାରଣଙ୍କ ସହଯୋଗ ରହିଲେ ମୁଁ… appeared first on Dharitri Odia News.