ଯୁଦ୍ଧବିରାମ ପରେ ଘର ମୁହାଁ ଉତ୍ତର ଲେବାନନବାସୀ; ଧ୍ବଂସସ୍ତୂପ ତଳୁ ସ୍ମୃତି ସାଉଁଟୁଛନ୍ତି ଲୋକେ

ନୂଆଦିଲ୍ଲୀ: ଲେବାନନ ଯୁଦ୍ଧରେ ଲାଗିଲା ବ୍ରେକ୍ । ୧୩ ମାସ ପରେ ଇସ୍ରାଏଲ-ହିଜବୁଲ୍ଲା ଯୁଦ୍ଧରେ ବିରାମ ଲାଗିଛି । ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍‌ ଯୁଦ୍ଧବିରତି ନେଇ ଘୋଷଣା କରିଛନ୍ତି । ଫ୍ରାନ୍ସ ମଧ୍ୟ ଆମେରିକା ସହ ମିଶି ଯୁଦ୍ଧବିରତି ବାବଦରେ ସଂଯୁକ୍ତ ବୟାନ ଜାରି କରିଥିଲା । ୬୦ ଦିନର ଯୁଦ୍ଧବିରତିକୁ ମଙ୍ଗଳବାର ବିଳମ୍ବିତ ରାତିରେ ଇସ୍ରାଏଲ ୱାର୍ କ୍ୟାବିନେଟ୍ ମଧ୍ୟ ମଞ୍ଜୁରି ପ୍ରଦାନ କରିଥିଲା । ଯୁଦ୍ଧବିରତି ସର୍ତ୍ତ ଅନୁସାରେ, ଇସ୍ରାଏଲ ଏବଂ ହିଜ୍‌ବୁଲ୍ଲା ମଧ୍ୟରେ ସ୍ଥାୟୀ ଭାବେ ଏହି  ଯୁଦ୍ଧବିରତି ହୋଇଛି । ଏହା ଅନୁସାରେ ୬୦ ଦିନ ଭିତରେ ହିଜବୁଲ୍ଲା ନିଜ ଲଢ଼ୁଆ ଏବଂ   ଅସ୍ତ୍ରଶସ୍ତ୍ରକୁ ବ୍ଲୁ ଲାଇନ୍‌ ମଧ୍ୟରୁ ହଟାଇବ । ବ୍ଲୁ-ଲାଇନ ହେଉଛି ଇସ୍ରାଏଲ ଏବଂ ଲେବାନନ୍‌ ଭିତରେ ଥିବା ଅନୌପଚାରିକ ସୀମା । ଏହି   ଅଞ୍ଚଳରେ ହିଜ୍‌ବୁଲ୍ଲା ବଦଳରେ ଲେବାନନ ସୈନିକ ମୁତୟନ ହେବେ । ହିଜ୍‌ବୁଲ୍ଲା  ଯେପରି ସେଠାରେ କୌଣସି ପ୍ରକାର ଢାଞ୍ଚା ବା ଭିତ୍ତିଭୂମି ନିର୍ମାଣ କରି ନ ପାରେ ତାହା ଲେବାନନ୍‌ ସେନା ସୁନିଶ୍ଚିତ କରିବ ଏବଂ ସେଠାରୁ ହିଜ୍‌ବୁଲ୍ଲାର ସମସ୍ତ ଢାଞ୍ଚାକୁ  ହଟାଯିବ । ସେହିପରି ୬୦ ଦିନ ଭିତରେ  ଇସ୍ରାଏଲ ଧୀରେ ଧୀରେ ସେଠାରୁ ସେନା ପ୍ରତ୍ୟାହାର କରିବ । ସାଧାରଣ ଲୋକେ ଯେପରି ସେମାନଙ୍କ ଘରକୁ ସୁରକ୍ଷିତ ଭାବେ ଫେରନ୍ତି ତାହା ଉଭୟ ପକ୍ଷ ସୁନିଶ୍ଚିତ କରିବେ ବୋଲି ବାଇଡେନ୍‌ କହିଛନ୍ତି । ଲେବାନନ୍‌ ସେନା ଦକ୍ଷ

ଯୁଦ୍ଧବିରାମ ପରେ ଘର ମୁହାଁ ଉତ୍ତର ଲେବାନନବାସୀ; ଧ୍ବଂସସ୍ତୂପ ତଳୁ ସ୍ମୃତି ସାଉଁଟୁଛନ୍ତି ଲୋକେ

ନୂଆଦିଲ୍ଲୀ: ଲେବାନନ ଯୁଦ୍ଧରେ ଲାଗିଲା ବ୍ରେକ୍ । ୧୩ ମାସ ପରେ ଇସ୍ରାଏଲ-ହିଜବୁଲ୍ଲା ଯୁଦ୍ଧରେ ବିରାମ ଲାଗିଛି । ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍‌ ଯୁଦ୍ଧବିରତି ନେଇ ଘୋଷଣା କରିଛନ୍ତି । ଫ୍ରାନ୍ସ ମଧ୍ୟ ଆମେରିକା ସହ ମିଶି ଯୁଦ୍ଧବିରତି ବାବଦରେ ସଂଯୁକ୍ତ ବୟାନ ଜାରି କରିଥିଲା । ୬୦ ଦିନର ଯୁଦ୍ଧବିରତିକୁ ମଙ୍ଗଳବାର ବିଳମ୍ବିତ ରାତିରେ ଇସ୍ରାଏଲ ୱାର୍ କ୍ୟାବିନେଟ୍ ମଧ୍ୟ ମଞ୍ଜୁରି ପ୍ରଦାନ କରିଥିଲା । 

ଯୁଦ୍ଧବିରତି ସର୍ତ୍ତ ଅନୁସାରେ, ଇସ୍ରାଏଲ ଏବଂ ହିଜ୍‌ବୁଲ୍ଲା ମଧ୍ୟରେ ସ୍ଥାୟୀ ଭାବେ ଏହି  ଯୁଦ୍ଧବିରତି ହୋଇଛି । ଏହା ଅନୁସାରେ ୬୦ ଦିନ ଭିତରେ ହିଜବୁଲ୍ଲା ନିଜ ଲଢ଼ୁଆ ଏବଂ   ଅସ୍ତ୍ରଶସ୍ତ୍ରକୁ ବ୍ଲୁ ଲାଇନ୍‌ ମଧ୍ୟରୁ ହଟାଇବ । ବ୍ଲୁ-ଲାଇନ ହେଉଛି ଇସ୍ରାଏଲ ଏବଂ ଲେବାନନ୍‌ ଭିତରେ ଥିବା ଅନୌପଚାରିକ ସୀମା । ଏହି   ଅଞ୍ଚଳରେ ହିଜ୍‌ବୁଲ୍ଲା ବଦଳରେ ଲେବାନନ ସୈନିକ ମୁତୟନ ହେବେ । ହିଜ୍‌ବୁଲ୍ଲା  ଯେପରି ସେଠାରେ କୌଣସି ପ୍ରକାର ଢାଞ୍ଚା ବା ଭିତ୍ତିଭୂମି ନିର୍ମାଣ କରି ନ ପାରେ ତାହା ଲେବାନନ୍‌ ସେନା ସୁନିଶ୍ଚିତ କରିବ ଏବଂ ସେଠାରୁ ହିଜ୍‌ବୁଲ୍ଲାର ସମସ୍ତ ଢାଞ୍ଚାକୁ  ହଟାଯିବ । 

ସେହିପରି ୬୦ ଦିନ ଭିତରେ  ଇସ୍ରାଏଲ ଧୀରେ ଧୀରେ ସେଠାରୁ ସେନା ପ୍ରତ୍ୟାହାର କରିବ । ସାଧାରଣ ଲୋକେ ଯେପରି ସେମାନଙ୍କ ଘରକୁ ସୁରକ୍ଷିତ ଭାବେ ଫେରନ୍ତି ତାହା ଉଭୟ ପକ୍ଷ ସୁନିଶ୍ଚିତ କରିବେ ବୋଲି ବାଇଡେନ୍‌ କହିଛନ୍ତି । ଲେବାନନ୍‌ ସେନା ଦକ୍ଷିଣରେ ୫ ହଜାର ସୈନିକ  ମୁତୟନ କରିବ । ତେବେ ଯୁଦ୍ଧବିରତି ପରେ ଏହି ସୈନିକଙ୍କ ଭୂମିକା କ’ଣ ରହିବ  ତାହା ଜଣାଯାଇନାହିଁ । ଆବଶ୍ୟକ ପଡ଼ିଲେ  ଲେବାନନ୍‌ ସୈନ୍ୟ ହିଜ୍‌ବୁଲ୍ଲା ଲଢ଼ୁଆଙ୍କ ସହ ଲଢ଼ିବେ କି ନା ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।   ଅପରପକ୍ଷେ ହିଜ୍‌ବୁଲ୍ଲା ଏବଂ ଇସ୍ରାଏଲ   ମଧ୍ୟରେ ଯୁଦ୍ଧବିରତିକୁ ଭାରତ ସ୍ୱାଗତ କରିଛି । ଉତ୍ତେଜନା ଏବଂ ସଂଘର୍ଷ ହ୍ରାସ  କରିବା, ସଂଯମତା ବଜାୟ ରଖି କୂଟନୈତିକ  ଉପାୟରେ ସମସ୍ୟା ସମାଧାନ କରିବା ସପକ୍ଷରେ ଭାରତ ସର୍ବଦା ରହିଛି । 

ଗତ ସେପ୍ଟେମ୍ବର ୨୩ରେ ଇସ୍ରାଏଲର ଘାତକ ମିସାଇଲ ମାଡ଼ କରିଥିଲା । ଭୟଭୀତ ହୋଇ ହଜାର ହଜାର ସଂଖ୍ୟାରେ ପରିବାର ଘର ଛାଡ଼ି ଦକ୍ଷିଣ ଲେବାନନ୍‌କୁ ଶରଣ ନେଇଛନ୍ତି । ଯୁଦ୍ଧ ବିରତି ଘୋଷଣା ପରେ ବୁଧବାର ସକାଳୁ ସକାଳୁ ଘର ମୁହାଁ ହୋଇଛନ୍ତି ଲୋକେ । ଜିନିଷପତ୍ର ସହ ନିଜ ନିଜ ସହରକୁ ଫେରିଛନ୍ତି ।  ହେଲେ ଇସ୍ରାଏଲ ସେନାର ମିସାଇଲ୍ ମାଡ଼ରେ ଧ୍ବଂସସ୍ତୂପ ପରିଣତ ହୋଇଛି ଉତ୍ତର ଲେବାନନ । ଆଉ ସେହି ଧ୍ବଂସବଶେଷ ତଳୁ ସ୍ମୃତିକୁ ସାଉଁଟୁଛନ୍ତି ଯୁଦ୍ଧପୀଡିତ । ଲେବାନନ୍‌ରେ  ଇସ୍ରାଏଲ ଆକ୍ରମଣରେ ଅଦ୍ୟାବଧି ୩,୭୬୮ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୯ ଲକ୍ଷ ଲୋକ  ଘରଦ୍ୱାର ଛାଡ଼ି ପଳାୟନ କରିଥିଲେ ।