ମୁସଲମାନଙ୍କୁ ଅପିଲ୍, ଇସ୍ରାଏଲକୁ ଧମକ... ତେହରାନର ଗ୍ରାଣ୍ଡ ମସଜିଦରୁ ଖାମେନିଙ୍କ ସମ୍ୱୋଧନ
ନୂଆଦିଲ୍ଲୀ: ଇରାନର ସୁପ୍ରିମ୍ ଲିଡର୍ ଅୟାତୁଲ୍ଲା ଅଲି ଖାମେନି ଶୁକ୍ରବାର ନମାଜ ପରେ ଲୋକଙ୍କୁ ସମ୍ୱୋଧିତ କରିଛନ୍ତି । ଇସ୍ରାଏଲ୍ ଉପରେ ଇରାନର ଆକ୍ରମଣକୁ ନେଇ ସେ କହିଛନ୍ତି ଯେ ଏହି ହମ୍ଲା ଫିଲିସ୍ତିନର ହକ୍ ପାଇଁ ଇସ୍ରାଏଲ୍ ଉପରେ କରାଯାଇଛି ଏବଂ ଆଗାମୀ ଦିନରେ ଆବଶ୍ୟକ ହେଲେ ପୁଣି ଥରେ କରାଯିବ । ଖାମେନି କହିଛନ୍ତି ଯେ ଆମେ ଆମ ଦାୟିତ୍ୱ ସମ୍ପାଦନ କରିଛୁ ଏବଂ ଆଗକୁ ମଧ୍ୟ ଏହା ସମ୍ପାଦନ କରିବୁ । ଆମେ ତରବର ହେବୁ ନାହିଁ କି ଅଟକିବୁ ନାହିଁ ।ଖାମେନି ତେହରାନର ଗ୍ରାଣ୍ଡ ମସଜିଦରୁ ଅରବ ଦେଶର ସମେତ ଦୁନିଆ ସବୁ ମୁସଲମାନଙ୍କୁ ଏକ ହେବା ପାଇଁ ଅପିଲ୍ କରିଛନ୍ତି । ଖାମେନି ହେଜବୁଲ୍ଲା ମୁଖ୍ୟ ନସରଲ୍ଲାର ମୃତ୍ୟୁରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ଏହି ସଂକଟ ସମୟରେ ଇରାନ ଲେବାନନ ସହ ଛିଡ଼ା ହୋଇ ରହିଛି ।ଖାମେନି ନାଁ ନନେଇ ଆମେରିକାକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ ମୁସଲମାନଙ୍କ ବିରୋଧରେ ଯୁଦ୍ଧ ପାଇଁ ଗୋଟିଏ ଦେଶରୁ ଆଦେଶ ଆସିଛି । ଶତ୍ରୁଙ୍କ ବିରୋଧରେ ସବୁ ମୁସଲମାନ ଏକଜୁଟ୍ ହୋଇ ଲଢିବା ସହ ସତର୍କ ରହିବାକୁ ପଡ଼ିବ । ସେ କହିଛନ୍ତି ଯେ ଶତ୍ରୁ ସାରା ଦୁନିଆରେ ଯୁଦ୍ଧ ଚାହୁଁଛନ୍ତି । ଆମେ ଶତ୍ରୁଙ୍କ ପ୍ରତି ସତର୍କ ରହିବା ସହ ପରସ୍ପର ପ୍ରତି ସହଯୋଗର ହାତ ବଢାଇବାକୁ ହେବ । ସେ ଅଭିଯୋଗ ଆଣିଛନ୍ତି ଯେ ଦୁନିଆରେ ମୁସଲମାନଙ୍କ ବିରୋଧରେ ବିନାଶର ରାଜନୀତି କରାଯାଉଛି ।ଇରାନର ସୁପ୍ରିମ୍ ନେତା ଖାମେନି ଗାଜା ଯୁ
ନୂଆଦିଲ୍ଲୀ: ଇରାନର ସୁପ୍ରିମ୍ ଲିଡର୍ ଅୟାତୁଲ୍ଲା ଅଲି ଖାମେନି ଶୁକ୍ରବାର ନମାଜ ପରେ ଲୋକଙ୍କୁ ସମ୍ୱୋଧିତ କରିଛନ୍ତି । ଇସ୍ରାଏଲ୍ ଉପରେ ଇରାନର ଆକ୍ରମଣକୁ ନେଇ ସେ କହିଛନ୍ତି ଯେ ଏହି ହମ୍ଲା ଫିଲିସ୍ତିନର ହକ୍ ପାଇଁ ଇସ୍ରାଏଲ୍ ଉପରେ କରାଯାଇଛି ଏବଂ ଆଗାମୀ ଦିନରେ ଆବଶ୍ୟକ ହେଲେ ପୁଣି ଥରେ କରାଯିବ । ଖାମେନି କହିଛନ୍ତି ଯେ ଆମେ ଆମ ଦାୟିତ୍ୱ ସମ୍ପାଦନ କରିଛୁ ଏବଂ ଆଗକୁ ମଧ୍ୟ ଏହା ସମ୍ପାଦନ କରିବୁ । ଆମେ ତରବର ହେବୁ ନାହିଁ କି ଅଟକିବୁ ନାହିଁ ।
ଖାମେନି ତେହରାନର ଗ୍ରାଣ୍ଡ ମସଜିଦରୁ ଅରବ ଦେଶର ସମେତ ଦୁନିଆ ସବୁ ମୁସଲମାନଙ୍କୁ ଏକ ହେବା ପାଇଁ ଅପିଲ୍ କରିଛନ୍ତି । ଖାମେନି ହେଜବୁଲ୍ଲା ମୁଖ୍ୟ ନସରଲ୍ଲାର ମୃତ୍ୟୁରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ଏହି ସଂକଟ ସମୟରେ ଇରାନ ଲେବାନନ ସହ ଛିଡ଼ା ହୋଇ ରହିଛି ।
ଖାମେନି ନାଁ ନନେଇ ଆମେରିକାକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ ମୁସଲମାନଙ୍କ ବିରୋଧରେ ଯୁଦ୍ଧ ପାଇଁ ଗୋଟିଏ ଦେଶରୁ ଆଦେଶ ଆସିଛି । ଶତ୍ରୁଙ୍କ ବିରୋଧରେ ସବୁ ମୁସଲମାନ ଏକଜୁଟ୍ ହୋଇ ଲଢିବା ସହ ସତର୍କ ରହିବାକୁ ପଡ଼ିବ । ସେ କହିଛନ୍ତି ଯେ ଶତ୍ରୁ ସାରା ଦୁନିଆରେ ଯୁଦ୍ଧ ଚାହୁଁଛନ୍ତି । ଆମେ ଶତ୍ରୁଙ୍କ ପ୍ରତି ସତର୍କ ରହିବା ସହ ପରସ୍ପର ପ୍ରତି ସହଯୋଗର ହାତ ବଢାଇବାକୁ ହେବ । ସେ ଅଭିଯୋଗ ଆଣିଛନ୍ତି ଯେ ଦୁନିଆରେ ମୁସଲମାନଙ୍କ ବିରୋଧରେ ବିନାଶର ରାଜନୀତି କରାଯାଉଛି ।
ଇରାନର ସୁପ୍ରିମ୍ ନେତା ଖାମେନି ଗାଜା ଯୁଦ୍ଧକୁ ନେଇ ଇସ୍ରାଏଲ୍ ଏବଂ ଏହାର ସମର୍ଥକଙ୍କୁ ଟାର୍ଗେଟ୍ କରିଛନ୍ତି । ଖାମେନି ଗତ ବର୍ଷ ଅକ୍ଟୋବର ୭ରେ ଇସ୍ରାଏଲ୍ ଉପରେ ହମାସର ଆକ୍ରମଣକୁ ଠିକ୍ ଦର୍ଶାଇ କହିଛନ୍ତି ଯେ ସେମାନେ ନିଜ ହକ୍ ପାଇଁ ଲଢେଇ କରୁଛନ୍ତି । ସେ କହିଛନ୍ତି ଯେ ଅନ୍ତରାଷ୍ଟ୍ରୀୟ ଆଇନ ଫିଲିସ୍ତିନୀଙ୍କୁ ନିଜ ଭୂମିର ରକ୍ଷା କରିବା ପାଇଁ ଅଧିକାର ଦେଉଛି । ଖାମେନି ଆହୁରି କହିଛନ୍ତି ଯେ ଯେପରି ଲେବାନନରେ ଅତ୍ୟାଚାର କରାଯାଉଛି ଯେ ଗତ ବର୍ଷ ମଧ୍ୟ ସମାନ ଅବଧିରେ ଏହିପରି ଅତ୍ୟାଚାର କରାଯାଉଥିଲା । ଖାମେନି କହିଛନ୍ତି ଯେ ଗାଜାରେ ଯାହା ହୋଇଛି ତାହା ସମସ୍ତେ ଦେଖିଛନ୍ତି । ହେଜବୁଲ୍ଲା ଗାଜାରେ ଲୋକଙ୍କୁ କାହିଁକି ସାହାଯ୍ୟ କରୁଛି ବୋଲି ପ୍ରଶ୍ନ କରାଯାଉଛି । କିନ୍ତୁ ଏହା ବି ଏକ ଆଇନ ଯେ ଆମେ ସାରା ଦୁନିଆର ମୁସଲମାନଙ୍କୁ ସାହାଯ୍ୟ କରିବା । ଏହି ଇସ୍ଲାମୀ ଆଇନ ଯେ ଆମେ ମୁସଲମାନଙ୍କୁ ସାହାଯ୍ୟ କରିବା ।