ପିଆର୍‌ଏମ୍‌ ହସ୍ପିଟାଲ ଛାତରୁ ଗଳୁଛି ପାଣି

ବାରିପଦା,୩।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ (ପିଆର୍‌ଏମ୍‌) ମେଡିକାଲ କଲେଜ ଓ ହସ୍ପିଟାଲ ଆଇସିୟୁ ଛାତରୁ ପାଣି ଗଳିବା ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଉଥିବା ଏହି ହସ୍ପିଟାଲ ଗୃହର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଛାତରୁ ପାଣି ଗଳୁଥିବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏନେଇ ଜିଲାବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି ା ଦୀର୍ଘ […] The post ପିଆର୍‌ଏମ୍‌ ହସ୍ପିଟାଲ ଛାତରୁ ଗଳୁଛି ପାଣି appeared first on Dharitri Odia News.

ପିଆର୍‌ଏମ୍‌ ହସ୍ପିଟାଲ ଛାତରୁ ଗଳୁଛି ପାଣି

ବାରିପଦା,୩।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ (ପିଆର୍‌ଏମ୍‌) ମେଡିକାଲ କଲେଜ ଓ ହସ୍ପିଟାଲ ଆଇସିୟୁ ଛାତରୁ ପାଣି ଗଳିବା ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଉଥିବା ଏହି ହସ୍ପିଟାଲ ଗୃହର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଛାତରୁ ପାଣି ଗଳୁଥିବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏନେଇ ଜିଲାବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି ା
ଦୀର୍ଘ ଦିନର ଦାବି ପରେ ବାରିପଦାସ୍ଥିତ ଜିଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରଠାରେ ମେଡିକାଲ କଲେଜ ଓ ଡାକ୍ତରଖାନା ଆରମ୍ଭ ହୋଇଥିଲା ା ପରବର୍ତ୍ତୀ ସମୟରେ ୨୦କୋଟି ୩୭ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ୪ ମହଲା ବିଶିଷ୍ଟ ବିଲ୍ଡିଂ ପୂର୍ତ୍ତବିଭାଗ ନିର୍ମାଣ କରିଥିଲା। ୨୦୨୨ ସେପ୍ଟେମ୍ବର ୩୦ରେ ଏହି ଗୃହ ହସ୍ପିଟାଲକୁ ହସ୍ତାନ୍ତର ପରେ କାର୍ଯ୍ୟକ୍ଷମ ହୋଇଥିଲା। ୧୮୦ ଶଯ୍ୟା ବିଶିଷ୍ଟ ମେଡିସିନ ବିଭାଗରେ ରୋଗୀ ଚିକିତ୍ସା ହେଉଥିବା ବେଳେ ସେଠାରେ ଥିବା ଆଇସିୟୁ ଛାତରୁ ପାଣି ଗଳିବା ଦୃଶ୍ୟ ଚିନ୍ତାର କାରଣ ହୋଇଛି। ୨ ବର୍ଷ ହେଲା ଏପରି ପାଣି ଗଳୁଥିବା ବେଳେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏପରିକି ପାଣି ଗଳୁଥିବା ସ୍ଥାନରେ ବାଲ୍‌ଟି ରଖି ପାଣି ସଂଗ୍ରହ କରାଯାଉଥିବା ଭିଡିଓରୁ ସ୍ପଷ୍ଟ ବାରି ହୋଇପଡୁଛି। ସେହିପରି ନିର୍ମାଣ କାର୍ଯ୍ୟରେ ତ୍ରୁଟି ଥିବା ନେଇ ବିଭିନ୍ନ ସମସ୍ୟା ମୁଣ୍ଡ ଟେକିଥିବାରୁ ରୋଗୀଙ୍କ ସୁରକ୍ଷା ଓ ଡାକ୍ତରଖାନାର ସ୍ଥାୟୀତ୍ୱକୁ ନେଇ ଜିଲାବାସୀ ପ୍ରଶ୍ନ ଉଠାଇଛନ୍ତି। ଜିଲାବାସୀଙ୍କ ସମେତ ପଡ଼ୋଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟରୁ ରୋଗୀମାନେ ଉତ୍ତମ ସ୍ବାସ୍ଥ୍ୟସେବା ପାଇବାକୁ ଏଠାକୁ ଆସୁଛନ୍ତି। ତେବେ ଡାକ୍ତରଖାନାର ଏପରି ଅବସ୍ଥା ଯୋଗୁ ସ୍ବାସ୍ଥ୍ୟ ସେବା କିପରି ଚାଲିଛି ତାହାକୁ ନେଇ ସନ୍ଦେହ ଉପୁଜିିଛି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା.ଅଭୟ କୁମାର ଦାଶଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ପୂର୍ତ୍ତବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛି। ଖୁବ୍‌ଶୀଘ୍ର ଏହାର ସମାଧାନ କରା ନ ଗଲେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ। ଏହାର ଉପଯୁକ୍ତ ତଦନ୍ତ କରାଯାଇ ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଏବଂ ଏନ୍‌ଏଚ୍‌ଆର୍‌ଏମ୍‌ ଯନ୍ତ୍ରୀ ପାଣି ଗଳୁଥିବା ସ୍ଥାନକୁ ଯାଇ ତଦାରଖ କରିଛନ୍ତି। ଖୁବ୍‌ଶୀଘ୍ର ଏହାର ମରାମତି କରାଯିବ ବୋଲି ପୂର୍ତ୍ତ ବିଭାଗ ସୂଚନା ଦେଇଛି।

The post ପିଆର୍‌ଏମ୍‌ ହସ୍ପିଟାଲ ଛାତରୁ ଗଳୁଛି ପାଣି appeared first on Dharitri Odia News.