ଧମକାଇଲେ ଖାର୍ଗେ!
ନୂଆଦିଲ୍ଲୀ,୧୮।୬: ୧୦ ବର୍ଷ ପରେ କଂଗ୍ରେସ ଲୋକ ସଭାରେ ନିଜର ବିରୋଧୀ ଦଳର ନେତା ନିଯୁକ୍ତ କରିବାକୁ ଯାଉଛି। କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ବୈଠକରେ ରାହୁଲ ଗାନ୍ଧୀଙ୍କୁ ଲୋକ ସଭାରେ ବିରୋଧୀ ଦଳର ନେତା ହେବାକୁ ଅନୁରୋଧ କରାଯାଇଥିଲା। ତେବେ ରାହୁଲ ଗାନ୍ଧୀ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ଏପର୍ଯ୍ୟନ୍ତ ସର୍ବସାଧାରଣ ସୂଚନା ଦେଇନାହାଁନ୍ତି। କିନ୍ତୁ ସେପଟେ ସୋମବାର କଂଗ୍ରେସର ଏକ ସାମ୍ବାଦିକ ସମ୍ମିଳନୀରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା। ଯେତେବେଳେ ରାହୁଲ ଗାନ୍ଧୀ କହିଥିଲେ […] The post ଧମକାଇଲେ ଖାର୍ଗେ! appeared first on Dharitri Odia News.
ନୂଆଦିଲ୍ଲୀ,୧୮।୬: ୧୦ ବର୍ଷ ପରେ କଂଗ୍ରେସ ଲୋକ ସଭାରେ ନିଜର ବିରୋଧୀ ଦଳର ନେତା ନିଯୁକ୍ତ କରିବାକୁ ଯାଉଛି। କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ବୈଠକରେ ରାହୁଲ ଗାନ୍ଧୀଙ୍କୁ ଲୋକ ସଭାରେ ବିରୋଧୀ ଦଳର ନେତା ହେବାକୁ ଅନୁରୋଧ କରାଯାଇଥିଲା। ତେବେ ରାହୁଲ ଗାନ୍ଧୀ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ଏପର୍ଯ୍ୟନ୍ତ ସର୍ବସାଧାରଣ ସୂଚନା ଦେଇନାହାଁନ୍ତି। କିନ୍ତୁ ସେପଟେ ସୋମବାର କଂଗ୍ରେସର ଏକ ସାମ୍ବାଦିକ ସମ୍ମିଳନୀରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା। ଯେତେବେଳେ ରାହୁଲ ଗାନ୍ଧୀ କହିଥିଲେ ଯେ ଯଦି ସେ ରାଜି ନ ହୁଅନ୍ତି ତେବେ କଂଗ୍ରେସ ସଭାପତି ତାଙ୍କୁ ଧମକ ଦେଇଛନ୍ତି। ତେବେ ରାହୁଲ ଗାନ୍ଧୀ ଏହାକୁ ଥଟ୍ଟା ସ୍ବରରେ କହିଛନ୍ତି। ଲୋକମାନେ ରାହୁଲ ଗାନ୍ଧୀଙ୍କ ଏହି ଶୈଳୀକୁ ବହୁତ ପସନ୍ଦ କରୁଛନ୍ତି।
The post ଧମକାଇଲେ ଖାର୍ଗେ! appeared first on Dharitri Odia News.