ସୋମାଲିଆରେ ‘ଏମଭି ଲିଲା ନରଫୋକ’ ଜାହାଜ ହାଇଜ୍ୟାକ, ଚାଳକ ଦଳରେ ରହିଛନ୍ତି ୧୫ ଭାରତୀୟ
ମୋଗାଦିସୁ,୫।୧: ସୋମାଲିଆ ଉପକୂଳରୁ ‘ଏମଭି ଲିଲା ନରଫୋକ’ ନାମକ ଏକ ଜାହାଜକୁ ଅପହରଣ କରାଯାଇଛି। ଗତକାଲି ଜାହାଜକୁ ଅପହରଣ କରାଯାଇଥିଲା, ଏହା ପରେ ଭାରତୀୟ ସେନା ଉପରେ କଡା ନଜର ରଖାଯାଇଛି। ଭାରତୀୟ ନୌସେନା ଏକ ବୟାନ ଜାରି କରି କହିଛି ଯେ ଗୁରୁବାର ସାରେ ଲାଇବେରିଆର ଫ୍ଲାଗଡ ଜାହାଜ ଆରବ ସାଗର ଦେଇ ଯାଉଥିବା ବେଳେ ଏହି ଘଟଣା ଘଟିଛି। ଜାହାଜଟି UKMTO ପୋର୍ଟାଲରେ ଏକ ବାର୍ତ୍ତା ପଠାଇଛି ଯେ ପ୍ରାୟ ୫-୬ ସଶସ୍ତ୍ର ଅଜ୍ଞାତ […] The post ସୋମାଲିଆରେ ‘ଏମଭି ଲିଲା ନରଫୋକ’ ଜାହାଜ ହାଇଜ୍ୟାକ, ଚାଳକ ଦଳରେ ରହିଛନ୍ତି ୧୫ ଭାରତୀୟ appeared first on Dharitri Odia News.
ମୋଗାଦିସୁ,୫।୧: ସୋମାଲିଆ ଉପକୂଳରୁ ‘ଏମଭି ଲିଲା ନରଫୋକ’ ନାମକ ଏକ ଜାହାଜକୁ ଅପହରଣ କରାଯାଇଛି। ଗତକାଲି ଜାହାଜକୁ ଅପହରଣ କରାଯାଇଥିଲା, ଏହା ପରେ ଭାରତୀୟ ସେନା ଉପରେ କଡା ନଜର ରଖାଯାଇଛି।
ଭାରତୀୟ ନୌସେନା ଏକ ବୟାନ ଜାରି କରି କହିଛି ଯେ ଗୁରୁବାର ସାରେ ଲାଇବେରିଆର ଫ୍ଲାଗଡ ଜାହାଜ ଆରବ ସାଗର ଦେଇ ଯାଉଥିବା ବେଳେ ଏହି ଘଟଣା ଘଟିଛି। ଜାହାଜଟି UKMTO ପୋର୍ଟାଲରେ ଏକ ବାର୍ତ୍ତା ପଠାଇଛି ଯେ ପ୍ରାୟ ୫-୬ ସଶସ୍ତ୍ର ଅଜ୍ଞାତ ବ୍ୟକ୍ତି ଜାହାଜରେ ଚଢି ଜାହାଜକୁ ଅପହରଣ କରିବାକୁ ଚେଷ୍ଟା କରୁଛନ୍ତି। ସୂଚନା ପାଇବା ମାତ୍ରେ ଭାରତୀୟ ନୌସେନା ଏହାର ଯୁଦ୍ଧ ଜାହାଜ ଆଇଏନଏସ ଚେନ୍ନାକୁ ପଠାଇଲା। ଆଇଏମଏସ ଚେନ୍ନାଇ କେବଳ ସାମୁଦ୍ରିକ ସୁରକ୍ଷା ପାଇଁ ଆରବ ସାଗରରେ ନିୟୋଜିତ । ଆହୁରି ମଧ୍ୟ ଶୁକ୍ରବାର ସକାଳେ ନୌସେନା ବିମାନ ମଧ୍ୟ ଅପହରଣ ହୋଇଥିବା ଜାହାଜ ଉପରେ ଉଡ଼ଥିଲା। ନୌସେନା ଜାହାଜ ସହିତ ଯୋଗାଯୋଗ କରି କ୍ରୁ ସଦସ୍ୟଙ୍କ ସୁରକ୍ଷା ବିଷୟରେ ପଚାରି ବୁଝିଥିଲା। ନୌସେନା ଏହି ଅଞ୍ଚଳରେ ଉପସ୍ଥିତ ଥିବା ଅନ୍ୟ ଅଂଶୀଦାର ଦେଶ ଏବଂ ଏଜେନ୍ସି ସହିତ ପରିସ୍ଥିତି ଉପରେ ଅତି ନିକଟରୁ ନଜର ରଖିଛି।
The post ସୋମାଲିଆରେ ‘ଏମଭି ଲିଲା ନରଫୋକ’ ଜାହାଜ ହାଇଜ୍ୟାକ, ଚାଳକ ଦଳରେ ରହିଛନ୍ତି ୧୫ ଭାରତୀୟ appeared first on Dharitri Odia News.