ମୃତ୍ୟୁ ପରେ ବିବାହ
କୁଆଲାଲ୍ମ୍ପୁର: ବିବାହର ଠିକ୍ ପୂର୍ବରୁ ମାଲେସିଆର ୟାଙ୍ଗ୍ ଜିଙ୍ଗ୍ଶାନ(୩୧) ଏବଂ ଲି ଜୁଇଙ୍ଗ୍(୩୨) ନାମକ ଏକ ପ୍ରେମୀ ଯୁଗଳଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଉଭୟେ ପ୍ରାୟ ୩ ବର୍ଷ ଧରି ଲିଭ୍-ଇନ୍-ରିଲେଶନ୍ଶିପ୍ରେ ଏକାଠି ରହିଥିଲେ। ଖୁବ୍ଶୀଘ୍ର ଉଭୟଙ୍କର ବିବାହ କରିବାକୁ ସେମାନଙ୍କ ପରିବାରବର୍ଗ ସ୍ଥିର କରିଥିଲେ। ମୃତ୍ୟୁପରେ ସେମାନଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ପରିବାର ପକ୍ଷରୁ ଉଭୟଙ୍କର ବିବାହ ସମ୍ପନ୍ନ କରାଯାଇଛି। କୁଆଲାଲ୍ମ୍ପୁରର ଏକ ହଲ୍ରେ ଏହି ବିବାହ ଅନୁଷ୍ଠିତ ହୋଇଯାଇଛି। ବିବାହରେ ଉଭୟ ୟାଙ୍ଗ୍ ଓ ଲି’ଙ୍କ […] The post ମୃତ୍ୟୁ ପରେ ବିବାହ appeared first on Dharitri Odia News.
କୁଆଲାଲ୍ମ୍ପୁର: ବିବାହର ଠିକ୍ ପୂର୍ବରୁ ମାଲେସିଆର ୟାଙ୍ଗ୍ ଜିଙ୍ଗ୍ଶାନ(୩୧) ଏବଂ ଲି ଜୁଇଙ୍ଗ୍(୩୨) ନାମକ ଏକ ପ୍ରେମୀ ଯୁଗଳଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଉଭୟେ ପ୍ରାୟ ୩ ବର୍ଷ ଧରି ଲିଭ୍-ଇନ୍-ରିଲେଶନ୍ଶିପ୍ରେ ଏକାଠି ରହିଥିଲେ। ଖୁବ୍ଶୀଘ୍ର ଉଭୟଙ୍କର ବିବାହ କରିବାକୁ ସେମାନଙ୍କ ପରିବାରବର୍ଗ ସ୍ଥିର କରିଥିଲେ। ମୃତ୍ୟୁପରେ ସେମାନଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ପରିବାର ପକ୍ଷରୁ ଉଭୟଙ୍କର ବିବାହ ସମ୍ପନ୍ନ କରାଯାଇଛି। କୁଆଲାଲ୍ମ୍ପୁରର ଏକ ହଲ୍ରେ ଏହି ବିବାହ ଅନୁଷ୍ଠିତ ହୋଇଯାଇଛି। ବିବାହରେ ଉଭୟ ୟାଙ୍ଗ୍ ଓ ଲି’ଙ୍କ ଫଟୋରେ ଫୁଲମାଳ ଚଢ଼ାଯିବା ସହ ନିକଟରେ ସେମାନଙ୍କ ଷ୍ଟାଚ୍ୟୁ ରଖାଯାଇଥିବା ଦେଖିବାକୁ ମିଳିଛି।
The post ମୃତ୍ୟୁ ପରେ ବିବାହ appeared first on Dharitri Odia News.