ଅପମାନ ସହ ମାଡ଼ ମାରିଲେ ପ୍ରେମିକା ପରିବାର, ଜୀବନ ହାରିଲେ ଯୁବକ

ନନ୍ଦିଘୋଷ ବ୍ୟୁରୋ: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା କୁଞ୍ଜବନଗଡ଼ରେ ଅଭାବନୀୟ ଘଟଣା । ଅପମାନ ସହି ନପାରି ଜୀବନ ହାରିଲେ... The post ଅପମାନ ସହ ମାଡ଼ ମାରିଲେ ପ୍ରେମିକା ପରିବାର, ଜୀବନ ହାରିଲେ ଯୁବକ appeared first on .

ଅପମାନ ସହ ମାଡ଼ ମାରିଲେ ପ୍ରେମିକା ପରିବାର, ଜୀବନ ହାରିଲେ ଯୁବକ

ନନ୍ଦିଘୋଷ ବ୍ୟୁରୋ: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା କୁଞ୍ଜବନଗଡ଼ରେ ଅଭାବନୀୟ ଘଟଣା । ଅପମାନ ସହି ନପାରି ଜୀବନ ହାରିଲେ ଯୁବକ । ମୃତକ ହେଲେ କୁଞ୍ଜବନଗଡ଼ର ଯୁକ୍ତ ୩ ଛାତ୍ର ମନମୋହନ ମହାପାତ୍ରଙ୍କ ପୁଅ ଶୁଭମ ମହାପାତ୍ର । ପ୍ରେମିକାକୁ ଚିଠି ଦେଇ ଧରା ପଡିବାରୁ କମ୍ପୁଟର କ୍ଲାସ ଯିବା ସମୟରେ ପ୍ରେମିକାର ପରିବାର ଲୋକେ ଅଟକାଇ ମାଡ଼ ମାରିବା ସହିତ ଗାଳିଗୁଲଜ କରିଥିଲେ। ଫଳରେ ଅପମାନ ସହି ନପାରି ବିଷ ପିଇ ଆତ୍ମହତ୍ୟା କରିଥିବା ଶୁଭମର ପରିବାର ଲୋକ ଅଭିଯୋଗ କରିଛନ୍ତି । ମୃତ ଶୁଭମଙ୍କ ଶବକୁ ଝିଅ ଘର ସାମ୍ନାରେ ରଖି ଆନ୍ଦୋଳନ କରିଥିଲେ ଶୁଭମଙ୍କ ପରିବାର । ଦଶପଲ୍ଲା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ସେପଟେ ଏହି ଘଟଣା ପରେ ପ୍ରେମିକର ପରିବାର ଲୋକେ ଫେରାର ହୋଇ ଯାଇଛନ୍ତି ।

The post ଅପମାନ ସହ ମାଡ଼ ମାରିଲେ ପ୍ରେମିକା ପରିବାର, ଜୀବନ ହାରିଲେ ଯୁବକ appeared first on .