ବ୍ୟାଙ୍କରେ ଅଟକି ଥିବା ପୁରୁଣା ଟଙ୍କା ଫେରସ୍ତ କରିବ ଆରବିଆଇ, ଜାରି ହେଲା ୩୦ ବ୍ୟାଙ୍କ ତାଲିକା

ମୁମ୍ବାଇ,୬।୩: ଆପଣଙ୍କର ପୁରୁଣା ଟଙ୍କା ବ୍ୟାଙ୍କରେ ଅଟକି ଯାଇଛି କି …? ଯଦି ଏହିପରି କିଛି ଅଛି, ତେବେ ବର୍ତ୍ତମାନ ଆପଣ ଏହି ଟଙ୍କାକୁ ସହଜରେ ଆଣିପାରିବେ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅନେକ ଥର ଏଭଳି ଘଡିଛି ଯେ ଆମର ଜେଜେବାପା କିମ୍ବା ଅନ୍ୟ କାହାର ପୁରୁଣା ଆକାଉଣ୍ଟ ଅଛି, ଆଉ ବର୍ଷ ବର୍ଷ ଧରି କାରବାର ନ କରିବା ହେତୁ କିମ୍ବା ଅନ୍ୟ କୌଣସି ଯୋଗୁ ଏଥିରେ ଥିବା ଟଙ୍କାକୁ ଆଣିପାରନ୍ତିନି। […] The post ବ୍ୟାଙ୍କରେ ଅଟକି ଥିବା ପୁରୁଣା ଟଙ୍କା ଫେରସ୍ତ କରିବ ଆରବିଆଇ, ଜାରି ହେଲା ୩୦ ବ୍ୟାଙ୍କ ତାଲିକା appeared first on Dharitri Odia News.

ବ୍ୟାଙ୍କରେ ଅଟକି ଥିବା ପୁରୁଣା ଟଙ୍କା ଫେରସ୍ତ କରିବ ଆରବିଆଇ, ଜାରି ହେଲା ୩୦ ବ୍ୟାଙ୍କ ତାଲିକା

ମୁମ୍ବାଇ,୬।୩: ଆପଣଙ୍କର ପୁରୁଣା ଟଙ୍କା ବ୍ୟାଙ୍କରେ ଅଟକି ଯାଇଛି କି …? ଯଦି ଏହିପରି କିଛି ଅଛି, ତେବେ ବର୍ତ୍ତମାନ ଆପଣ ଏହି ଟଙ୍କାକୁ ସହଜରେ ଆଣିପାରିବେ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅନେକ ଥର ଏଭଳି ଘଡିଛି ଯେ ଆମର ଜେଜେବାପା କିମ୍ବା ଅନ୍ୟ କାହାର ପୁରୁଣା ଆକାଉଣ୍ଟ ଅଛି, ଆଉ ବର୍ଷ ବର୍ଷ ଧରି କାରବାର ନ କରିବା ହେତୁ କିମ୍ବା ଅନ୍ୟ କୌଣସି ଯୋଗୁ ଏଥିରେ ଥିବା ଟଙ୍କାକୁ ଆଣିପାରନ୍ତିନି।

ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଦ୍ୱାରା ଏକ ପୋର୍ଟାଲ କରାଯାଇଛି। ଯାହା ମାଧ୍ୟମରେ ଆପଣ ପୁରୁଣା ଜମା ଟଙ୍କା ଉଠାଇପାରିବେ। ଆରବିଆଇ ପକ୍ଷରୁ ୩୦ ଟି ବ୍ୟାଙ୍କର ଏକ ତାଲିକା ପ୍ରକାଶ ପାଇଛି, ଯେଉଁଥିରୁ ଆପଣ ଟଙ୍କା ଉଠାଇ ପାରିବେ।

ରିଜର୍ଭ ବ୍ୟାଙ୍କ କହିଛି, ୟୁଡିଜିଏଏମ୍‌ ପୋର୍ଟାଲ ଜରିଆରେ ୩୦ ବ୍ୟାଙ୍କ ଲୋକଙ୍କୁ ସେମାନଙ୍କର ଜମା ଟଙ୍କା ଉଠାଇବା ପାଇଁ ସୁବିଧା ଯୋଗାଉଛନ୍ତି। ବର୍ତ୍ତମାନ ଏଥିରେ ୩୦ଟି ବ୍ୟାଙ୍କ ଅନ୍ତର୍ଭୂକ୍ତ କରାଯାଇଛି, ଖୁବ୍‌ଶୀଘ୍ର ଆରବିଆଇ ଏହି ପୋର୍ଟାଲରେ ଅନ୍ୟ ବ୍ୟାଙ୍କଗୁଡ଼ିକୁ ମଧ୍ୟ ଅନ୍ତର୍ଭୁକ୍ତ କରିବ।

 

fallback

The post ବ୍ୟାଙ୍କରେ ଅଟକି ଥିବା ପୁରୁଣା ଟଙ୍କା ଫେରସ୍ତ କରିବ ଆରବିଆଇ, ଜାରି ହେଲା ୩୦ ବ୍ୟାଙ୍କ ତାଲିକା appeared first on Dharitri Odia News.