‘ଦିଲ୍ଲୀରୁ ଆସିଛି ନିର୍ଦ୍ଦେଶ, ବିଧାନସଭାକୁ ଓ୍ବାସ୍‌ଆଉଟ୍‌ ଲାଗି ଷଡ଼ଯନ୍ତ୍ର ହେଉଛି’

ଭୁବନେଶ୍ୱର,୨୬।୩: ବିଧାନସଭାରୁ କଂଗ୍ରେସର ବିଧାୟକଙ୍କୁ ନିଲମ୍ବନ କରାଯିବା ପରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଗୋଟିଏ ପଟେ କଂଗ୍ରେସର ବିଧାୟକମାନେ ଏହାକୁ ପ୍ରତିବାଦ କରୁଥିବା ବେଳେ ବିରୋଧୀ ଦଳ ବିଜେଡି ସପକ୍ଷରେ ବାହାରିଛି। ଏଭଳି ଘଟଣାକୁ ନେଇ ଏବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ବୟାନ ଦେଇଛନ୍ତି। ବିଧାନସଭାକୁ ଓ୍ବାସ୍‌ଆଉଟ୍‌ ଲାଗି ଷଡଯନ୍ତ୍ର ହେଉଥିବା ସେ କହିଛନ୍ତି। ବୁଧବାର ଖବରଦାତା ସମ୍ମିଳନୀରେ ଉଭୟ କଂଗ୍ରେସ ଏବଂ ବିଜେଡିକୁ ଟାର୍ଗେଟ କରି ମନ୍ତ୍ରୀ କହିଛନ୍ତି, ରାଜନୈତିକ ସ୍ବାର୍ଥ […] The post ‘ଦିଲ୍ଲୀରୁ ଆସିଛି ନିର୍ଦ୍ଦେଶ, ବିଧାନସଭାକୁ ଓ୍ବାସ୍‌ଆଉଟ୍‌ ଲାଗି ଷଡ଼ଯନ୍ତ୍ର ହେଉଛି’ appeared first on Dharitri Odia News.

‘ଦିଲ୍ଲୀରୁ ଆସିଛି ନିର୍ଦ୍ଦେଶ, ବିଧାନସଭାକୁ ଓ୍ବାସ୍‌ଆଉଟ୍‌ ଲାଗି ଷଡ଼ଯନ୍ତ୍ର ହେଉଛି’

ଭୁବନେଶ୍ୱର,୨୬।୩: ବିଧାନସଭାରୁ କଂଗ୍ରେସର ବିଧାୟକଙ୍କୁ ନିଲମ୍ବନ କରାଯିବା ପରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଗୋଟିଏ ପଟେ କଂଗ୍ରେସର ବିଧାୟକମାନେ ଏହାକୁ ପ୍ରତିବାଦ କରୁଥିବା ବେଳେ ବିରୋଧୀ ଦଳ ବିଜେଡି ସପକ୍ଷରେ ବାହାରିଛି। ଏଭଳି ଘଟଣାକୁ ନେଇ ଏବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ବୟାନ ଦେଇଛନ୍ତି। ବିଧାନସଭାକୁ ଓ୍ବାସ୍‌ଆଉଟ୍‌ ଲାଗି ଷଡଯନ୍ତ୍ର ହେଉଥିବା ସେ କହିଛନ୍ତି।

ବୁଧବାର ଖବରଦାତା ସମ୍ମିଳନୀରେ ଉଭୟ କଂଗ୍ରେସ ଏବଂ ବିଜେଡିକୁ ଟାର୍ଗେଟ କରି ମନ୍ତ୍ରୀ କହିଛନ୍ତି, ରାଜନୈତିକ ସ୍ବାର୍ଥ ସାଧନ ପାଇଁ ହାଇଡ୍ରାମା ଚାଲିଛି। ମାର୍ଚ୍ଚ ୭ରୁ ୧୩ ଦିନ ହେଲାଣି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କଂଗ୍ରେସ ବିଧାୟକମାନେ କହୁଥିବା ଆକ୍ରମଣ ଅଭିଯୋଗକୁ ଖଣ୍ଡନ କରି ପ୍ରମାଣ ଦେବାକୁ ସେ କହିଛନ୍ତି। ଏହାଛଡ଼ା ୨୭ ପର୍ଯ୍ୟନ୍ତ ଗୃହ ଚଳାଇ ନ ଦେବାକୁ ଦିଲ୍ଲୀରୁ ନିର୍ଦ୍ଦେଶ ଆସିଥିବା ସେ ଅଭିଯୋଗ ଆଣିଛନ୍ତି।

ପୂର୍ବ ସରକାର ସମୟର ଚର୍ଚ୍ଚିତ ଘଟଣାକ୍ରମକୁ ମନେ ପକାଇ ମନ୍ତ୍ରୀ କହିଛନ୍ତି, ଅତୀତର କାର୍ଯ୍ୟକୁ ଅନୁଶୀଳନ କଲେ ଭଗବାନ କ୍ଷମା କରିବେନି। ଛବିରାଣୀ, ଅନ୍ଧୁଣୀ, ଅଞ୍ଜନା ଗଣବଳାତ୍କାର ମାମଲା କିଏ କରିଥିଲା। ସେହି କଂଗ୍ରେସ ଆଜି ମହିଳା ସୁରକ୍ଷା କଥା କହୁଛି। ପରି, ଈତିଶ୍ରୀ, ବେବିନା, ସ୍ମିତାରାଣୀ ଭଳି ୨୪ ବର୍ଷରେ ବହୁତ କିଛି ଘଟିଛି। ବିଜେଡି ଆଇନ ଶୃଙ୍ଖଳା କଥା କହିବା ଲଙ୍କାରେ ହରି ଶବ୍ଦ ସହ ସମାନ। ଗୋଟିଏ ଲୋକ କଥାରେ ଉଠବସ୍‌ ହେଉଥିଲା ସରକାର। ପୋଲିସ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ବିଧାନସଭାରୁ କଂଗ୍ରେସର ୧୪ ବିଧାୟକ ନିଲମ୍ବିତ ହୋଇଛନ୍ତି। ମଙ୍ଗଳବାର ୧୨ ବିଧାୟକଙ୍କ ପରେ ବୁଧବାର ବାକି ୨ ବିଧାୟକଙ୍କୁ ବାଚସ୍ପତି ସସପେଣ୍ଡ କରିଛନ୍ତି। ଏହାକୁ ନେଇ ଓଡ଼ିଶା ରାଜନୀତିରେ ହାଇଡ୍ରାମା ଜାରି ରହିଛି।

The post ‘ଦିଲ୍ଲୀରୁ ଆସିଛି ନିର୍ଦ୍ଦେଶ, ବିଧାନସଭାକୁ ଓ୍ବାସ୍‌ଆଉଟ୍‌ ଲାଗି ଷଡ଼ଯନ୍ତ୍ର ହେଉଛି’ appeared first on Dharitri Odia News.