ଭାଜପାର ପ୍ରଚାର ଜୋରଦାର: ଘରେ ଘରେ ପହଞ୍ଚିଲେ ମାନଗୋବିନ୍ଦ
ଦାରିଙ୍ଗବାଡି, ୯/୫ (ଅରୁଣ ସାହୁ):କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଭାଜପାର ବିଧାନସଭା ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନ ନିଜ ପ୍ରଚାର ଜୋରଦାର କରିଛନ୍ତି। ସେ ଗୁରୁବାର ସକାଳ ସମୟରେ ଦାରିଙ୍ଗବାଡି ବ୍ଲକର ବାଡାବାଙ୍ଗା ପଞ୍ଚାୟତ ସମେତ ସିମନବାଡି, ତିଲୋରୀ, ବୁଡ଼ାଗୁଡା ଗୁମିକିଆ ପର୍ଯ୍ୟନ୍ତ ପହଞ୍ଚି ପ୍ରଚାରକୁ ଜୋରଦାର କରିଛନ୍ତି। ତାଙ୍କ ସମର୍ଥକ ଙ୍କ ସହ ଘରେ ଘରେ ପହଞ୍ଚି ତାଙ୍କୁ ଭୋଟ ପ୍ରଦାନ ପାଇଁ ନିବେଦନ କରିଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ନିକଟରେ […] The post ଭାଜପାର ପ୍ରଚାର ଜୋରଦାର: ଘରେ ଘରେ ପହଞ୍ଚିଲେ ମାନଗୋବିନ୍ଦ appeared first on Dharitri Odia News.
ଦାରିଙ୍ଗବାଡି, ୯/୫ (ଅରୁଣ ସାହୁ):କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଭାଜପାର ବିଧାନସଭା ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନ ନିଜ ପ୍ରଚାର ଜୋରଦାର କରିଛନ୍ତି। ସେ ଗୁରୁବାର ସକାଳ ସମୟରେ ଦାରିଙ୍ଗବାଡି ବ୍ଲକର ବାଡାବାଙ୍ଗା ପଞ୍ଚାୟତ ସମେତ ସିମନବାଡି, ତିଲୋରୀ, ବୁଡ଼ାଗୁଡା ଗୁମିକିଆ ପର୍ଯ୍ୟନ୍ତ ପହଞ୍ଚି ପ୍ରଚାରକୁ ଜୋରଦାର କରିଛନ୍ତି। ତାଙ୍କ ସମର୍ଥକ ଙ୍କ ସହ ଘରେ ଘରେ ପହଞ୍ଚି ତାଙ୍କୁ ଭୋଟ ପ୍ରଦାନ ପାଇଁ ନିବେଦନ କରିଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ନିକଟରେ ସଠିକ ଭାବେ ପହଞ୍ଚିବା ପାଇଁ ଏଠି ବିଧାନସଭାରେ ଭାଜପାକୁ ଜିତାଇବାକୁ ସେ କହିଛନ୍ତି। ସେ କେନ୍ଦ୍ର ସରକାରଙ୍କ ଗ୍ୟାରେଣ୍ଟି ଯୋଜନା ସମ୍ପର୍କରେ ଲୋକଙ୍କୁ କହିବା ସହ ତାଙ୍କୁ ଆଶୀର୍ବାଦ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି।
ସେ ଏହିଥର ଜି. ଉଦୟଗିରି ନିର୍ବାଚନରେ ବିଜୟୀ ହେବେ ଓ ଲୋକଙ୍କ ସହଯୋଗରେ ଏକ ଭ୍ରଷ୍ଟ ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ହଟାଇବାକୁ ଲୋକଙ୍କୁ କହିଥିଲେ। ମାନଗୋବିନ୍ଦଙ୍କ ସହ ତାଙ୍କ ସମର୍ଥକ ତଥା ଭାଜପାର ବରିଷ୍ଠ କର୍ମକର୍ତ୍ତା ମିଟୁ ସାହୁ, ହରେନ ସାହୁ, ପ୍ରଭାକର ସାହୁ, ଭାଲୁ ସାହୁଙ୍କ ସମେତ ବହୁ କର୍ମୀ ତାଙ୍କ ସହ ଭାଜପାର ପ୍ରଚାର କରିଛନ୍ତି। ଏଥିସହ କନ୍ଧମାଳର ଭାଜପା ଏମପି ପ୍ରାର୍ଥୀ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ନିର୍ବାଚନରେ ଜିତାଇବାକୁ ଲୋକଙ୍କୁ ନିବେଦନ କରିବା ସହ ଡବଲ ଇଞ୍ଜିନ ସରକାର ଗଠନ କରିବାକୁ ଲୋକଙ୍କୁ ଭୋଟ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ମୁଠାକୁ ଟାଣ କରିବାକୁ ନିବେଦନ କରିଛନ୍ତି।
The post ଭାଜପାର ପ୍ରଚାର ଜୋରଦାର: ଘରେ ଘରେ ପହଞ୍ଚିଲେ ମାନଗୋବିନ୍ଦ appeared first on Dharitri Odia News.