ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦୟନିଧି
ଚେନ୍ନାଇ,୨୯ା୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ତାଙ୍କ ପୁଅ ଉଦୟନିଧିଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେବାର ଦିନକ ପରେ ରବିବାର ରାଜ୍ୟପାଳ ଆର୍.ଏନ୍. ରବି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତେବେ ଏହା କେବଳ ଏକ ପଦବୀ ନୁହେଁ, ଅତିରିକ୍ତ ଦାୟିତ୍ୱ ବୋଲି ଉଦୟନିଧି କହିଛନ୍ତି। କ୍ୟାବିନେଟ ସମ୍ପ୍ରସାରଣକୁ ଭାଜପା ସମାଲୋଚନା କରିଥିବା ବେଳେ, ଉଦୟନିଧି ନିଜ କାର୍ଯ୍ୟ ଜରିଆରେ ସମାଲୋଚନାର ଜବାବ ଦେବେ ବୋଲି କହିଛନ୍ତି। ଭି. ସେନ୍ଥିଲ ବାଲାଜୀ ପୁନର୍ବାର […] The post ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦୟନିଧି appeared first on Dharitri Odia News.
ଚେନ୍ନାଇ,୨୯ା୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ତାଙ୍କ ପୁଅ ଉଦୟନିଧିଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେବାର ଦିନକ ପରେ ରବିବାର ରାଜ୍ୟପାଳ ଆର୍.ଏନ୍. ରବି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତେବେ ଏହା କେବଳ ଏକ ପଦବୀ ନୁହେଁ, ଅତିରିକ୍ତ ଦାୟିତ୍ୱ ବୋଲି ଉଦୟନିଧି କହିଛନ୍ତି। କ୍ୟାବିନେଟ ସମ୍ପ୍ରସାରଣକୁ ଭାଜପା ସମାଲୋଚନା କରିଥିବା ବେଳେ, ଉଦୟନିଧି ନିଜ କାର୍ଯ୍ୟ ଜରିଆରେ ସମାଲୋଚନାର ଜବାବ ଦେବେ ବୋଲି କହିଛନ୍ତି।
ଭି. ସେନ୍ଥିଲ ବାଲାଜୀ ପୁନର୍ବାର ମନ୍ତ୍ରିମଣ୍ଡଳକୁ ଫେରିଥିବାବେଳେ ତାଙ୍କୁ ବିଦ୍ୟୁତ୍ ଏବଂ ଅବକାରୀ ବିଭାଗ ମିଳିଛି। ସେହିପରି ଡ. ଗୋଭି ଚେଝିଆନ୍ଙ୍କୁ ଉଚ୍ଚଶିକ୍ଷା ଏବଂ ଆର୍. ରାଜେନ୍ଦ୍ରନ୍ଙ୍କୁ ପର୍ଯ୍ୟଟନ ବିଭାଗ ଦିଆଯାଇଛି। ନୂଆ ମନ୍ତ୍ରୀମାନେ ରାଜଭବନରେ ଶପଥ ଗ୍ରହଣ କରିଛନ୍ତି। ଏସ୍.ଏମ୍. ନାସାର ସଂଖ୍ୟାଲଘୁ କଲ୍ୟାଣ ଏବଂ ପ୍ରବାସୀ ତାମିଲ କଲ୍ୟାଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପୂର୍ବରୁ ସେ ଷ୍ଟାଲିନ୍ଙ୍କ କ୍ୟାବିନେଟରେ ଦୁଗ୍ଧ ଓ ଡେଏରି ବିଭାଗ ମନ୍ତ୍ରୀ ଥିଲେ। ଶପଥ ଉତ୍ସବରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ।
The post ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦୟନିଧି appeared first on Dharitri Odia News.