ମାଓବାଦୀଙ୍କୁ ଅମିତ୍‌ ଶାହାଙ୍କ ବଡ଼ ଚେତାବନୀ

ଜଗଦଲପୁର,୧୫ା୧୨: ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ଆତ୍ମସମର୍ପଣ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ନିବେଦନ କରିଛନ୍ତି। ଆତ୍ମସମର୍ପଣ ପରେ ସେମାନଙ୍କ ଥଇଥାନ ସରକାରଙ୍କ ଦାୟିତ୍ୱ ବୋଲି ଶାହା ରବିବାର ଛତିଶଗଡ଼ର ବସ୍ତର ଜିଲା ଅନ୍ତର୍ଗତ ଜଗଦଲପୁରଠାରେ ଏକ କ୍ରୀଡ଼ା କାର୍ଯ୍ୟକ୍ରମରେ କହିଛନ୍ତି। ଯଦି ମାଓବାଦୀମାନେ ଅସ୍ତ୍ର ତ୍ୟାଗକରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ନ ହୁଅନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି […] The post ମାଓବାଦୀଙ୍କୁ ଅମିତ୍‌ ଶାହାଙ୍କ ବଡ଼ ଚେତାବନୀ appeared first on Dharitri Odia News.

ମାଓବାଦୀଙ୍କୁ ଅମିତ୍‌ ଶାହାଙ୍କ ବଡ଼ ଚେତାବନୀ

ଜଗଦଲପୁର,୧୫ା୧୨: ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ଆତ୍ମସମର୍ପଣ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ନିବେଦନ କରିଛନ୍ତି। ଆତ୍ମସମର୍ପଣ ପରେ ସେମାନଙ୍କ ଥଇଥାନ ସରକାରଙ୍କ ଦାୟିତ୍ୱ ବୋଲି ଶାହା ରବିବାର ଛତିଶଗଡ଼ର ବସ୍ତର ଜିଲା ଅନ୍ତର୍ଗତ ଜଗଦଲପୁରଠାରେ ଏକ କ୍ରୀଡ଼ା କାର୍ଯ୍ୟକ୍ରମରେ କହିଛନ୍ତି।

ଯଦି ମାଓବାଦୀମାନେ ଅସ୍ତ୍ର ତ୍ୟାଗକରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ନ ହୁଅନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶ ମାଓବାଦୀମୁକ୍ତ ହେବ ବୋଲି ସେ ପୁନର୍ବାର ଦୋହରାଇଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂକଳ୍ପ ନେଇଥିବାରୁ ତାହା ପୂରଣ କରିବାକୁ ଛତିଶଗଡ଼ ପୋଲିସ ପ୍ରତିଶ୍ରୁତିବଦ୍ଧ। ଛତିଶଗଡ଼ ସରକାରଙ୍କ ପୁନର୍ବାସନ ନୀତି ସବୁଠୁ ଭଲ ବୋଲି ଶାହା କହିଛନ୍ତି।

The post ମାଓବାଦୀଙ୍କୁ ଅମିତ୍‌ ଶାହାଙ୍କ ବଡ଼ ଚେତାବନୀ appeared first on Dharitri Odia News.