ବଢୁଛି ଖରା, ଜମୁଛି ତାଳସଜ ବେପାର
ପଦ୍ମପୁର,୧୨ା୫ (ପ୍ରଦୀପ୍ତ ଦାଶ):ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଛି। ତାପମାତ୍ରା ବଢ଼ୁଥିବା ବେଳେ ଲୋକଙ୍କୁ ଗୁଳୁଗୁଳି ବିଶେଷ କଷ୍ଟ ଦେଉଛି। ଗରମରୁ ରକ୍ଷା ପାଇବା ପାଇଁ ଲୋକେ ରାସ୍ତା କଡ଼ର ସରବତ, ସୋଢ଼ା ମସଲା, ତରଭୁଜ, କାକୁଡ଼ି, ଆଖୁପଣା ପ୍ରଭୃତି ଥଣ୍ଡା ପାନୀୟକୁ ଗୁରୁତ୍ୱ ଦେଉଛନ୍ତି। ଇତିମଧ୍ୟରେ ଏବେ ଗ୍ରାମବାସୀଙ୍କ ଜିବିକା ପାଲଟିଛି ତାଳସଜ। ବର୍ତ୍ତମାନ ତାଳସଜର ସ୍ବାଦ ସମସ୍ତଙ୍କୁ ଆକର୍ଷିତ କରୁଛି। ପାଟଣାଗଡ଼ ରାସ୍ତାରୁ ପଦ୍ମପୁର ଆସିବା ବାଟରେ ଏବଂ ପଦ୍ମପୁର ଦୈନିକ ବଜାରରେ […] The post ବଢୁଛି ଖରା, ଜମୁଛି ତାଳସଜ ବେପାର appeared first on Dharitri Odia News.
ପଦ୍ମପୁର,୧୨ା୫ (ପ୍ରଦୀପ୍ତ ଦାଶ):ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଛି। ତାପମାତ୍ରା ବଢ଼ୁଥିବା ବେଳେ ଲୋକଙ୍କୁ ଗୁଳୁଗୁଳି ବିଶେଷ କଷ୍ଟ ଦେଉଛି। ଗରମରୁ ରକ୍ଷା ପାଇବା ପାଇଁ ଲୋକେ ରାସ୍ତା କଡ଼ର ସରବତ, ସୋଢ଼ା ମସଲା, ତରଭୁଜ, କାକୁଡ଼ି, ଆଖୁପଣା ପ୍ରଭୃତି ଥଣ୍ଡା ପାନୀୟକୁ ଗୁରୁତ୍ୱ ଦେଉଛନ୍ତି। ଇତିମଧ୍ୟରେ ଏବେ ଗ୍ରାମବାସୀଙ୍କ ଜିବିକା ପାଲଟିଛି ତାଳସଜ। ବର୍ତ୍ତମାନ ତାଳସଜର ସ୍ବାଦ ସମସ୍ତଙ୍କୁ ଆକର୍ଷିତ କରୁଛି। ପାଟଣାଗଡ଼ ରାସ୍ତାରୁ ପଦ୍ମପୁର ଆସିବା ବାଟରେ ଏବଂ ପଦ୍ମପୁର ଦୈନିକ ବଜାରରେ ଏବେ ତାଳସଜର ପସରା ଦେଖିବାକୁ ମିଲୁଛି। ଯାନବାହନରେ ଯାଉଥିବା ଲୋକମାନେ ବାଟରେ ଅଟକି ତାଳସଜର ମଜା ନେଉଛନ୍ତି। ବର୍ଷକରେ ଥରେ ମିଳୁଥିବା ଏହି ତାଳସଜ ରାସ୍ତାକଡ଼ରେ ତିନୋଟି ତାଳକୁ କାଟି ତାହାର ସଜ ବାହାର କରି ୨୦ଟଙ୍କା ନେଉଥିବା ବେଳେ ଦୈନିକ ବଜାରରେ କେବଳ ତାଳସଜ ୨୫୦ ଗ୍ରାମକୁ ୩୦ଟଙ୍କାରେ ବିକ୍ରି କରାଯାଉଛି।
The post ବଢୁଛି ଖରା, ଜମୁଛି ତାଳସଜ ବେପାର appeared first on Dharitri Odia News.