ଚାମ୍ପିୟନ୍ସ ଟ୍ରଫି ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା

ଖ୍ରୀଷ୍ଟଚର୍ଚ୍ଚ,୧୨।୧: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ନ୍ୟୁଜିଲାଣ୍ଡ ଟିମ୍‌ ଘୋଷଣା ହୋଇଛି। ଏହି ଟିମ୍‌ର ଅଧିନାୟିକତ୍ୱ ମିଚେଲ୍‌ ସ୍ୟାଣ୍ଟନର୍‌ କରିବେ। ଦିନିକିଆ ସ୍କ୍ବାଡକୁ କେନ୍‌ ଓ୍ବିଲିୟମସନ୍‌, ଲକି ଫର୍ଗୁସନ୍‌ ଏବଂ ଡେଭୋନ୍‌ କନଓ୍ବେ ଫେରିଛନ୍ତି। ଏହି ୩ ଖେଳାଳି ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଦିନିକିଆ ସିରିଜ୍‌ରେ ଦଳର ଅଂଶ ନ ଥିଲେ। ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଏକ ଅଭିଜ୍ଞ ଦଳ ଚୟନ କରିଛି। ବିନ ସିୟର୍ସଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି। ଆଘାତ ଯୋଗୁ ସେ ଶ୍ରୀଲଙ୍କା ବିପକ୍ଷ […] The post ଚାମ୍ପିୟନ୍ସ ଟ୍ରଫି ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା appeared first on Dharitri Odia News.

ଚାମ୍ପିୟନ୍ସ ଟ୍ରଫି ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା

ଖ୍ରୀଷ୍ଟଚର୍ଚ୍ଚ,୧୨।୧: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ନ୍ୟୁଜିଲାଣ୍ଡ ଟିମ୍‌ ଘୋଷଣା ହୋଇଛି। ଏହି ଟିମ୍‌ର ଅଧିନାୟିକତ୍ୱ ମିଚେଲ୍‌ ସ୍ୟାଣ୍ଟନର୍‌ କରିବେ। ଦିନିକିଆ ସ୍କ୍ବାଡକୁ କେନ୍‌ ଓ୍ବିଲିୟମସନ୍‌, ଲକି ଫର୍ଗୁସନ୍‌ ଏବଂ ଡେଭୋନ୍‌ କନଓ୍ବେ ଫେରିଛନ୍ତି। ଏହି ୩ ଖେଳାଳି ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଦିନିକିଆ ସିରିଜ୍‌ରେ ଦଳର ଅଂଶ ନ ଥିଲେ।
ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଏକ ଅଭିଜ୍ଞ ଦଳ ଚୟନ କରିଛି। ବିନ ସିୟର୍ସଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି। ଆଘାତ ଯୋଗୁ ସେ ଶ୍ରୀଲଙ୍କା ବିପକ୍ଷ ଘରୋଇ ଦିନିକିଆ ସିରିଜରେ ଦଳର ଅଂଶ ନଥିଲେ। ଏହି ସିରିଜରେ ନ୍ୟୁଜିଲାଣ୍ଡ ଶ୍ରୀଲଙ୍କାକୁ ୨-୧ ଗୋଲରେ ପରାସ୍ତ କରିଥିଲା। ଏହା ବହୁତ ଦିନ ପରେ ପ୍ରଥମ ଆଇସିସି ଟୁର୍ନାମେଣ୍ଟ ହେବ, ଯେଉଁଥିରେ ଟ୍ରେଣ୍ଟ ବୋଲ୍ଟ ଏବଂ ଟିମ ସାଉଦି ଏକାଠି ଦଳର ଅଂଶ ହେବେ ନାହିଁ। ଏହି ଦୁଇଜଣଙ୍କ ଡେବ୍ୟୁ ପରଠାରୁ ଏହା ବହୁତ କମ ଘଟିଛି। ବୋଲ୍ଟ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି।
ନ୍ୟୁଜିଲାଣ୍ଡ ଦଳ: ମିଚେଲ ସାଣ୍ଟନର (ଅଧିନାୟକ), ୱିଲ ୟଙ୍ଗ, ଡେଭନ କନୱେ, ରାଚିନ ରବିନ୍ଦ୍ର, କେନ ୱିଲିୟମ୍ସନ, ମାର୍କ ଚାପମ୍ୟାନ, ଡାରିଲ ମିଚେଲ, ଟମ ଲାଥାମ, ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସୱେଲ, ନାଥନ ସ୍ମିଥ, ମ୍ୟାଟ ହେନରୀ, ଲକି ଫର୍ଗୁସନ, ବେନ ସିୟର୍ସ, ୱିଲ ଓ’ରାଉର୍କେ।

The post ଚାମ୍ପିୟନ୍ସ ଟ୍ରଫି ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା appeared first on Dharitri Odia News.