ହାର୍ଦ୍ଦିକଙ୍କ ସହ ଈଶାନଙ୍କ ପ୍ରଶିକ୍ଷଣରେ ବିସିସିଆଇ ଅସନ୍ତୁଷ୍ଟ, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ
ନୂଆଦିଲ୍ଲୀ,୨।୩: ନିକଟରେ ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାଣ୍ଟ ଘୋଷଣା କରାଯାଇଥିଲା। ଏହି ସେଣ୍ଟ୍ରାଲ କଣ୍ଟ୍ରାଣ୍ଟରେ ଈଶାନ କିଷନ ଏବଂ ଶ୍ରେୟସ ଆୟରଙ୍କୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ । ଏହାପୂର୍ବରୁ ଈଶାନ ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାଣ୍ଟ ୨୦୨୨-୨୩ରେ ଗ୍ରେଡ ବିର ଅଂଶ ଥିଲେ । ଯେତେବେଳେ ମଧ୍ୟମ ଅର୍ଡର ବ୍ୟାଟର୍ ଶ୍ରେୟସ ଆୟର ଗ୍ରେଡ ବିରେ ଥିଲେ। ଏହିପରି ଭାବରେ ଶ୍ରେୟସ ଆୟର ବାର୍ଷିକ ଶୁଳ୍କ ଭାବରେ ୩ କୋଟି ଟଙ୍କା ନେଉଥିବାବେଳେ ଈଶାନ ବିସିସିଆଇରୁ ବାର୍ଷିକ ।କୋଟି ଟଙ୍କା […] The post ହାର୍ଦ୍ଦିକଙ୍କ ସହ ଈଶାନଙ୍କ ପ୍ରଶିକ୍ଷଣରେ ବିସିସିଆଇ ଅସନ୍ତୁଷ୍ଟ, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୨।୩: ନିକଟରେ ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାଣ୍ଟ ଘୋଷଣା କରାଯାଇଥିଲା। ଏହି ସେଣ୍ଟ୍ରାଲ କଣ୍ଟ୍ରାଣ୍ଟରେ ଈଶାନ କିଷନ ଏବଂ ଶ୍ରେୟସ ଆୟରଙ୍କୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ । ଏହାପୂର୍ବରୁ ଈଶାନ ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାଣ୍ଟ ୨୦୨୨-୨୩ରେ ଗ୍ରେଡ ବିର ଅଂଶ ଥିଲେ । ଯେତେବେଳେ ମଧ୍ୟମ ଅର୍ଡର ବ୍ୟାଟର୍ ଶ୍ରେୟସ ଆୟର ଗ୍ରେଡ ବିରେ ଥିଲେ। ଏହିପରି ଭାବରେ ଶ୍ରେୟସ ଆୟର ବାର୍ଷିକ ଶୁଳ୍କ ଭାବରେ ୩ କୋଟି ଟଙ୍କା ନେଉଥିବାବେଳେ ଈଶାନ ବିସିସିଆଇରୁ ବାର୍ଷିକ ।କୋଟି ଟଙ୍କା ପାଉଥିଲେ। କିନ୍ତୁ ବର୍ତ୍ତମାନ ଉଭୟ ଖେଳାଳି ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାଣ୍ଟର ଅଂଶ ନୁହଁନ୍ତି, ଅର୍ଥାତ୍ ଉଭୟଙ୍କୁ ବିସିସିଆଇରୁ ବାର୍ଷିକ ଟଙ୍କା ମିଳିବ ନାହିଁ।
ତେବେ ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ଈଶାନ କିଷନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟ୍ରେନିଂ କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ବିସିସିଆଇ ଏଥିରେ ଖୁସି ନୁହେଁ। ବିସିସିଆଇ ଚୟନକର୍ତ୍ତାମାନେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଈଶାନ କିଷନ ସହ ପ୍ରଶିକ୍ଷଣରେ ଅସନ୍ତୁଷ୍ଟ ଅଛନ୍ତି। ବାସ୍ତବରେ, ହାର୍ଦ୍ଦିକ ପାଣ୍ଡ୍ୟା ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାଣ୍ଟର ଏକ ଅଂଶ, କିନ୍ତୁ ଈଶାନ କିଷନ କେନ୍ଦ୍ରୀୟ ଚୁକ୍ତିନାମା ପାଇ ନାହାଁନ୍ତି। ଏଭଳି ପରିସ୍ଥିତିରେ ଚୟନକର୍ତ୍ତାମାନେ ହାର୍ଦ୍ଦିକ ଏବଂ ଈଶାନ ପ୍ରଶିକ୍ଷଣକୁ ନେଇ ଅସନ୍ତୁଷ୍ଟ ଅଛନ୍ତି।
The post ହାର୍ଦ୍ଦିକଙ୍କ ସହ ଈଶାନଙ୍କ ପ୍ରଶିକ୍ଷଣରେ ବିସିସିଆଇ ଅସନ୍ତୁଷ୍ଟ, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ appeared first on Dharitri Odia News.