ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ଫଟୋ, ପୁଣି ଉଠିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ

ପୁରୀ: ପଦାରେ ପଡ଼ିଲା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା। ସୋସିଆଲ ମିଡିଆରେ ପୁଣି ଭାଇରାଲ୍ ହୋଇଛି ଶ୍ରୀମନ୍ଦିର ଭିତର ଫଟୋ। ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ୍ କରିଛନ୍ତି ଜଣେ ଯୁବକ। ଗୌରଭ କୁମାର ସାହୁ ନାମକ ଯୁବକ ନିଜ ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ୍ କରିଛନ୍ତି।ତେବେ ଶ୍ରୀମନ୍ଦିର ବାହାରେ ଏବଂ ଭିତରେ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଯୁବକ ଜଣକ କିଭଳି ମୋବାଇଲ୍ ଫୋନ୍ ଭିତରକୁ ନେଇ ଫଟୋ ଉଠାଇଲେ ତା'କୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ଭିତରେ ମାଳ ମାଳ ଜେଟିପି, ସେବାୟତ ଏବଂ ଶ୍ରୀମନ୍ଦିର କର୍ମଚାରୀ ଡ୍ୟୁଟି କରୁଥିଲେ ମଧ୍ୟ ଏହି ଘଟଣା ସେମାନଙ୍କ ନଜରକୁ କିଭଳି ଆସିଲା ନାହିଁ ତାହା ଏବେ ସାଧାରଣରେ ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଫଟୋ କିର୍ତ୍ତନ ଚକଡାରୁ ଉଠାଯାଇଥିବା ସନ୍ଦେହ କରାଯାଉଛି। ଗତ କିଛିଦିନ ପୂର୍ବରୁ ଶ୍ରୀମନ୍ଦିର ଉପରେ ମଧ୍ୟ ଡ୍ରୋନ ଉଡିଥିବା ବେଳେ ସମ୍ପୃକ୍ତ ସନ୍ଦିଗ୍ଧର ଏପର୍ଯ୍ୟନ୍ତ ପତ୍ତା ପାଇନାହିଁ ପୁରୀ ପୋଲିସ। ଘଟଣାକୁ ନେଇ ପୋଲିସ ପକ୍ଷରୁ ଦୁଇଟି ଟିମ୍ ଗଠନ ହୋଇ ତଦନ୍ତ କରାଯାଉଛି ବୋଲି ସେହି ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ପୁରୀ ଏସପି। ତେବେ ଡ୍ରୋନ୍ କିଏ ଉଡାଇଥିଲା ତା'ର ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନଥିବା ବେଳେ ଏବେ ସୋସିଆଲ ମିଡିଆରେ ଖୁଲମଖୁଲା ଫଟୋ ଭାଇରାଲ୍ କରିଥିବା

ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ଫଟୋ, ପୁଣି ଉଠିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ

ପୁରୀ: ପଦାରେ ପଡ଼ିଲା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା। ସୋସିଆଲ ମିଡିଆରେ ପୁଣି ଭାଇରାଲ୍ ହୋଇଛି ଶ୍ରୀମନ୍ଦିର ଭିତର ଫଟୋ। ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ୍ କରିଛନ୍ତି ଜଣେ ଯୁବକ। ଗୌରଭ କୁମାର ସାହୁ ନାମକ ଯୁବକ ନିଜ ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ୍ କରିଛନ୍ତି।

ତେବେ ଶ୍ରୀମନ୍ଦିର ବାହାରେ ଏବଂ ଭିତରେ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଯୁବକ ଜଣକ କିଭଳି ମୋବାଇଲ୍ ଫୋନ୍ ଭିତରକୁ ନେଇ ଫଟୋ ଉଠାଇଲେ ତା'କୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ଭିତରେ ମାଳ ମାଳ ଜେଟିପି, ସେବାୟତ ଏବଂ ଶ୍ରୀମନ୍ଦିର କର୍ମଚାରୀ ଡ୍ୟୁଟି କରୁଥିଲେ ମଧ୍ୟ ଏହି ଘଟଣା ସେମାନଙ୍କ ନଜରକୁ କିଭଳି ଆସିଲା ନାହିଁ ତାହା ଏବେ ସାଧାରଣରେ ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଫଟୋ କିର୍ତ୍ତନ ଚକଡାରୁ ଉଠାଯାଇଥିବା ସନ୍ଦେହ କରାଯାଉଛି। 


ଗତ କିଛିଦିନ ପୂର୍ବରୁ ଶ୍ରୀମନ୍ଦିର ଉପରେ ମଧ୍ୟ ଡ୍ରୋନ ଉଡିଥିବା ବେଳେ ସମ୍ପୃକ୍ତ ସନ୍ଦିଗ୍ଧର ଏପର୍ଯ୍ୟନ୍ତ ପତ୍ତା ପାଇନାହିଁ ପୁରୀ ପୋଲିସ। ଘଟଣାକୁ ନେଇ ପୋଲିସ ପକ୍ଷରୁ ଦୁଇଟି ଟିମ୍ ଗଠନ ହୋଇ ତଦନ୍ତ କରାଯାଉଛି ବୋଲି ସେହି ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ପୁରୀ ଏସପି। ତେବେ ଡ୍ରୋନ୍ କିଏ ଉଡାଇଥିଲା ତା'ର ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନଥିବା ବେଳେ ଏବେ ସୋସିଆଲ ମିଡିଆରେ ଖୁଲମଖୁଲା ଫଟୋ ଭାଇରାଲ୍ କରିଥିବା ସମ୍ପୃକ୍ତ ଯୁବକଙ୍କ ଉପରେ ପୋଲିସର କ'ଣ କାର୍ଯ୍ୟାନୁଷ୍ଠାନ ରହୁଛି ତା'କୁ ହିଁ ଅପେକ୍ଷା।