ଅଭିନେତ୍ରୀଙ୍କୁ ହତ୍ୟା ଧମକ: ୨ ଦିନରେ ୫୦ ଲକ୍ଷ ଟଙ୍କା ନ ଦେଲେ ଉଡାଇଦେବୁ

ନୂଆଦିଲ୍ଲୀ,୧୩।୧୧: ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କ ପରେ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂଙ୍କୁ ହତ୍ୟା ଧମକ ଦିଆଯାଇଛି। ଅଜଣା ନମ୍ବରରୁ ତାଙ୍କୁ ଧମକପୂର୍ଣ୍ଣ କଲ୍‌ ଆସିଛି। କଲର୍‌ ତାଙ୍କ ସହ ଅସଦାଚରଣ କରିବା ସହ ୫୦ ଲକ୍ଷ ଟଙ୍କା ମାଗିଥିବା ଅକ୍ଷରା ଦାନାପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିନେତ୍ରୀଙ୍କ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତାଙ୍କ ଅଭିଯୋଗରେ ଅକ୍ଷରା କହିଛନ୍ତି, ନଭେମ୍ବର ୧୧ ଦିନ […] The post ଅଭିନେତ୍ରୀଙ୍କୁ ହତ୍ୟା ଧମକ: ୨ ଦିନରେ ୫୦ ଲକ୍ଷ ଟଙ୍କା ନ ଦେଲେ ଉଡାଇଦେବୁ appeared first on Dharitri Odia News.

ଅଭିନେତ୍ରୀଙ୍କୁ ହତ୍ୟା ଧମକ: ୨ ଦିନରେ ୫୦ ଲକ୍ଷ ଟଙ୍କା ନ ଦେଲେ ଉଡାଇଦେବୁ

ନୂଆଦିଲ୍ଲୀ,୧୩।୧୧: ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କ ପରେ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂଙ୍କୁ ହତ୍ୟା ଧମକ ଦିଆଯାଇଛି। ଅଜଣା ନମ୍ବରରୁ ତାଙ୍କୁ ଧମକପୂର୍ଣ୍ଣ କଲ୍‌ ଆସିଛି। କଲର୍‌ ତାଙ୍କ ସହ ଅସଦାଚରଣ କରିବା ସହ ୫୦ ଲକ୍ଷ ଟଙ୍କା ମାଗିଥିବା ଅକ୍ଷରା ଦାନାପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିନେତ୍ରୀଙ୍କ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତାଙ୍କ ଅଭିଯୋଗରେ ଅକ୍ଷରା କହିଛନ୍ତି, ନଭେମ୍ବର ୧୧ ଦିନ ପ୍ରାୟ ୧୨.୨୦ ସମୟରେ ତାଙ୍କୁ ଦୁଇଟି ଭିନ୍ନ ନମ୍ବରରୁ କଲ ଆସିଥିଲା। ସେ କଲ ପାଇବା ମାତ୍ରେ କଲ କରୁଥିବା ବ୍ୟକ୍ତି ତାଙ୍କୁ ଦୁର୍ବ୍ୟବହାର କରି ଧମକ ଦେଇଥିଲେ। ଦୁଇ ଦିନ ମଧ୍ୟରେ ୫୦ ଲକ୍ଷ ଟଙ୍କା ନ ଦେଲେ ତୁମକୁ ହତ୍ୟା କରାଯିବ ବୋଲି ଧମକ ଦେଇଛନ୍ତି।

ପୋଲିସ ଷ୍ଟେଶନ ଦାୟିତ୍ୱରେ ଥିବା ପ୍ରଶାନ୍ତ କୁମାର ଭରଦ୍ୱାଜ କହିଛନ୍ତି, ଘଟଣାର ଅନୁସନ୍ଧାନ କରାଯାଉଛି। କଲରଙ୍କୁ ଶୀଘ୍ର ଚିହ୍ନଟ କରାଯିବ।

ଭୋଜପୁରୀ ସିନେମାର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅକ୍ଷରା ସିଂ ଅନ୍ୟତମ। ଅକ୍ଷରା ନିଜର ଦୃଢ ଅଭିନୟ ଏବଂ ଗୀତ ପାଇଁ ସାରା ଦେଶରେ ପ୍ରସିଦ୍ଧ। ଅକ୍ଷରା ସିଂ ଟିଭିରେ ମଧ୍ୟ କାମ କରିଛନ୍ତି। ସେ ଅନେକ ସିରିଏଲ କରିଛନ୍ତି।

The post ଅଭିନେତ୍ରୀଙ୍କୁ ହତ୍ୟା ଧମକ: ୨ ଦିନରେ ୫୦ ଲକ୍ଷ ଟଙ୍କା ନ ଦେଲେ ଉଡାଇଦେବୁ appeared first on Dharitri Odia News.