IPLରୁ ମୋଟ କେତେ ରୋଜଗାର କରେ ଜିଓ ହଟ୍‌ଷ୍ଟାର୍‌ ? ଆୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ନୂଆଦିଲ୍ଲୀ ୦୩।୦୬: ଇଣ୍ଡିଆନ୍ ପ୍ରିମିୟର ଲିଗ୍ । କେବଳ କ୍ରିକେଟ୍ ଏବଂ ଗ୍ଲାମରର ନାଁ ନୁହେଁ। ଏହି ଟୁର୍ଣ୍ଣାମେଣ୍ଟ ଲକ୍ଷ କୋଟି ରୋଜଗାର କରୁଥିବା ବଡ ପ୍ଲାଟଫର୍ମ ।  ଫ୍ରାଞ୍ଚାଇଜିଠାରୁ ଆରମ୍ଭ କରି BCCI ପର୍ଯ୍ୟନ୍ତ, ପ୍ରତିବର୍ଷ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି । ଏହି ଆୟ ବିଜ୍ଞାପନ, ବ୍ରଡକାଷ୍ଟିଙ୍ଗ୍ ଏବଂ ଅନ୍ୟାନ୍ୟ ଉତ୍ସରୁ ହୋଇଥାଏ । ଏଥିରେ ଜିଓ ହଟ୍‌ଷ୍ଟାର୍‌ ପଛରେ ନାହିଁ। ହଟ୍‌ଷ୍ଟାର୍‌ ପ୍ରତି ସିଜନରେ ଏହାର ବ୍ରଡକାଷ୍ଟିଙ୍ଗ୍‌ରୁ ରୋଜଗାର କରିଥାଏ କୋଟି କୋଟି ଟଙ୍କା । ଆସନ୍ତୁ ଜାଣିବା IPLର ପ୍ରତ୍ୟେକ ସିଜିନରୁ ଜିଓ ହଟ୍‌ଷ୍ଟାର୍‌ କେତେ ରୋଜଗାର କରେ?IPLର ଏହି ସିଜିନ୍ ହଟଷ୍ଟାର ପାଇଁ କୌଣସି ଲଟେରୀ ଠାରୁ କମ୍ ନୁହେଁ । ଜିଓ ଏବଂ ହଟ୍‌ଷ୍ଟାର୍‌ର ମିଶ୍ରଣ ପରେ ଏହାର ୟୁଜର୍ସ ସଂଖ୍ୟା ନିରନ୍ତର ବୃଦ୍ଧି ପାଇଛି । ଏହା Netflixକୁ ମଧ୍ଯ ପଛରେ ପକାଇବାକୁ ଯାଉଛି  । ଜିଓ ହଟ୍‌ଷ୍ଟାର୍‌ର ସବସ୍କ୍ରିପସନ ଏହି ମାସରେ ୨୮୦ ନିୟୁତକୁ ବୃଦ୍ଧି ପାଇଛି । ଯାହା ଏପ୍ରିଲରେ ପ୍ରାୟ ୨୦୦ ନିୟୁତ ଥିଲା । ଅନ୍ୟପକ୍ଷରେ Netflixରେ ସାରା ବିଶ୍ୱରେ ୩୦୦ ନିୟୁତ ସବସ୍କ୍ରିପସନ ଅଛି । ଏହି ଦୃଷ୍ଟିରୁ, ଜିଓ ହଟ୍‌ଷ୍ଟାର୍‌ ୟୁଜର୍ସଙ୍କ ସଂଖ୍ୟା ଆଧାରରେ କେବଳ ୨୦ ନିୟୁତ ପଛରେ ଅଛି। IPLର ପ୍ରତ୍ୟେକ ସିଜିନରେ ବ୍ରଡକାଷ୍ଟିଙ୍ଗ୍ରୁ ହିଁ ହୋଇଥାଏ କୋଟି କୋଟି ଟଙ୍କା ରୋଜଗାର । IPLର ଏହି ସିଜିନ୍ କେବଳ ଗ୍ରାହକ ସଂଖ୍ୟା ଦୃଷ୍ଟ

IPLରୁ ମୋଟ କେତେ ରୋଜଗାର କରେ ଜିଓ ହଟ୍‌ଷ୍ଟାର୍‌ ? ଆୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ନୂଆଦିଲ୍ଲୀ ୦୩।୦୬: ଇଣ୍ଡିଆନ୍ ପ୍ରିମିୟର ଲିଗ୍ । କେବଳ କ୍ରିକେଟ୍ ଏବଂ ଗ୍ଲାମରର ନାଁ ନୁହେଁ। ଏହି ଟୁର୍ଣ୍ଣାମେଣ୍ଟ ଲକ୍ଷ କୋଟି ରୋଜଗାର କରୁଥିବା ବଡ ପ୍ଲାଟଫର୍ମ ।  ଫ୍ରାଞ୍ଚାଇଜିଠାରୁ ଆରମ୍ଭ କରି BCCI ପର୍ଯ୍ୟନ୍ତ, ପ୍ରତିବର୍ଷ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି । ଏହି ଆୟ ବିଜ୍ଞାପନ, ବ୍ରଡକାଷ୍ଟିଙ୍ଗ୍ ଏବଂ ଅନ୍ୟାନ୍ୟ ଉତ୍ସରୁ ହୋଇଥାଏ । ଏଥିରେ ଜିଓ ହଟ୍‌ଷ୍ଟାର୍‌ ପଛରେ ନାହିଁ। ହଟ୍‌ଷ୍ଟାର୍‌ ପ୍ରତି ସିଜନରେ ଏହାର ବ୍ରଡକାଷ୍ଟିଙ୍ଗ୍‌ରୁ ରୋଜଗାର କରିଥାଏ କୋଟି କୋଟି ଟଙ୍କା । ଆସନ୍ତୁ ଜାଣିବା IPLର ପ୍ରତ୍ୟେକ ସିଜିନରୁ ଜିଓ ହଟ୍‌ଷ୍ଟାର୍‌ କେତେ ରୋଜଗାର କରେ?

IPLର ଏହି ସିଜିନ୍ ହଟଷ୍ଟାର ପାଇଁ କୌଣସି ଲଟେରୀ ଠାରୁ କମ୍ ନୁହେଁ । ଜିଓ ଏବଂ ହଟ୍‌ଷ୍ଟାର୍‌ର ମିଶ୍ରଣ ପରେ ଏହାର ୟୁଜର୍ସ ସଂଖ୍ୟା ନିରନ୍ତର ବୃଦ୍ଧି ପାଇଛି । ଏହା Netflixକୁ ମଧ୍ଯ ପଛରେ ପକାଇବାକୁ ଯାଉଛି  । ଜିଓ ହଟ୍‌ଷ୍ଟାର୍‌ର ସବସ୍କ୍ରିପସନ ଏହି ମାସରେ ୨୮୦ ନିୟୁତକୁ ବୃଦ୍ଧି ପାଇଛି । ଯାହା ଏପ୍ରିଲରେ ପ୍ରାୟ ୨୦୦ ନିୟୁତ ଥିଲା । ଅନ୍ୟପକ୍ଷରେ Netflixରେ ସାରା ବିଶ୍ୱରେ ୩୦୦ ନିୟୁତ ସବସ୍କ୍ରିପସନ ଅଛି । ଏହି ଦୃଷ୍ଟିରୁ, ଜିଓ ହଟ୍‌ଷ୍ଟାର୍‌ ୟୁଜର୍ସଙ୍କ ସଂଖ୍ୟା ଆଧାରରେ କେବଳ ୨୦ ନିୟୁତ ପଛରେ ଅଛି। 

IPLର ପ୍ରତ୍ୟେକ ସିଜିନରେ ବ୍ରଡକାଷ୍ଟିଙ୍ଗ୍ରୁ ହିଁ ହୋଇଥାଏ କୋଟି କୋଟି ଟଙ୍କା ରୋଜଗାର । IPLର ଏହି ସିଜିନ୍ କେବଳ ଗ୍ରାହକ ସଂଖ୍ୟା ଦୃଷ୍ଟିରୁ ନୁହେଁ ବରଂ ରାଜସ୍ୱ ଦୃଷ୍ଟିରୁ ମଧ୍ୟ ଜିଓ ହଟ୍‌ଷ୍ଟାର୍‌ ପାଇଁ ବହୁତ ଭଲ ରହିଛି। ଏକ ରିପୋର୍ଟ ଅନୁଯାୟୀ ଜିଓ ହଟ୍‌ଷ୍ଟାର୍‌ ଏହି ଇଭେଣ୍ଟରୁ ୪୫୦୦ କୋଟି ଟଙ୍କା ରାଜସ୍ୱ ପାଇବାର ଆଶା କରାଯାଉଛି । ସୂଚନା ଅନୁଯାୟୀ, ଗତ ସିଜିନରେ ଏହାର ରାଜସ୍ୱ ପ୍ରାୟ ୪ହଜାର କୋଟି ଟଙ୍କା ଥିଲା।