ଚାକିରି ସଂରକ୍ଷଣକୁ ନେଇ ବାଂଲାଦେଶରେ ପୁଣି ହିଂସା, ୧୦୦ ମୃତ, ଦେଶବ୍ୟାପୀ କର୍ଫ୍ୟୁ
ଢାକା: ଚାକିରି ସଂରକ୍ଷଣକୁ ନେଇ ବାଂଲାଦେଶ ହୋଇଥିବା ସଦ୍ୟ ହିଂସା ଭୟଙ୍କର ରୂପ ଧାରଣ କରିଛି । ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ରାସ୍ତାକୁ ଓହ୍ଲାଇ ସରକାରୀ ସମ୍ପତ୍ତି ଜଳାପୋଡ଼ା ଏବଂ ଭଙ୍ଗାରୁଜା କରିଛନ୍ତି । ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସ ଲୁହବୁହା ଗ୍ୟାସ୍ ଏବଂ ସ୍ମୋକ୍ ଗ୍ରେନେଡ୍ ମାଡ଼ କରିଛି । ହିଂସାକାଣ୍ଡରେ ଶେଷ ଖବର ସୁଦ୍ଧା ୧୦୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ସିରାଜଗଞ୍ଜରେ ଆନ୍ଦୋଳନକାରୀ ଏକ ଥାନା ଉପରେ ଆକ୍ରମଣ କରିବା ସହ ୧୩ ପୁଲିସ କର୍ମୀଙ୍କୁ ପିଟି ହତ୍ୟା କରିଛନ୍ତି । ହିଂସାକୁ ନିୟନ୍ତ୍ରଣ କରିବା ଲାଗି ଦେଶବ୍ୟାପୀ କର୍ଫ୍ୟୁ ଲାଗୁ ହୋଇଛି । ଇଣ୍ଟରନେଟ୍ ସେବା ବି ବନ୍ଦ ହୋଇଛି । ଫେସ୍ବୁକ୍, ହ୍ୱାଟ୍ସଆପ୍, ଇନ୍ଷ୍ଟାଗ୍ରାମ୍ ଏବଂ ଏକ୍ସ ଭଳି ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଉପରେ ରୋକ୍ ଲଗାଯାଇଛି । ସୋମବାରଠାରୁ ୩ ଦିନ ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଛି ।ସଦ୍ୟ ହିଂସାରେ ଆନ୍ଦୋଳନକାରୀମାନେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ଇସ୍ତଫା ନ ଦେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ବିକ୍ଷୋଭକାରୀ ଚେତାବନୀ ଦେଇଛନ୍ତି । ହସିନା ଚଳିତବର୍ଷ ଜାନୁଆରୀରେ ଲଗାତର ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । କିନ୍ତୁ ଏଥର ପ୍ରମୁଖ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ନିର୍ବାଚନ ଲଢ଼ି ନ ଥିଲା
ଢାକା: ଚାକିରି ସଂରକ୍ଷଣକୁ ନେଇ ବାଂଲାଦେଶ ହୋଇଥିବା ସଦ୍ୟ ହିଂସା ଭୟଙ୍କର ରୂପ ଧାରଣ କରିଛି । ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ରାସ୍ତାକୁ ଓହ୍ଲାଇ ସରକାରୀ ସମ୍ପତ୍ତି ଜଳାପୋଡ଼ା ଏବଂ ଭଙ୍ଗାରୁଜା କରିଛନ୍ତି । ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସ ଲୁହବୁହା ଗ୍ୟାସ୍ ଏବଂ ସ୍ମୋକ୍ ଗ୍ରେନେଡ୍ ମାଡ଼ କରିଛି । ହିଂସାକାଣ୍ଡରେ ଶେଷ ଖବର ସୁଦ୍ଧା ୧୦୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ସିରାଜଗଞ୍ଜରେ ଆନ୍ଦୋଳନକାରୀ ଏକ ଥାନା ଉପରେ ଆକ୍ରମଣ କରିବା ସହ ୧୩ ପୁଲିସ କର୍ମୀଙ୍କୁ ପିଟି ହତ୍ୟା କରିଛନ୍ତି । ହିଂସାକୁ ନିୟନ୍ତ୍ରଣ କରିବା ଲାଗି ଦେଶବ୍ୟାପୀ କର୍ଫ୍ୟୁ ଲାଗୁ ହୋଇଛି । ଇଣ୍ଟରନେଟ୍ ସେବା ବି ବନ୍ଦ ହୋଇଛି । ଫେସ୍ବୁକ୍, ହ୍ୱାଟ୍ସଆପ୍, ଇନ୍ଷ୍ଟାଗ୍ରାମ୍ ଏବଂ ଏକ୍ସ ଭଳି ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ଉପରେ ରୋକ୍ ଲଗାଯାଇଛି । ସୋମବାରଠାରୁ ୩ ଦିନ ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଛି ।
ସଦ୍ୟ ହିଂସାରେ ଆନ୍ଦୋଳନକାରୀମାନେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ଇସ୍ତଫା ନ ଦେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ବିକ୍ଷୋଭକାରୀ ଚେତାବନୀ ଦେଇଛନ୍ତି । ହସିନା ଚଳିତବର୍ଷ ଜାନୁଆରୀରେ ଲଗାତର ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । କିନ୍ତୁ ଏଥର ପ୍ରମୁଖ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ନିର୍ବାଚନ ଲଢ଼ି ନ ଥିଲା । ବିଏନ୍ପି ନିରପେକ୍ଷ ନିର୍ବାଚନ କରାଇବା ପାଇଁ ହସିନାଙ୍କ ଇସ୍ତଫା ଦାବି କରିଥିଲା । ନିର୍ବାଚନ ଫଳ ସାମ୍ନାକୁ ଆସିବା ପରେ ଦେଶରେ ହିଂସା ଓ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ଏହା ପରେ ସରକାରୀ ଚାକିରିରେ ସଂରକ୍ଷଣକୁ ଗତମାସରୁ ଆନ୍ଦୋଳନ ଜାରି ରହିଛି । ବାଂଲାଦେଶର ସରକାର ୨୦୧୮ରେ ଭିନ୍ନ ଭିନ୍ନ ବର୍ଗରେ ମିଳୁଥିବା ୫୬% ସଂରକ୍ଷଣକୁ ବନ୍ଦ କରିଦେଇଥିଲେ । କିନ୍ତୁ ଚଳିତବର୍ଷ ଜୁନ ୫ରେ ହାଇକୋର୍ଟ ଏହି ନିଷ୍ପତ୍ତିକୁ ପଲଟାଇ ପୁଣି ସଂରକ୍ଷଣ ଲାଗୁ କରିଥିଲେ । ଏହାପରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ତେବେ ସୁପ୍ରିମକୋର୍ଟ ଜୁଲାଇ ୨୧ରେ ଏହି ନିଷ୍ପତ୍ତିକୁ ବଦଳାଇ ସଂରକ୍ଷଣ ସୀମା ୭%କୁ ଖସାଇ ଦେଇଛନ୍ତି ।
ପ୍ରଦର୍ଶନକାରୀମାନେ ଟ୍ୟାକ୍ସ ଏବଂ ବିଲ୍ ପଇଠ ନକରିବାକୁ ଦାବି କରିଥିଲେ । ଏହା ସହିତ ରବିବାର କାର୍ଯ୍ୟ ବନ୍ଦ ଅପିଲ୍ କରିଥିଲେ । ହେଲେ ରବିବାର ସରକାରୀ ଏବଂ ବେସରକାରୀ କାର୍ଯ୍ୟ ଖୋଲିଥିବାରୁ ଏହା ଉପରେ ହମଲା କରିଥିଲେ । ଏଥିରେ ଢାକାର ଶାହବାଗ ଅଞ୍ଚଳରେ ଗୋଟିଏ ହସ୍ପିଟାଲ, ବଙ୍ଗବନ୍ଧୁ ଶେଖ ମୁଜୀବ୍ ମେଡିକାଲ ବିଶ୍ବବିଦ୍ୟାଳୟ ସାମିଲ୍ ରହିଛି । ମୁଶିଗଞ୍ଜ ଅଞ୍ଚଳରେ ପୋଲିସ ପକ୍ଷରୁରୁ କୁହାଯାଇଛି, ପୂରା ଅଞ୍ଚଳ ଏବେ ଯୁଦ୍ଧଭୂମି ପାଲଟିଛି । ବିରୋଧ କରୁଥିବା ନେତାମାନେ ଆନ୍ଦୋଳନକାରୀଙ୍କୁ ଲାଠି ଧରିବାକୁ ଆହ୍ବାନ ଦେଉଛନ୍ତି ବୋଲି ପୋଲିସ କହିଛନ୍ତି ।
ସେପଟେ ବାଂଲାଦେଶରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଲାଗି ଭାରତୀୟ ଉଚ୍ଚାୟୋଗ ପକ୍ଷରୁ ଆଡ୍ଭାଇଜରି ଜାରି କରାଯାଇଛି । ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସହାୟତା ପାଇଁ ହେଲ୍ପଲାଇନ୍ ବି ଜାରି ହୋଇଛି ।