ଥମୁନି ରେଭେନ୍ସା ବିବାଦ ; କଟକ ଏଡିସିପି କହିଲେ, ବିଜେଡି ନେତାଙ୍କ ବିରୋଧରେ ପ୍ରମାଣ ମିଳିଲେ ହେବ ନୋଟିସ
କନକ ବ୍ୟୁରୋ: କଟକରେ ମଶାଲ ଶୋଭଯାତ୍ରା ବେଳେ ଗଣ୍ଡଗୋଳ ଘଟଣାରେ ଯେଉଁମାନଙ୍କ ନାଁରେ ଏତଲା ହୋଇଛି ପ୍ରମାଣ ମିଳିଲେ ସେମାନଙ୍କୁ ନୋଟିସ କରାଯିବ। ଏନେଇ ସୂଚନା ଦେଇଛନ୍ତି କଟକ ଅତିରିକ୍ତ ଡିସିପି ଅନୀଲ ମିଶ୍ର। ତଦନ୍ତ ବେଳେ ସବୁ ଦିଗକୁ ବିଚାର କରାଯିବ ବୋଲି କହିଛନ୍ତି। ବିବାଦ ବେଳେ ସୁରକ୍ଷାକର୍ମୀ ଥିଲେ ଏବଂ ଅନ୍ୟ ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ଥିଲେ। ସମସ୍ତଙ୍କ ବୟାନ ନିଆଯିବା ସହ ସିସିଟିଭି ଯାଞ୍ଚ ପରେ ତଦନ୍ତକୁ ଆଗେଇ ନିଆଯିବ ବୋଲି ସୂଚନା ଦେଇଛନ୍ତି ଡିସିପି। ଏହାସହ ତଦନ୍ତ ପରିସରଭୁକ୍ତ ହୋଇସାରିଲା ପରେ ସାକ୍ଷ୍ୟ, ପ୍ରମାଣକୁ ବିଚାରକୁ ନିଆଯାଇ ପରବର୍ତି ପଦକ୍ଷେପ ନିଆଯିବ। ଏହାସହ ରେଭେନ୍ସା ପରିସରରେ ଏବେ ଶାନ୍ତିଶୃଙ୍ଖଳା ଉପରେ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି କଟକ ଅତିରିକ୍ତ ଡିସିପି।
କନକ ବ୍ୟୁରୋ: କଟକରେ ମଶାଲ ଶୋଭଯାତ୍ରା ବେଳେ ଗଣ୍ଡଗୋଳ ଘଟଣାରେ ଯେଉଁମାନଙ୍କ ନାଁରେ ଏତଲା ହୋଇଛି ପ୍ରମାଣ ମିଳିଲେ ସେମାନଙ୍କୁ ନୋଟିସ କରାଯିବ। ଏନେଇ ସୂଚନା ଦେଇଛନ୍ତି କଟକ ଅତିରିକ୍ତ ଡିସିପି ଅନୀଲ ମିଶ୍ର। ତଦନ୍ତ ବେଳେ ସବୁ ଦିଗକୁ ବିଚାର କରାଯିବ ବୋଲି କହିଛନ୍ତି।
ବିବାଦ ବେଳେ ସୁରକ୍ଷାକର୍ମୀ ଥିଲେ ଏବଂ ଅନ୍ୟ ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ଥିଲେ। ସମସ୍ତଙ୍କ ବୟାନ ନିଆଯିବା ସହ ସିସିଟିଭି ଯାଞ୍ଚ ପରେ ତଦନ୍ତକୁ ଆଗେଇ ନିଆଯିବ ବୋଲି ସୂଚନା ଦେଇଛନ୍ତି ଡିସିପି। ଏହାସହ ତଦନ୍ତ ପରିସରଭୁକ୍ତ ହୋଇସାରିଲା ପରେ ସାକ୍ଷ୍ୟ, ପ୍ରମାଣକୁ ବିଚାରକୁ ନିଆଯାଇ ପରବର୍ତି ପଦକ୍ଷେପ ନିଆଯିବ। ଏହାସହ ରେଭେନ୍ସା ପରିସରରେ ଏବେ ଶାନ୍ତିଶୃଙ୍ଖଳା ଉପରେ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି କଟକ ଅତିରିକ୍ତ ଡିସିପି।